Posted inଖେଳ

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର, ଚାମ୍ପିଅନ୍ସ ଟ୍ରଫି ଲାଗି ହୋଇଥିଲା ଚୟନ

ନୂଆଦିଲ୍ଲୀ,୬।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଥିଲା। ୧୯ ଫେବୃଆରୀରୁ ଆରମ୍ଭ ହେଉଥିବା ଆଇସିସି ଟୁର୍ନାମେଣ୍ଟରେ ସେ ଖେଳିବାକୁ ଯାଉଥିଲେ। ହେଲେ ତା’ ପୂର୍ବରୁ ଅବସର ଘୋଷଣା କ କରି ଚମକାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ ODI କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଷ୍ଟୋଇନିସ ତୁରନ୍ତ ପ୍ରଭାବ ସହ ODIରୁ ଅବସର ନେଇଛନ୍ତି। ଏମିତିରେ ଅଷ୍ଟ୍ରେଲିୟ ଅଲରାଉଣ୍ଡରଙ୍କ ଏହି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ODI କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ, ଷ୍ଟୋଇନିସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବା ନେଇ ତାଙ୍କର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ସେ ଟି-୨୦ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ। ଏହାର ଅର୍ଥ ହେଉଛି ସେ କେବଳ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ODIରୁ ଅବସର ଘୋଷଣା କରି ମାର୍କସ ଷ୍ଟୋଇନିସ କହିଛନ୍ତି, ‘ଏହା ଏକ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ ODI କ୍ରିକେଟରୁ ଦୂରେଇ ଯିବା ଏବଂ ମୋ କ୍ୟାରିୟରରେ କିଛି ନୂଆ କରିବା ପାଇଁ ସଠିକ ସମୟ। ଏବେ ତାଙ୍କର ଧ୍ୟାନ କେବଳ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଉପରେ ରହିବ।’

ମାର୍କସ ଷ୍ଟୋଇନିସଙ୍କ ଅବସର ନିଷ୍ପତ୍ତି ଅଷ୍ଟ୍ରେଲିଆର ଚାମ୍ପିଅନ୍ସ ଟ୍ରଫି ଆଶାକୁ ପ୍ରଭାବିତ କରିଛି। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ମିଚେଲ ମାର୍ଶ ଏବଂ ପ୍ୟାଟ କମିନ୍ସଙ୍କ ଭଳି ଦୁଇ ବଡ଼ ଖେଳାଳିଙ୍କ ବାହାର ହେବାର ଅସୁବିଧାର ସମ୍ମୁଖୀନ ହେଉଥିଲା। ଏପରି ପରିସ୍ଥିତିରେ, ଷ୍ଟୋଇନିସ୍‌ଙ୍କ ଅବସର ତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି।

 

View this post on Instagram

 

A post shared by cricket.com.au (@cricketcomau)

କହିରଖୁଛୁ, ODI କ୍ରିକେଟରେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ଷ୍ଟୋଇନିସ ଅଷ୍ଟ୍ରେଲିଆ ପାଇଁ ୭୧ଟି ଦିନିକିଆ ଖେଳି ୧ ଶତକ ଏବଂ ୬ଟି ଅର୍ଦ୍ଧଶତକ ସହିତ ୧୪୯୫ ରନ କରିଥିଲେ। ସମାନ ସଂଖ୍ୟକ ମ୍ୟାଚ୍‌ରେ ସେ ବଲ ସହିତ ୪୮ଟି ଉଇକେଟ ନେଇଥିଲେ। ଅଲରାଉଣ୍ଡର ଷ୍ଟୋଇନିସଙ୍କ ଏକଦିବସୀୟ କ୍ୟାରିଅର ଅଗଷ୍ଟ ୨୦୧୫ରେ କାର୍ଡିଫରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିଲା। ସେ ନଭେମ୍ବର ୨୦୨୪ ରେ ହୋବାର୍ଟରେ ପାକିସ୍ତାନ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri