ଖୁବ୍‌ଶୀଘ୍ର ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ, ଡିପିଆର ଅନୁମୋଦନ କଲେ ରାଜ୍ୟ ସରକାର

କଟକ,୧୯ା୧(କାର୍ତ୍ତିକ ସାହୁ): ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ସମ୍ବଲପୁର ଓ କଟକରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ହାଇଲେଭଲ କମିଟିରେ ମହାନଦୀ ରିଭରଫ୍ରଣ୍ଟ ନିର୍ମାଣ ନିମନ୍ତେ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଅନୁମୋଦନ ହୋଇସାରିଥିବା ସିଏମ୍‌ସି କମିଶନର ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କଟକ ବାଲିଯାତ୍ରା ତଳପଡ଼ିଆ ସଂଲଗ୍ନ ଅଞ୍ଚଳରେ ରହିଥିବା ୬୨୦ ଏକର ଜମିରୁ ବାଲିଯାତ୍ରା ପାଇଁ ୩୪ ଏକର ଜମି ବାଦ୍‌ ଦିଆଯିବ। ଅବଶିଷ୍ଟ ୫୮୬ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ପ୍ରକଳ୍ପ ଅଧୀନରେ ଜଙ୍ଗଲ ସୃଷ୍ଟି କରାଯିବ। ବିଶେଷକରି ହାଡ଼ିଆପଠା ଅଞ୍ଚଳରେ ଚାରାରୋପଣ କରି ବନୀକରଣ କରାଯିବ। ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଗାଇଡ୍‌ ଲାଇନ୍‌ ଅନୁସାରେ କାମ କରାଯିବ। ଏଥିରେ କୌଣସି ପକ୍କା ଅଥବା ସିମେଣ୍ଟ କଂକ୍ରିଟ କାମ କରାଯିବ ନାହିଁ। ପ୍ରକଳ୍ପ ଅନୁମୋଦନ ହୋଇସାରିଥିବାରୁ ଏହାର ରୂପରେଖ ଦାୟିତ୍ୱ ନେଇଥିବା ସଂସ୍ଥା ପ୍ରସ୍ତୁତ କରିବ। ଉକ୍ତ ସଂସ୍ଥା ରାଜ୍ୟ ସରକାରଙ୍କୁ ରିଭର ଫ୍ରଣ୍ଟ ରୂପରେଖର ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ଦେଖାଇ ସାରିଛି।

ଅପରପକ୍ଷରେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏନେଇ ତତ୍ପରତା ପ୍ରକାଶ ପାଇଛି। ବାଲିଯାତ୍ରା ପାଇଁ ଉଦ୍ଦିଷ୍ଟ ୩୪ ଏକର ଜମି ଚିହ୍ନଟ ହେବା ପରେ ବାକି ଜମିରେ ପ୍ରକଳ୍ପ କାମ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲା ପ୍ରଶାସନ ୩୪ ଏକର ଜମିକୁ ବାଦ୍‌ ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛିି। ସେଥିପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଏକ ବୈଠକ ବସି ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏଥିରେ ସିଏମ୍‌ସି, ବନ ବିଭାଗ, ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିଛନ୍ତି। ତତ୍‌ପରେ ଦାୟିତ୍ୱ ନେଇଥିବା ସଂସ୍ଥା ପ୍ରକଳ୍ପର ନିର୍ମାଣ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିସହ ଆସନ୍ତା ୨୧ ତାରିଖରେ ରାଜ୍ୟ ସରକାରଙ୍କ ସ୍ତରରେ ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ତେବେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି କମିଶନର ପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଟକ ବାଲିଯାତ୍ରା ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମାଝୀ ଏକ ବଡ଼ ଘୋଷଣା କରି କହିଥିଲେ, ସାବରମତୀ ଢାଞ୍ଚାରେ ମହାନଦୀରେ ରିଭରଫ୍ରଣ୍ଟ ହେବ। ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଯୋଗାଇଦେବେ। ସମ୍ବଲପୁର ଓ କଟକରେ ଏହି ରିଭରଫ୍ରଣ୍ଟ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇସାରିଛି। ଆହୁରି ୧୫୦ କୋଟି ଟଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଯୋଗାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri