ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍‌ଙ୍କ ଘରକୁ ଯାଇଥିବା ତାଙ୍କ ସାନପୁଅ ଜେହାଙ୍ଗୀର(୪)ଙ୍କ ନର୍ସ ଏଲିୟାମା ଫିଲ୍ଲିପ୍ସ ଓରଫ୍‌ ଲିମା ବାନ୍ଦ୍ରା ଥାନାରେ ଏତଲା ଦେଇଥିଲେ। ମୁମ୍ବାଇ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ସଶସ୍ତ୍ର ଡକାୟତି ଉଦ୍ୟମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଷଷ୍ଠ ଫ୍ଲୋର୍‌ର ସିସିଟିଭି ଫୁଟେଜ୍‌ରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ପରେ ଗୁରୁବାର ତାଙ୍କ ଫଟୋ ଜାରି କରାଯାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ୩୫ ଟିମ୍‌ ଗଠନ କରାଯାଇଛି। ଏହି ଘଟଣାକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ଏଯାଏ ଧରାଯାଇପାରି ନାହିଁ। ପୋଲିସ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଧରି ଥାନାରେ ଅଟକ ରଖୁଛି। କିନ୍ତୁ ପ୍ରମାଣ ନ ମିଳିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ିଦେଉଛି। ଏହି ପ୍ରସଙ୍ଗରେ ଭାଜପା ନେତୃତ୍ୱାଧୀନ ମହାୟୁତି ସରକାରଙ୍କ ପାରିବାପଣିଆକୁ ନେଇ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପ୍ରଶ୍ନ ଉଠାଉଥିବାବେଳେ ରବିବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡ୍‌ରେ ନେଇଛି ମୁମ୍ବାଇ ପୋଲିସ। ତେଣୁ ପ୍ରକୃତରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ କିଏ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି।

ଜାନୁଆରୀ ୧୭: ମୁମ୍ବାଇ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ପରିବର୍ତ୍ତେ ସୈଫ୍‌ଙ୍କ ଆକ୍ରମଣ ସହ ଜଡ଼ିତ ନ ଥିବା ଜଣେ ଭିନ୍ନ ବ୍ୟକ୍ତିଙ୍କୁ ଧରି ବାନ୍ଦ୍ରା ଥାନାକୁ ନେଇ ପଚରାଉଚରା କରିଥିଲା। ସୈଫ୍‌ଙ୍କ ଘରେ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହେଉଥିବାବେଳେ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ଅନୁପ୍ରବେଶକାରୀଙ୍କ ସହ ଅଟକ ବ୍ୟକ୍ତିଙ୍କ ଚେହେରାର ସାମଞ୍ଜସ୍ୟ ଥିବାରୁ ତାଙ୍କୁ ବାନ୍ଦ୍ରା ରେଳ ଷ୍ଟେଶନ୍‌ରୁ ପୋଲିସ ଧରିଥିଲା। କିନ୍ତୁ ସତ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡ଼ିଦେଇଥିଲା।
ଜାନୁଆରୀ ୧୮: ପ୍ରଥମେ କୁହାଗଲା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ୨ ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ପ୍ରଶ୍ନ ଉଠିଲା, ଯଦି ଆକ୍ରମଣକାରୀ ଜଣେ ବ୍ୟକ୍ତି ତେବେ ୨ ଜଣ କିପରି ଧରାପଡ଼ିଲେ? ପରେ କୁହାଗଲା, ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେଶନ୍‌ରୁ ଧରାପଡ଼ିଥିବା ବ୍ୟକ୍ତି ହିଁ ଆକ୍ରମଣକାରୀ। ତାଙ୍କ ନାମ ଆକାଶ କନୌଜିଆ, ବୟସ ୩୦ ବର୍ଷ। ଷ୍ଟେଶନ୍‌ର ରେଲଓ୍ବେ ପୋଲିସ ଫୋର୍ସ ପୋଷ୍ଟରେ ରାତିସାରା ପଚରାଉଚରା ପରେ କିଛି ପ୍ରମାଣ ନ ମିଳିବାରୁ ରବିବାର ସକାଳେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଜାନୁଆରୀ ୧୯: ସୈଫ୍‌ଙ୍କ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରିଛି। ତାଙ୍କ ନାମ ମହମ୍ମଦ ଶରିଫୁଲ ଇସ୍‌ଲାମ୍‌ ଶେହଜାଦ୍‌। ଠାଣେରେ ଶନିବାର ରାତିରେ ଧରାପଡ଼ିଥିବା ୩୦ ବର୍ଷୀୟ ଶେହଜାଦ୍‌ ଜଣେ ବାଂଲାଦେଶୀ। ସେ ନିଜ ନାମ ‘ବିଜୟ ଦାସ’କୁ ବଦଳାଇ ଭାରତକୁ ଅନୁପ୍ରବେଶ କରିଥିବା ପୋଲିସ କହିଛି। ପୋଲିସର କହିବା ହେଲା ଶେହଜାଦ୍‌ ୧୬ ତାରିଖ ସକାଳ ୭ଟା ଯାଏ ବାନ୍ଦ୍ରା ଓ୍ବେଷ୍ଟ୍‌ରେ ଥିବା ପଟଓ୍ବର୍ଦ୍ଧନ ଗାର୍ଡେନରେ ଶୋଇଥିଲେ। ପରେ ସେ ଏକ ଟ୍ରେନ୍‌ରେ ଓ୍ବର୍ଲି ଯାଇଥିଲେ। ଏହି ବ୍ୟକ୍ତି ହିଁ ପ୍ରକୃତ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ବାନ୍ଦ୍ରା କୋର୍ଟରେ ଯୁକ୍ତି ବାଢ଼ିଥିଲା। ଏଥିସହ ୧୪ ଦିନଆ ରିମାଣ୍ଡ୍‌ ଦାବି କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ପୋଲିସକୁ ରିମାଣ୍ଡ୍‌ ଅନୁମତି ଦେଇଛନ୍ତି। କେବଳ ଏତିକି ନୁହେଁ, ଶେହଜାଦ୍‌ ଏହି ଆକ୍ରମଣ କରିବା ପଛରେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ରହିଥିବା ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି। ତେଣୁ ପ୍ରକୃତ ଆକ୍ରମଣକାରୀଙ୍କୁ ଧରି ନ ପାରି ନିଜ ଅପାରଗତା ଲୁଚାଇବା ପାଇଁ ପୋଲିସ ଏହାକୁ ଏକ ଭିନ୍ନ ରୂପ ଦେବାକୁ ଉଦ୍ୟମ ଚଳାଇଥିବା ଲୋକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri