ମହାନଦୀରେ ନିର୍ମାଣ ହେବ ୧୬ ଡ୍ୟାମ୍‌, ୧୫ ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବନ୍ଦନା ସେଠୀ): ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ମହାନଦୀରେ ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ଅବବାହିକାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ଅଣଯୋଜନାବଦ୍ଧ ପ୍ରକଳ୍ପ ମାଧ୍ୟମରେ ଅତ୍ୟଧିକ ନଦୀଜଳ ବ୍ୟବହାର କରୁଥିବାରୁ ଓଡ଼ିଶାର ତଳମୁଣ୍ଡକୁ ଜଳ ପ୍ରବାହ କ୍ରମଶଃ ହ୍ରାସ ପାଉଛି।

ଆନ୍ତଃରାଜ୍ୟ ସୀମାନ୍ତରେ ଅବସ୍ଥିତ ହୀରାକୁଦ ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ଖସିବାରେ ଲାଗିଛି, ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ଟ୍ରିବ୍ୟୁନାଲର ଆଶ୍ରୟ ନେଇ ବହୁ ଆବେଦନ ମାଧ୍ୟମରେ ନିଜ ଦାବି ରଖି ଆସୁଛି। ଏହି ମାମଲା ବର୍ତ୍ତମାନ ବିଚାରାଧୀନ ଥିବାରୁ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମହାନଦୀ ଜଳର ସମାନତା ସହିତ ସ୍ଥାୟୀ ଜଳ ବିକାଶକୁ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।

ଅପରପକ୍ଷେ ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ଛତିଶଗଡ଼ ସରକାର ମହାନଦୀର ଉପର ଅବବାହିକା ଅଞ୍ଚଳରେ ୮/୯ଟି ବ୍ୟାରେଜ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଗ୍ରୀଷ୍ମ ସମୟରେ ଙପ୍ରଭାବିତ ହେଉଛି। ଏନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଭାଜପା ସରକାର ଗତ ୮ମାସ ଧରି କ୍ଷମତାରେ ଅଛି। ଏତେ କମ୍‌ ସମୟ ମଧ୍ୟରେ ବନ୍ଧ ନିର୍ମାଣ ହୋଇପାରିବ ନାହିଁ।

ତେବେ ରାଜ୍ୟ ସରକାର ୩୧ଟି ବୃହତ୍‌ ଓ ମଧ୍ୟମ ଜଳପ୍ରକଳ୍ପ, ୨୭ଟି ବ୍ୟାରେଜ, ୭୨ଟି ଆଇଏସ୍‌ଏସ୍‌ ଢାଞ୍ଚା ଏବଂ ୭୯ଟି କ୍ଷୁଦ୍ର ଜଳପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ୫୧ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜଳସମ୍ପଦ ବିଭାଗ ଏଥିପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରୁଛି। ଏନେଇ ଆଗାମୀ ୫ବର୍ଷ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ମହାଲିଙ୍ଗ ବିଧାନସଭାରେ ତଥ୍ୟ ରଖିଛନ୍ତି।

ସେ ଆହୁରି କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ଗତ ୨୪ବର୍ଷର ପ୍ରସଙ୍ଗକୁ ଦୋହରାଇବାକୁ ଚାହୁଁନି। ଏତେବର୍ଷ ସରକାରରେ ଥିବା ବିଜେଡି ମହାନଦୀର ତଳମୁଣ୍ଡରେ କେତୋଟି ଡ୍ୟାମ କରିଛି, ତାହାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ତେଣୁ ପ୍ରଥମେ ନିଜକୁ ନିଜେ ପ୍ରଶ୍ନ ପଚାରନ୍ତୁ ବୋଲି ମହାଲିଙ୍ଗ ତେରଛା ବାଣ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri