Bangladesh Violence: ରାଗିଗଲେ ହାସିନା, ୟୁନୁସ ସରକାରଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ, ବାଂଲାଦେଶରେ ଚହଳ

ଢାକା,୬।୨: ପୁଣି ନିଆଁର ଆଁରେ ବାଂଲାଦେଶ। ଦେଶରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୁଧବାର ବାଂଲାଦେଶର ପ୍ରତିଷ୍ଠାତା ତଥା ଶେଖ ହାସିନାଙ୍କ ବାପା ଶେଖ ମୁଜିବୁର ରହମାନଙ୍କ ଢାକାସ୍ଥିତ ବାସଭବନରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି ଭଙ୍ଗାରୁଜା ସେତେବେଳେ ଘଟିଥିଲା ଯେତେବେଳେ ତାଙ୍କ ଝିଅ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ‘ଅନଲାଇନ’ରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ।

ଯେତେବେଳେ ବାଂଲାଦେଶରେ ଖବର ପ୍ରଚାରିତ ହେଲା ଯେ ହସିନା ବୁଧବାର ରାତି ୯ଟାରେ ଭାଷଣ ଦେବାକୁ ଯାଉଛନ୍ତି, ସେତେବେଳେ ହାସିନାଙ୍କ ବିରୋଧୀ ଶିବିର ସକ୍ରିୟ ହୋଇ ଉଠିଲା। ହସିନାଙ୍କ ଭାଷଣ ବିରୋଧରେ ସୋସିଆଲ ମିଡିଆରେ ‘ବୁଲଡୋଜର ରାଲି’ ପାଇଁ ଡାକରା ଦିଆଯାଇଥିଲା। ଏହା ପରେ ସଂଧ୍ୟାରୁ ରାଜଧାନୀର ଧାନମଣ୍ଡି ଅଞ୍ଚଳରେ ଥିବା ଶେଖ ମୁଜିବୁର ରହମାନଙ୍କ ଘର ଆଗରେ ହଜାର ହଜାର ଲୋକ ଏକାଠି ହୋଇଥିଲେ।

କହି ରଖୁଛୁ ଯେ ବାଂଲାଦେଶ ସୱାଧୀନତାର କିଛି ବର୍ଷ ପରେ ଶେଖ ମୁଜିବୁର ରହମାନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ୧୯୭୫ ମସିହାରେ ହତ୍ୟା କରାଯାଇଥିଲା। ପରେ ଢାକାରେ ତାଙ୍କ ବାସଭବନକୁ ଏକ ସ୍ମାରକୀ ସଂଗ୍ରହାଳୟରେ ପରିଣତ କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଭାଷଣ ପୂର୍ବରୁ ତାଙ୍କ ବାପାଙ୍କ ଘରେ ପୋଡ଼ାଜଳା ଏବଂ ଭଙ୍ଗାରୁଜା ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ରାଗିଯାଇ ନିଜ ସମ୍ବୋଧନରେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ, ‘ମୁଁ ତୁମ ପାଇଁ କିଛି କରିନଥିଲି କି?’ ମୁଁ କାମ କରିନଥିଲି କି? ତେବେ ମୋ ବାପା ଯେଉଁଠାରୁ ସୱାଧୀନତାର ସ୍ଲୋଗାନ ଦେଇଥିଲେ, ମୋ ଘରକୁ କାହିଁକି ଭଙ୍ଗାଗଲା? ମୁଁ ନ୍ୟାୟ ଚାହୁଁଛି।ଏଥିସହ ସେ ୟୁନୁସ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଲକ୍ଷ ଲକ୍ଷ ସହିଦଙ୍କ ଜୀବନର ମୂଲ୍ୟ ଦେଇ ଆମେ ଯେଉଁ ଜାତୀୟ ପତାକା, ସମ୍ବିଧାନ ଏବଂ ସୱାଧୀନତା ଅର୍ଜନ କରିଛୁ, ତାହାକୁ ବୁଲଡୋଜର କରିଦେବା ପାଇଁ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ଶକ୍ତି ନାହିଁ। ସେମାନେ କୋଠା ଭାଙ୍ଗି ପାରିବେ, କିନ୍ତୁ ଇତିହାସକୁ ନୁହେଁ। ସେମାନେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri