ଟ୍ରକ୍‌ରୁ ମିଳିଲା ୧୪୪୮ କଇଁଛ: ବିଶାଖାପାଟଣାରୁ ପଶ୍ଚିମବଙ୍ଗ ହେଉଥିଲା ଚାଲାଣ

ଟାଙ୍ଗୀ/ନିରାକାରପୁର,୨୩ା୨(ରଘୁନାଥ ସାହୁ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରେ ରବିବାର ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବିଭାଗ ଚଢ଼ାଉ କରି କଇଁଛ ବୋଝେଇ ଏକ ମିନିଟ୍ରକ୍‌ ଜବତ କରିଛି। ଏଥିରୁ ୭୧ଟି ମାଛ ପାର୍ସଲ ଟ୍ରେ-ରେ ଥିବା ୧୪୪୮ଟି କଇଁଛଙ୍କୁ ଉଦ୍ଧାର କରାଯାଇଛି। ତନ୍ମଧ୍ୟରେ ୧୦୨ଟି ମୃତ କଇଁଛ ଥିବା ବେଳେ ୧୩୪୬ଟି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି।

ପ୍ରତ୍ୟେକ କଇଁଛର ଓଜନ ପ୍ରାୟ କେଜିଏରୁ ଅଢ଼େଇ କେଜି ମଧ୍ୟରେ ହୋଇଥିବା ଜଣାପଡିଛି। ଜବତ କଇଁଛଙ୍କୁ ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ମିନିଟ୍ରକ୍‌ ଚାଳକ ବନ୍ଧଗଁାର ମହାଦେବ ଦେଙ୍କୁ ଗିରଫ କରାଯାଇଛି। ତେବେ ଏହି କଇଁଛଗୁଡ଼ିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ଖୋର୍ଦ୍ଧା ବନ ବିଭାଗ ଏସିଏଫ୍‌ ସୁଶାନ୍ତ ବନ୍ଧ କହିଛନ୍ତି।

ସୂଚନା ମୁତାବକ, ଏକ ମିନିଟ୍ରକରେ କଇଁଛ ଚୋରାଚାଲାଣ ହେଉଥିବା ନେଇ ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ ବିଭାଗକୁ ସୂଚନା ମିଳିଥିଲା। ଏହା ପରେ ବିଭାଗୀୟ ଅଧିକାରୀମାନେ ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରୁ ଉକ୍ତ କଇଁଛ ବୋଝେଇ ମିନିଟ୍ରକ୍‌କୁ ଜବତ କରି ଟାଙ୍ଗୀ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଭୂଷଣ୍ଡପୁର ବନପାଳଙ୍କ କାର୍ଯ୍ୟାଳୟରେ କଇଁଛଗୁଡ଼ିକୁ ଗାଡ଼ିରୁ ଉଦ୍ଧାର ପରେ ଗଣତି କରାଯାଇଥିଲା। ତେବେ ଏହି କଇଁଛ ଚୋରାଚାଲାଣରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି।

ଏନେଇ ଖୋର୍ଦ୍ଧା ବନ ବିଭାଗ ଏସିଏଫ୍‌ ସୁଶାନ୍ତ ବନ୍ଧ କୁହନ୍ତି, ଏହି କଇଁଛ ମଧୁର ଜଳରେ ରୁହନ୍ତି। ଏହାକୁ ଖାଦ୍ୟ ଉଦ୍ଦେଶ୍ୟରେ ନିଆଯାଇଥାଏ ବୋଲି ଅନୁମାନ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜବତ କଇଁଛଗୁଡ଼ିକୁ କେଉଁଠାରେ ଛଡ଼ାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri