ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଗଣାଇଲେ ମୋହନ ସରକାରଙ୍କ ସଫଳତା

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ରାଜ୍ୟରେ ଭାଜପା ସରକାରଙ୍କ ଗତ ସାତ ମାସର ଉପଲବ୍ଧିକୁ ସେ ଗଣାଇଥିଲେ।

ରାଜ୍ୟପାଳ କହିଥିଲେ, ଓଡ଼ିଶା ଖଣିଜ ସଂପଦରେ ଭରପୂର। ଏହାର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ରାଜ୍ୟରେ ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର ରହିଛି। ଏହିକ୍ରମରେ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି।

ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଖୁବ କମ୍ ସମୟରେ ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ। ରାଜ୍ୟରେ ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି ସରକାର। ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ।

ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ। ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଥିବା ରାଜ୍ୟପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri