ଭୁବନେଶ୍ୱର,୨୧।୨: ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଇଛନ୍ତି। ପିସିସି ସଭାପତି କହିଛନ୍ତି, ଲୋକଙ୍କ ପଇସାରେ ରାଜନୀତି କରିବ କଂଗ୍ରେସ। ଦରକାର ପଡ଼ିଲେ କଂଗ୍ରେସ ଭିକ୍ଷା ବି ମାଗିବ। ମୋତେ କିଏ ଘୃଣା କି ଅପମାନ କରୁ ମୁଁ ସହିବି। ଆତ୍ମ ସମର୍ପଣ କରି ଦଳ ଗଢ଼ିବି, ତାହେଲେ ଦଳର ଋଣ ଶୁଝି ପାରିବି।
ନୂଆ ପିସିସି ସଭାପତି ହେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭକ୍ତ ଦାସ । ନିକଟରେ ସେ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲେ।


