ମାଡି ଆସୁଛି ଭୟଙ୍କର ବରଫ ଝଡ଼: ଆମେରିକାରେ ହାଇଆଲର୍ଟ

ଓ୍ବାଶିଂଟନ୍‌,୬।୧: ପ୍ରବଳ ଥଣ୍ଡା ସାଙ୍ଗକୁ ବରଫ ଝଡ଼ ଆମେରିକାବାସୀଙ୍କୁ କଲବଲ କରୁଛି। ଚାରିଆଡେ ଜୁଆଡେ ଦେଖିବ ବରଫ ହିଁ ବରଫ। ଘର, ରାସ୍ତାଘାଟ ଉପରେ ବରଫର ବହଳ ଆସ୍ତରଣ ଜମି ରହିଛି। ଏପରି କି ଟ୍ରକ, ବସ୍‌, କାର୍‌ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଫଳରେ କେତେକ ଅଞ୍ଚଳ ବାହ୍ୟଜଗତରୁ ପ୍ରାୟ ବିଛିନ୍ନ ହୋଇଯାଇଛି। ଆମେରିକାରେ ଚଳିତ ବର୍ଷ ଥଣ୍ଡା ରେକର୍ଡ ଭାଙ୍ଗିଛି।

ଏପରିକି ଆଗାମୀ ଦିନରେ ଆମେରିକାରେ ଶୀତକାଳୀନ ଝଡ଼ ଆଶଙ୍କା ଦେଖାଦେଇଛି। ଯାହାକି ସବୁଠାରୁ ଭୟଙ୍କର ଝଡ଼ ବୋଲି ଅନୁମାନ କରାଯାଉଛି। ଏନେଇ ଆମେରିକାର ଅଧିକାଂଶ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ।

ଆମେରିକାର ବିଭିନ୍ନ ରାଜ୍ୟରେ ଘନ କୁହୁଡ଼ି ଯୋଗୁ ଶୂନ ଦୃଶ୍ୟମାନ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ତୁଷାରପାତ ଏବଂ ଥଣ୍ଡା ପବନ ଯୋଗୁ ଲୋକଙ୍କୁ ଘରୁ ବାହାରିବା ମସକିଲ୍‌ ହୋଇପଡିଛି। ଲୋକେ ଦିନ ଏବଂ ରାତି ହିଟର ଜାଳି ବସି ରହୁଛନ୍ତି। ଏପରିକି ଘନ କୁହୁଡ଼ି ଯୋଗୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆମେରିକାର କାନସାସ, ପଶ୍ଚିମ ନେବରାସ୍କା ଏବଂ ଇଣ୍ଡିଆନା ଆଦି ସହରର ପ୍ରମୁଖ ରାସ୍ତାରେ ବରଫର ଆସ୍ତରଣ ଜମି ରହିଛି। ଫସି ରହିଥିବା ଗାଡି ଚାଳକଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି ।

ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ରାଜ୍ୟର ବଭିନ୍ନ ସହରରେ ଶୀତ ଝଡ଼ ପାଇଁ ସତର୍କ ଜାରି କରାଯାଇଛି। ଅନ୍ୟପକ୍ଷେ ମିସୋରୀ ଓ ଆରକାନ୍ସ ସହର ପାଇଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଶକ୍ତିଶାଳୀ ଶୀତ ଝଡ଼ କେନ୍ଦ୍ରୀୟ ଆମେରିକାରେ ଆରମ୍ଭ ହୋଇ ଆଗାମୀ କିଛି ଦିନ ମଧ୍ୟରେ ପୂର୍ବ ଦିଗକୁ ଗତି କରିବ । ଏହି ସମୟରେ ୪୦ ମାଇଲ ବେଗରେ ଶୀତୁଆ ପବନ ବହିବ ଆଶଙ୍କା ରହିଛି। ଭୟଙ୍କର ଝଡ଼ ଦ୍ୱାରା ୬୩ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri