Posted inଜାତୀୟ

ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୨: ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।

ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ AI ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର କାମକୁ ସହଜ ଏବଂ ଦ୍ରୁତ କରିବା ପାଇଁ ଏହି ଆପ ବ୍ୟବହାର କରୁଛନ୍ତି। ତଥାପି ଏହି ଆପ ବ୍ୟବହାର ସମୟରେ ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। ଏହି ଆପଗୁଡ଼ିକ ଆବଶ୍ୟକୀୟ ଅନୁମତି ଏବଂ ଉପଭୋକ୍ତାଙ୍କ ଡିଭାଇସରେ ଥିବା ଡାଟାର ଆକ୍ସେସ ଦାବି କରନ୍ତି, ଯାହା ଉପଭୋକ୍ତାଙ୍କ ବ୍ୟକ୍ତିଗତ ସୂଚନା ଲିକ ହେବାର ଆଶଙ୍କା ବଢ଼ାଇଥାଏ।

ସରକାର ତାଙ୍କ ଆଦେଶରେ କହିଛନ୍ତି , ChatGPT ଏବଂ DeepSeek ଭଳି AI ପ୍ଲାଟଫର୍ମଗୁଡ଼ିକ ବ୍ୟବହାରକାରୀଙ୍କ ତଥ୍ୟ ସଂରକ୍ଷଣ କରିପାରିରେ ଏବଂ ଏହାକୁ ତୃତୀୟ ପକ୍ଷ ସହିତ ଶେୟାର କରିପାରେ।

ChatGPT, DeepSeek ଏବଂ Google Gemini ପରି AI ଆପ ସେମାନଙ୍କର ଉପଯୋଗୀତା ଯୋଗୁ ଭାରତରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ଏହି ଆପ୍ସ ବ୍ୟବହାରକାରୀଙ୍କୁ ବିଷୟବସ୍ତୁ ସୃଷ୍ଟି, ତଥ୍ୟ ବିଶ୍ଳେଷଣ, କୋଡିଂ, ଭାଷା ଅନୁବାଦ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରେ। ଛାତ୍ର, ବୃତ୍ତିଗତ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଏହି ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri