ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ ଶପଥ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ ୧୯ ଜାନୁଆରୀରେ ଏହା କାର୍ଯ୍ୟକାରୀ ହୋଇଛି। ଇତିମଧ୍ୟରେ ଇସ୍ରାଏଲର ୩ ଜଣ ପଣବନ୍ଦୀଙ୍କୁ ଛାଡ଼ିବା ଲାଗି ହମାସ ସେମାନଙ୍କ ନାମ ଘୋଷଣା କରିସାରିଛି। ଆଗକୁ ଯୁଦ୍ଧବିରତି କେତେ ବାଟ ଯିବ ତାହା ଜଣାପଡ଼ିବ। ଏଠାରେ ମନେପକାଇ ଦିଆଯାଇପାରେ ଯେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ ପ୍ରଥମେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରିନେଇଥିଲା। ଏହାର ଜବାବରେ ଇସ୍ରାଏଲ ଦୀର୍ଘ ୧୫ ମାସ ମଧ୍ୟରେ ୪୬ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଜୀବନ ନେବା ସହ ଗାଜା ଅଞ୍ଚଳକୁ ଧ୍ୱଂସସ୍ତୂପରେ ପରିଣତ କରିଦେଇଛି। ଏହି ସମୟ ମଧ୍ୟରେ ଲେବାନନ୍‌ରେ ଗଢ଼ିଉଠିଥିବା ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଓ ଇରାନ୍‌ ଭଳି ରାଷ୍ଟ୍ର ହମାସକୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ମଧ୍ୟ ଇସ୍ରାଏଲର ଶୀର୍ଷ ଗୋଇନ୍ଦା ସଂସ୍ଥା ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦ୍ୱାରା କ୍ଷତାକ୍ତ ହୋଇଯାଇଛନ୍ତି। ଅନେକ ସାଧାରଣ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ଘଟିବାରୁ ଇସ୍ରାଏଲ ଯୁଦ୍ଧ ବନ୍ଦ କରୁ ବୋଲି ବିଶ୍ୱବ୍ୟାପୀ ଚାପ ପଡ଼ିଥିଲା। ଯୁଦ୍ଧବିରତି କରିବା ଲାଗି କାତାର, ଇଜିପ୍ଟ ଓ ଆମେରିକା ମଧ୍ୟସ୍ଥ କରିବାକୁ ଆଗେଇ ଆସିବାରୁ ୧୫ ଜାନୁଆରୀରେ ଏ ସଂକ୍ରାନ୍ତରେ ଚୁକ୍ତି ହୋଇଥିଲା।
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ହେବା ଓ ସମ୍ପୃକ୍ତ ଭୂଖଣ୍ଡକୁ ସାମୟିକ ଆଶ୍ୱସ୍ତି ମିଳିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହା ମନେରଖିବାକୁ ହେବ ଯେ ଚୁକ୍ତିରେ ସାମାନ୍ୟ ଅସଙ୍ଗତି ଦେଖାଦେଲେ ଅସ୍ବାଭାବିକ ସ୍ଥିତି ମଧ୍ୟ ଉପୁଜିପାରେ। କାରଣ ଅତୀତରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଏଭଳି ପ୍ରଚ୍ଛଦପଟରେ ଆଉ ଏକ ବିଷୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କଲାଣି। ଟ୍ରମ୍ପଙ୍କ ୨୦୧୬ରୁ ୨୦୨୦ ପ୍ରଥମ ପାଳିର ରାଷ୍ଟ୍ରପତିତ୍ୱ ସମୟ ଅନେକ କାରଣ ପାଇଁ ବିବାଦୀୟ ହୋଇପଡ଼ିଥିଲା। ୨୦ ଜାନୁଆରୀରେ ଦ୍ୱିତୀୟ ପାଳି ଆରମ୍ଭ ହେବା ପୂର୍ବରୁ ଯାହା ସମ୍ପୂର୍ଣ୍ଣ ଭାବେ ବିବାଦ ବଳୟକୁ ଆସିଯାଇଛି ତାହା ହେଲା ଟ୍ରମ୍ପଙ୍କ ପୁନଶ୍ଚ ଏକଜିଦିଆ ଉଚ୍ଚାରଣ। ସେ କିଛି ଦିନ ପୂର୍ବରୁ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବୃହତ୍‌ ଦୀପ ‘ଗ୍ରିନ୍‌ଲାଣ୍ଡ’କୁ ଆମେରିକା ଅକ୍ତିଆର କରିବ। ସୂଚନା ଦିଆଯାଇପାରେ ଯେ ଡେନ୍‌ମାର୍କ ପରିଚାଳିତ ଗ୍ରୀନ୍‌ଲାଣ୍ଡ ଏକ ସ୍ବୟଂଶାସିତ ଭୂଖଣ୍ଡ ଭାବେ ପରିଚିତ। ଆମେରିକାଠାରୁ ଏହା ୫ ହଜାର କିଲୋମିଟିର ଦୂରରେ ଅବସ୍ଥିତ। ପ୍ରତିରକ୍ଷା ଦୃଷ୍ଟିକୋଣରୁ ତାହାକୁ ଅକ୍ତିଆର କରିବା ଆମେରିକା ପାଇଁ ନିତାନ୍ତ ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି। ସେହିପରି ପାନାମା କେନାଲ ଅନ୍ତର୍ଜାତୀୟ ସ୍ତରରେ ବାଣିଜି୍ୟକ ଜଳପଥ ଭାବେ ଜଣାଶୁଣା ଥିବାରୁ ତାହାକୁ ପାନାମାଠାରୁ ଛଡ଼ାଇ ଆଣିବା ଉପରେ ଟ୍ରମ୍ପ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା କଥା ହେଲା ଆମେରିକା ଆଶୀର୍ବାଦରୁ ପାନାମା ଭଳି ଛୋଟିଆ ଦେଶ ତାହାକୁ ପରିଚାଳନା କରୁଛି। କିନ୍ତୁ ତାହା ଉପରେ ଚାଇନା ନଜର ପକାଇଥିବାରୁ ଟ୍ରମ୍ପ କ୍ଷୁବ୍ଧ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଚାଇନା ଟ୍ରମ୍ପଙ୍କ କୁହାଟକୁ ପ୍ରତିହତ କରିବାକୁ ଯାଇ କହିଛି ଯେ ପାନାମା ଏକ ସାର୍ବଭୌମ ଦେଶ। ପାନାମା କେନାଲ ଏକ ନିରପେକ୍ଷ ଅନ୍ତର୍ଜାତୀୟ ଜଳପଥ ହୋଇଥିବାରୁ ଚାଇନା ଏ ନେଇ ଟ୍ରମ୍ପଙ୍କୁ ବିରୋଧ କରିଛି। ତେବେ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ କାର୍ଯ୍ୟକାଳ ଆରମ୍ଭ ହେଲେ ବାସ୍ତବତା ଜଣାପଡ଼ିବ।
ଆମେରିକା ବିଶ୍ୱର ବଡ଼ଭାଇପଣିଆ ଦେଖାଇ ଆସୁଥିବା ବିଷୟ ସମସ୍ତଙ୍କୁ ଜଣାଶୁଣା। ସଂଘର୍ଷ ପ୍ରପୀଡ଼ିତ ଦେଶ ମଧ୍ୟରେ ଯୁଦ୍ଧବିରତି କରିବାରେ ଲୋକଦେଖାଣିଆ ମଧ୍ୟସ୍ଥ ଭୂମିକା ନିର୍ବାହ କରିବା ହେଉ ବା ପୀଡ଼ିତଙ୍କ ପାଇଁ ମାନବୀୟ ସହାୟତା ଯୋଗାଇ ଦେଇ ଏହି ରାଷ୍ଟ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥାଏ। ଏହି ସମୟରେ ଆଉ ଏକ କୌତୂହଳପ୍ରଦ ଦାବିକୁ ନେଇ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଭାବୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମଧ୍ୟରେ କସରତ ଚାଲିଥିବା ଦୃଷ୍ଟଗୋଚର ହେଉଛି। ଇସ୍ରାଏଲ-ହମାସ ସାମୟିକ ଯୁଦ୍ଧବିରତିର ଶ୍ରେୟ ନେବା ପାଇଁ ଉଭୟେ ବ୍ୟସ୍ତ। ଟ୍ରମ୍ପ କହିଥିଲେ ସେ ପୁନଶ୍ଚ ରାଷ୍ଟ୍ରପତି ହେବା ପୂର୍ବରୁ ଇସ୍ରାଏଲ-ହମାସ ଯୁଦ୍ଧବିରତି ହୋଇଯିବ। ତାଙ୍କ କହିବା ଅନୁଯାୟୀ ତାହା କାର୍ଯ୍ୟକାରୀ ହୋଇଥିବାରୁ ଟ୍ରମ୍ପ ଶ୍ରେୟ ନେବା ଯଥାର୍ଥ ମନେହେଉଛି। ଅନ୍ୟପକ୍ଷରେ ତାଙ୍କ ଶାସନର ଲେଗାସି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ବାଇଡେନ୍‌ କହିଲେଣି। କିନ୍ତୁ ଇସ୍ରାଏଲ-ହମାସ ସଂଘର୍ଷ ବାଇଡେନ୍‌ଙ୍କ ସମୟରେ ଆରମ୍ଭ ହୋଇ ୧୯ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଘମାଘୋଟ ଲଢ଼େଇରେ ପରିଣତ ହୋଇଥିଲା। ଏହି ସନ୍ଦିକ୍ଷଣରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଲୁଚିଯାଉଥିବା ଭଳି ମନେହେଉଛି। ଏ ସମ୍ପର୍କରେ ଦୁଇ ନେତା ନୀରବ। ତେଣୁ ସଫା କହିହେବ ଯେ ସିଏ ବାଇଡେନ୍‌ ହୁଅନ୍ତୁ ବା ଟ୍ରମ୍ପ ନିଜ ଆତ୍ମ ସନ୍ତୁଷ୍ଟୀକରଣ ହେଉ ବା ଆତ୍ମ ବିସ୍ତାରବାଦ ସେମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri