ଅଲ୍ଲୁ ଅର୍ଜୁନଙ୍କ ରାଜନୈତିକ ଲିଙ୍କ୍‌ ବଢାଉଛି କି ଟେନଶନ, ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ

ନୂଆଦିଲ୍ଲୀ,୨୬।୧୨: ଅଲ୍ଲୁ ଅର୍ଜୁନଙ୍କ ଗିରଫ, ପରେ ଜାମିନକୁ ନେଇ ପୁରା ଇଣ୍ଡଷ୍ଟ୍ରି ସମେତ ତେଲଙ୍ଗାନା ରାଜନୀତି ବି ସରଗରମ ରହିଛି। ଏହି ସମୟରେ ପୋଲିସ ମଧ୍ୟ ତାଙ୍କୁ ଘନଘନ ପଚରାଉଚରା କରୁଛି। କହିରଖୁଛୁ କି, ଡିସେମ୍ବର ୪ରେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପୁଷ୍ପା 2 ଫିଲ୍ମର ପ୍ରିମିୟର୍‌ ସମୟରେ ବଡ଼ ଧରଣର ଦଳାଚକଟା ହୋଇଥିଲା। ଏଥିରେ ଜଣେ ୩୫ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇଥିଲେ। ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି।
ଏହାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, ସେ ଅଲ୍ଲୁଙ୍କ ମାମଲାରେ କୌଣସି ହସ୍ତକ୍ଷେପ କରିବେ ନାହିଁ। ଆଇନ୍‌ ତା’ଅନୁସାରେ କାମ କରିବ।

ସୂଚନାଥାଉ କି, ଅଲ୍ଲୁଙ୍କ ପରିବାର ଆନ୍ଧ୍ରପ୍ରଦେଶ ତଥା ତେଲେଙ୍ଗାନାରେ ବହୁତ ପ୍ରଭାବଶାଳୀ। କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରଭାବ ନାହିଁ, ତାଙ୍କ ପରିବାରର ରାଜନୀତିରେ ମଧ୍ୟ ପ୍ରଭାବ ରହିଛି। ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ ପୱନ କଲ୍ୟାଣ ଅଲ୍ଲୁଙ୍କ ମାମୁଁ ଅଟନ୍ତି। ତାଙ୍କ ଦଳ ଭାଜପା ସହ ମେଣ୍ଟ କରୁଛି। ଅଲ୍ଲୁଙ୍କ ବିରୋଧରେ ତେଲେଙ୍ଗାନା ସରକାର କଠୋର ପ୍ରଦର୍ଶନ କରୁଥିବା ଏହି କାରଣ ବୋଲି ଆଲୋଚନା ହୋଇଛି। ଏହାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ କହିଛନ୍ତି ଯେ, ଆଇନ ସାଧାରଣ ଏବଂ ବିଶେଷ ମଧ୍ୟରେ କୌଣସି ପ୍ରଭେଦ ନକରିବା ଉଚିତ।

ସେହିପରି ଅଲ୍ଲୁ ଅର୍ଜୁନଙ୍କ ଜେଜେବାପାଙ୍କ ଅଲ୍ଲୁୁ ରାମଲିଙ୍ଗାୟା। ସେ ୭୦-୮୦ ଦଶକରେ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ରାମଲିଙ୍ଗାୟାଙ୍କୁ ପଦ୍ମଶ୍ରୀ ଏବଂ ରଘୁପତି ଭେଙ୍କୟା ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ କରାଯାଇଛି। ରାମଲିଙ୍ଗାୟାଙ୍କ ପୁଅ ଅଲ୍ଲୁ ଅରବିନ୍ଦ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ପ୍ରଯୋଜକ ଅଟନ୍ତି। ସେହିପରି ଅଲ୍ଲୁଙ୍କ ବଡ ଭାଇ ଅଲ୍ଲୁ ଭେଙ୍କଟେଶ ଏକଦା ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ଅଭିନେତା ଥିଲେ, କିନ୍ତୁ ବର୍ତ୍ତମାନ ସେ ଜଣେ ବ୍ୟବସାୟୀ। ଅନ୍ୟପଟେ ତାଙ୍କ ସାନ ଭାଇ ଅଲ୍ଲୁ ସିରିଶ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା। ପୁଷ୍ପାଙ୍କ ସ୍ତ୍ରୀ ସ୍ନେହା ରେଡ୍ଡୀ ହାଇଦ୍ରାବାଦର ଏକ ବ୍ୟବସାୟ ପରିବାରରୁ ଆସିଛନ୍ତି। ସ୍ନେହା ଜଣେ ଶିକ୍ଷାବିତ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି।

କହିରଖୁଛୁ କି, ପୁଷ୍ପାଙ୍କ ବାପା ଅଲ୍ଲୁ ରାମଲିଙ୍ଗାୟା ତାଙ୍କ ଝିଅଙ୍କୁ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ବିବାହ କରିଥିଲେ। ଚିରଞ୍ଜୀବୀ ମଧ୍ୟ ରାଜନୀତିରେ ସକ୍ରିୟ ଅଟନ୍ତି। ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ। ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ଭାଇ ଅଟନ୍ତି। ଚିରଞ୍ଜୀବୀଙ୍କ ଭାଇ ପୱନ କଲ୍ୟାଣ କେବଳ ଜଣେ ସୁପରଷ୍ଟାର ନୁହଁନ୍ତି ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ ମଧ୍ୟ। ଚିରଞ୍ଜୀବୀ ସମ୍ପକୀୟରେ ସେ ଅଲୁ ଅର୍ଜୁନଙ୍କ ମାମୁଁ ଅଟନ୍ତି।

ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଅଲୁ ଅର୍ଜୁନଙ୍କୁ ରୋଡ ଶୋ କରିବା ସହ ଥିଏଟରରେ ଭିଡ଼ ଜମାଇ ସମାଲୋଚନା କରିଥିଲେ। ଏହାକୁ ନେଇ ଅଭିନେତା ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ଏହା ଏକ ଶୋଭାଯାତ୍ରା କିମ୍ବା ରୋଡ ସୋ ନୁହେଁ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି ଯାହା ମୁଁ ଏକ ର୍ନିଦ୍ଦିଷ୍ଟ ଆଚରଣ କରିଛି। ଏହା ଅପମାନଜନକ ଏବଂ ଚରିତ୍ର ସଂହାର। ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି, ଅନେକ ମିଥ୍ୟା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri