ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ…

ଦେଓଗାଁ,୪।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ମୁଖ୍ୟାଳୟସ୍ଥିତ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଦେଇ ଗତିକରୁଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଅବହେଳା ଯୋଗୁ ଛାତ୍ରମାନେ ଅପରାଧିକ କାର୍ଯ୍ୟକଳାପ କରୁଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବିଦ୍ୟାଳୟରେ ଦୁଇଜଣ ଛାତ୍ର ଦେଓଗାଁ ଭଞ୍ଜପଡାର ଜନୈକ ଛାତ୍ରକୁ ଛୁରି ଦେଖାଇ ବାଧ୍ୟକରି ୨ରୁ ୩ଟି ନିଶା ବଟିକା ଖୁଆଇ ଦେଇଥିଲେ। ପରେ ସମ୍ପୃକ୍ତ ଛାତ୍ର ଘରକୁ ଆସିବା ପରେ ଗୁରୁତର ହୋଇପଡିଥିଲେ।

ଛାତ୍ରଙ୍କୁ ପରିବାରବର୍ଗ ବଲାଙ୍ଗୀର ନେଇ ଚିକିତ୍ସା କରିବା ପରେ ଛାତ୍ର ଅବସ୍ଥାରେ ସୁଧାର ଆସିଥିଲା ା ଶନିବାର ଉକ୍ତ ଖବର ପ୍ରଚାରିତ ହେବାପରେ କିଛି ଅଭିଭାବକ ବିଦ୍ୟାଳୟକୁ ଯାଇ ଅଭିଯୋଗ କରିବା ସହ ସମ୍ପୃକ୍ତ ଛାତ୍ରଙ୍କ ଅଭିଭାବକ ଦେଓଗାଁ ଥାନାରେ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୋଲିସ ସ୍କୁଲକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ନିଶାବଟିକାର ଖୋଳକୁ ଜବତ କରିବା ସହ ସମ୍ପୃକ୍ତ ଛାତ୍ରଙ୍କୁ ପଚରାଉଚୁରା କରିଥିଲା।

ସେହିପରି ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଇଓ ମମତା ମହାଡିକ ଓ ଏବିଇଓ ଅଜିତ କୁମାର ମିଶ୍ର ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ। ଏହି ସମ୍ପର୍କରେ ଏବିଇଓ ମିଶ୍ରଙ୍କୁ ପଚାରିବାରୁ ଅଭିଯୋଗର ସତ୍ୟତା ରହିଛି। ଷଷ୍ଠ, ସପ୍ତମ ଶ୍ରେଣୀର କିଛି ଛାତ୍ର ବାରମ୍ବାର ନିଶାବଟିକା ସେବନ କରି ବ୍ୟାଗରେ ଛୁରୀଧରି ସ୍କୁଲକୁ ଆସୁଥିବା ଏବଂ ବାରଣ କଲେ ମହାକାଳ ଗୋଷ୍ଠୀ ବୋଲି ଧମକ ଦେଉଥିବା ଅଭିଯୋଗ ପାଇଛୁ। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରଧାନ ଶିକ୍ଷକ ଏନେଇ ଆଗରୁ ଆମକୁ ସୂଚନା ଦେଇ ନ ଥିବାରୁ ପରିସ୍ଥିତି ବିଗିଡିବାରେ ଲାଗିଛି। ଏଣୁ ଆଗକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri