‘ଏବେ ମୋର ନାତି ଦରକାର’

ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ ମୋର ନାତି ଦରକାର। ପୁଅ ରାମଚରଣଙ୍କ ନିକଟରେ ଏଭଳି ଦାବି ରଖି ଚର୍ଚ୍ଚାରେ ତେଲୁଗୁ ଫିଲ୍ମ ସୁପରଷ୍ଟାର ଚିରଞ୍ଜୀବୀ।

ନିକଟରେ, ’ବ୍ରହ୍ମା ଆନନ୍ଦମ’ ଚଳଚ୍ଚିତ୍ରର ପ୍ରି-ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚିରଞ୍ଜୀବୀ କହିଛନ୍ତି, ଯେତେବେଳେ ମୁଁ ଘରେ ଥାଏ, ମୋତେ ଆଦୌ ଅନୁଭବ ହୁଏ ନାହିଁ ଯେ ମୁଁ ମୋ ନାତୁଣୀମାନଙ୍କ ସହିତ ଅଛି। ମୋତେ ଏପରି ଅନୁଭବ ହୁଏ ଯେପରି ମୁଁ ଏକ ମହିଳା ହଷ୍ଟେଲର ୱାର୍ଡେନ, ଯାହାଙ୍କୁ ଚାରିପାଖରୁ ଅନେକ ମହିଳା ଘେରି ରହିଛନ୍ତି। ଏବେ ମୁଁ ଚରଣ (ପୁଅ ରାମ ଚରଣ)ଙ୍କ ଠାରୁ କେବଳ ଏତିକି ଚାହୁଁଛି ଯେ ଅତି କମ୍‌ରେ ଏଥର ତାଙ୍କର ଗୋଟିଏ ପୁଅ ହେଉ। ଯାହା ଦ୍ୱାରା ଆମର ପୀଢ଼ି ଆଗକୁ ବଢ଼ିବ। ଭୟ ଲାଗୁଛି ଯେ ତାଙ୍କର ପୁଣି ଏକ ଝିଅ ହୋଇପାରେ ବୋଲି ଅଭିନେତା କହିଛନ୍ତି।

ରାମ ଚରଣ ଚିରଞ୍ଜୀବୀଙ୍କ ସାନ ପୁଅ। ରାମ ଚରଣଙ୍କର ଦୁଇ ବଡ଼ ଭଉଣୀ ଅଛନ୍ତି। ଚିରଞ୍ଜିବୀଙ୍କ ବଡ଼ ଝିଅ ସୁସ୍ମିତାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କ ବଡ଼ ଝିଅର ନାମ ସମରା ଏବଂ ସାନ ଝିଅର ନାମ ସଂହିତା। ରାମ ଚରଣଙ୍କ ଦ୍ୱିତୀୟ ଭଉଣୀ ଶ୍ରୀଜାଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି। ଶ୍ରୀଜା ପ୍ରଥମେ ଶିରିଶ ଭାରଦ୍ୱାଜଙ୍କୁ ବିବାହ କରିଥିଲେ, ସେମାନଙ୍କର ନିବୃତ୍ତି ନାମକ ଏକ ଝିଅ ଅଛି ଏବଂ ସେ ଶ୍ରୀଜାଙ୍କ ସହିତ ରୁହନ୍ତି। ଶ୍ରୀଜା ଅଭିନେତା କଲ୍ୟାଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ସେମାନଙ୍କ ଝିଅର ନାମ ନାଭିଷ୍କା। ୨ ବର୍ଷ ପୂର୍ବେ ରାମ ଚରଣଙ୍କ ପତ୍ନୀ ଉପାସନା ମଧ୍ୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ନାମ କାଲିନ କାରା। ଏହାର ଅର୍ଥ ହେଉଛି ବର୍ତ୍ତମାନ ଚିରଞ୍ଜୀବୀଙ୍କର ୫ ନାତୁଣୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri