Posted inଖେଳ

ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ

ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କରାଚୀ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ନ ଥିବା ସ୍ପଷ୍ଟ ଭାବରେ ନଜର ଆସିଥିଲା। ହେଲେ ଟୁର୍ନାମେଣ୍ଟର ବାକି ସମସ୍ତ ୭ ଦଳର ପତାକା ଦୃଶ୍ୟମାନ ହୋଇଥିଲା। ଏବେ ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପରେ ହଇଚଇ ସୃଷ୍ଟି ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ଭିଡିଓଟି କରାଚୀର ଗଦ୍ଦାଫି ଷ୍ଟାଡିୟମର ବୋଲି କୁହାଯାଉଛି। ଏହି ଭିଡିଓରେ, ଜଣେ ବ୍ୟକ୍ତି ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ କରୁଥିବାର ଦେଖାଯାଉଛି। କିନ୍ତୁ ଏହି ବ୍ୟକ୍ତି ଭାରତୀୟ ପତାକାକୁ ଓଲଟା ଧରିଛନ୍ତି, ଯେଉଁଥିଲାଗି ପୁଣି ଥରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଭିଡିଓରେ ଭାରତ ବ୍ୟତୀତ ଅନ୍ୟ ଦେଶର ପତାକାକୁ ସଠିକ ଭାବରେ ରଖାଯାଇଥିବା ଦେଖାଯାଉଛିଛି। କିନ୍ତୁ ତ୍ରିରଙ୍ଗା ସହିତ ଏଭଳି କାର୍ଯ୍ୟ ଦେଖି ଭାରତୀୟ ପ୍ରଶଂସକମାନେ ପାକିସ୍ତାନ ସୁଧୁରିବ ନାହିଁ ବୋଲି ମତ ରଖୁଛନ୍ତି। ଏପରିକି ପିସିବି ଜାଣିଶୁଣି ଏପରି କାର୍ଯ୍ୟ କରୁଛି ବୋଲି ଅନେକେ କହୁଛନ୍ତି।

କହି ରଖୁଛୁ, ପୂର୍ବରୁ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ ନ କରିବାକୁ ନେଇ ହଙ୍ଗାମା ହୋଇଥିଲା। ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲା। ଏହା ପଛର କାରଣ ବ୍ୟାଖ୍ୟା କରି ପାକ୍‌ ଗଣମାଧ୍ୟମ କହିଛି, ’ଆଇସିସି ପରାମର୍ଶ ଦେଇଥିଲା ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ମ୍ୟାଚ୍‌ରେ କେବଳ ଚାରୋଟି ପତାକା ରହିବ। ICCର ଗୋଟିଏ, ଆୟୋଜକ ଦେଶର ଗୋଟିଏ ଏବଂ ମ୍ୟାଚ ଖେଳାଯାଉଥିବା ଅନ୍ୟ ଦୁଇଟି ଦେଶ।’ କିନ୍ତୁ PCBର ଏହି ବୟାନ ମଧ୍ୟ ହଙ୍ଗାମା ସୃଷ୍ଟି କରିଥିଲା, କାରଣ ଷ୍ଟାଡିୟମରେ ୪ ରୁ ଅଧିକ ପତାକା ଥିଲା।

ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆକୁ ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଯାହା ପରେ ICC ଟିମ ଇଣ୍ଡିଆର ସମସ୍ତ ମ୍ୟାଚ୍‌ ଦୁବାଇକୁ ସ୍ଥାନାନ୍ତରିତ କରିଥିଲା। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟରେ ୨୦ ଫେବୃଆରୀରୁ ତା’ର ଅଭିଯାନ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ହେବ। ଏହା ପରେ, ଭାରତୀୟ ଦଳ ୨୩ ଫେବୃଆରୀରେ ପାକିସ୍ତାନ ସହିତ ମୁକାବିଲା କରିବ, ଯାହା ପାଇଁ ପ୍ରତ୍ୟେକ କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି। ତା’ପରେ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଦଳ ସହିତ ଏକ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri