Posted inଜାତୀୟ

ସବୁ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୨(ପିଟି): ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
୨୦୨୪ ମାର୍ଚ୍ଚରେ କର୍ନାଟକ ହାଇକୋର୍ଟ ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଏକ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ପୋଲିସର ଏଫ୍‌ଆଇଆର୍‌କୁ ରଦ୍ଦ କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ। ରାଜ୍ୟ ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କର୍ନାଟକ ସରକାରଙ୍କ ଆବେଦନର ଶୁଣାଣି କରି ନିକଟରେ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ପ୍ରାଥମିକ ତଦନ୍ତର ଉଦ୍ଦେଶ୍ୟ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ନୁହେଁ, ବରଂ ଯେଉଁ ତଥ୍ୟ ହସ୍ତଗତ ହୋଇଛି, ସେଥିରୁ ଏହା ଧର୍ତ୍ତବ୍ୟ ଅପରାଧ କି ନୁହେଁ ତାହା ସ୍ଥିର କରିବା। ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହୋଇଥିବା କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ମାମଲାରେ ପ୍ରାଥମିକ ତଦନ୍ତର ଆବଶ୍ୟକତା ରହିଥାଏ। କିନ୍ତୁ ସବୁ କ୍ଷେତ୍ରରେ ମାମଲା ରୁଜୁ ପୂର୍ବରୁ ପ୍ରାଥମିକ ତଦନ୍ତ କରାଯିବା ଏକ ବାଧ୍ୟତାମୂଳକ ଆବଶ୍ୟକତା ନୁହେଁ।
ଖଣ୍ଡପୀଠ ଆହୁରି କହିଛନ୍ତି, ଯଦି ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରେ ସୂଚନା ସମ୍ବଳିତ ବିସ୍ତୃତ ରିପୋର୍ଟର ଉତ୍ସ ଉପଲବ୍ଧ ରହିଥାଏ ଏବଂ ସେହି ତଥ୍ୟକୁ ଭିତ୍ତିକରି ଅନ୍ୟ ଜଣେ ଅଧିକାରୀଙ୍କୁ ଦୁର୍ନୀତିଜନିତ ଧର୍ତ୍ତବ୍ୟ ଅପରାଧରେ ଅଭିଯୁକ୍ତ କରାଯାଇପାରିବ, ସେହି ସ୍ଥଳେ ପ୍ରାଥମିକ ତଦନ୍ତକୁ ଏଡ଼ାଇ ଦିଆଯାଇପାରେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଆଲୋଚ୍ୟ ମାମଲାରେ ସରକାରୀ ଅଧିକାରୀ ଜଣକଙ୍କ ନିକଟରେ ଅଜ୍ଞାତ ସୂତ୍ରରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହାର ସମସ୍ତ ଦିଗକୁ ଅନୁଧ୍ୟାନ କରି କହିଛନ୍ତି, ଦୁର୍ନୀତି ନିର୍ବାରଣ ଆଇନ ଅଧୀନରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ପୂର୍ବରୁ ପ୍ରାଥମିକ ତଦନ୍ତର ଆବଶ୍ୟକତା ନ ଥିଲା। ଏଠାରେ ଇନ୍‌ଫର୍ମେଶନ୍‌ ରିପୋର୍ଟକୁ ପ୍ରାଥମିକ ତଦନ୍ତର ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ। ୨୦୨୩ ଡିସେମ୍ବର ୪ରେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଭୁଲ୍‌ ଦର୍ଶାଇବା ସହ ଏହି ଆଇନର ଧାରା ୧୭ (ତଦନ୍ତ ପାଇଁ ଅଧିକୃତ ବ୍ୟକ୍ତିଙ୍କ କ୍ଷମତା)ର ଉଲ୍ଲଂଘନ ଜଣେ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା କରାଯାଇଥିବା କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ଏଫ୍‌ଆଇଆର୍‌କୁ ଖଣ୍ଡପୀଠ ବଳବତ୍ତର ରଖିବା ସହ ହାଇକୋର୍ଟ ରାୟକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri