Budget 2025: ବଜେଟ୍‌ରେ ଓଡ଼ିଶାକୁ ମିଳିପାରେ ଏସବୁ ଲାଭ, ଏମାନଙ୍କ ପାଇଁ ହେବ ବଡ଼ ଘୋଷଣା!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ୧୮ତମ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରିଛନ୍ତି। ଏଥିସହ ସେ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଶନିବାର ଚଳିତ ଆର୍ଥିକବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ । ଟାକ୍ସ ସ୍ଲାବରୁ ନେଇ ଷ୍ଟାର୍ଟଅପ ପର୍ଯ୍ୟନ୍ତ, ବଜେଟର ରୂପରେଖ କ’ଣ ହେବ ଏନେଇ ଆଜିଠୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବଜେଟ ପୂର୍ବରୁ ପ୍ରାକ-ପରାମର୍ଶ ସଭା କରିଥିଲେ ସୀତାରମଣ । ଗତବର୍ଷ ଶେଷ ଭାଗରେ ରାଜସ୍ଥାନର ଜୈସଲମେରରେ ଆୟୋଜିତ ଏହି ପ୍ରାକ-ବଜେଟ ପରାମର୍ଶ ବୈଠକରେ, ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରି ବିଭିନ୍ନ ବିନ୍ଦୁ ଉପରେ ସେମାନଙ୍କ ସୁପାରିଶ ରଖିଥିଲେ ।

ପ୍ରାକ-ବଜେଟ ବୈଠକରେ ଓଡିଶା ରଖିଥିଲା ୮ଟି ଦାବି ଗତବର୍ଷ (୨୦୨୪) ଡିସେମ୍ବର ୨୦ରେ ରାଜସ୍ଥାନର ଜୈସଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରାକ-ବଜେଟ ପରାମର୍ଶ ବୈଠକ । ଚଳିତ କେନ୍ଦ୍ରୀୟ ବଜେଟ ୨୦୨୫-୨୬ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗ ନିଜ ଅଧୀନରେ ରଖିଥିବା ମୋହନ ଚରଣ ମାଝୀ ସାମିଲ ହୋଇଥିଲେ । ବର୍ତ୍ତମାନର ରାଜ୍ୟର ଆର୍ଥିକ ସ୍ଥିତି ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୈତିକ ଲକ୍ଷ୍ୟ ଏବଂ କେନ୍ଦ୍ରୀୟ ବଜେଟ ୨୦୨୫-୨୦୨୬ ରେ ଓଡିଶା ଦାବି ଓ ଆଭିମୁଖ୍ୟ ମଧ୍ୟ ଉପସ୍ଥାପନ କରିଥିଲେ ।

୮ଟି କ୍ଷେତ୍ରରେ ଓଡିଶା କେନ୍ଦ୍ରୀୟ ବଜେଟରେ ପୂର୍ବାପେକ୍ଷା ଅଧିକ ପ୍ରାଧାନ୍ୟ ଆଶା କରୁଛି ବୋଲି ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସୱତନ୍ତ୍ର ସହାୟତା (SACI) ଗତ କେନ୍ଦ୍ରୀୟ ବଜେଟ (୨୦୨୪-୨୫)ରେ ପୁଞ୍ଜି ନିବେଶ ପାଇଁ ସୱତନ୍ତ୍ର ସହାୟତା ଅଧିନରେ ୧.୫୦ ଲକ୍ଷ କୋଟିର ବର୍ଦ୍ଧିତ ଆବଣ୍ଟନ କରିଥିଲା କେନ୍ଦ୍ର । ଯାହା ଦ୍ବାରା ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ଏହାର ଲାଭ ମିଳିଥିବା କଥା କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସା କରିଥିଲେ । ଗତ ଆର୍ଥିକ ବର୍ଷ ଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୫-୨୦୨୬) ପାଇଁ ଆବଣ୍ଟନକୁ ୬୦%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ରଖିଥିଲେ । ସହରୀକରଣକୁ ପ୍ରୋତ୍ସାହନ ଓଡ଼ିଶାର ସହରୀକରଣ ହାର ଜାତୀୟ ହାର ତୁଳନାରେ କମ ରହିଛି । ଏହି ପ୍ରସଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାକ ବଜେଟ ବୈଠକରେ ଉଠାଇଥିଲେ । ବିଶେଷକରି ଓଡ଼ିଶା ଭଳି ଅଧିକ ଗ୍ରାମାଞ୍ଚଳବହୁଳ ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ କରିବା ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ରୀୟ ବଜେଟରେ ଏହି ଦିଗକୁ ଦୃଷ୍ଟି ଦେଇ ବ୍ୟୟବରାଦ ରାଶିରେ ବୃଦ୍ଧି କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମ୍ବଳ ଦୃଷ୍ଟିକୋଣ ଜାତୀୟ ଏବଂ ରାଜ୍ୟ ସ୍ତରରେ ସକଳ ଘରୋଇ ଉଦ୍ୟୋଗ (GDP), ମୁଦ୍ରାସ୍ଫୀତି ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କରର ଉଷ୍ମତା ପାଇଁ ଆକଳନ କରାଯାଇଥିବା ଅଭିବୃଦ୍ଧିକୁ ବିଚାରକୁ ନେଇ, ରାଜ୍ୟର ମୋଟ ରାଜସୱ ପ୍ରାପ୍ତି ଚଳିତ ବର୍ଷର ଆକଳନ ତୁଳନାରେ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୧୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ପର୍ଯ୍ୟଟନ ବିକାଶ କେନ୍ଦ୍ର ବଜେଟ ୨୦୨୪-୨୫ ରେ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଆଖି ଦୃଶିଆ ଆବଣ୍ଟନ ମିଳିଥିଲା । ଓଡିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ତେଣୁ ଏଥର ବଜେଟରେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ପ୍ରାୟ ୧୦,୦୦୦ କୋଟି ନିବେଶ ପ୍ୟାକେଜ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri