Posted inଜାତୀୟ

ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲିଦେବା ପରେ ଦେଖିବାକୁ ଗଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ହୋଇଥିବା ଉତ୍ତେଜନାକୁ ନେଇ ଦେଶରେ ରାଜନୀତି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କର ଦୁଇ ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଠେଲି ଦେଇଛନ୍ତି। ଉଭୟ ଏମ୍‌ପିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ରାହୁଲ ପାଲଟା ଅଭିଯୋଗ କରିଛନ୍ତି ଯେ, ଭାଜପା ଏମ୍‌ପିମାନେ ତାଙ୍କୁ ମକର ଦ୍ୱାରରେ ଅଟକାଇ ତାଙ୍କୁ ଧକ୍କା-ମୁଥ ମାରିଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାହୁଲ ଯେଉଁ ସ୍ଥାନରେ ପ୍ରତାପ ଷଡ଼ଙ୍ଗୀ ବସିଥିଲେ ସେହି ସ୍ଥାନକୁ ଯାଉଥିବାର ନଜର ଆସିଛନ୍ତି। ଯେତେବେଳେ ଭାଜପା ଏମ୍‌ପି ଷଡ଼ଙ୍ଗୀଙ୍କୁ ଡାକ୍ତରଖାନା ନିଆଯାଉଥିଲା। ସେତେବେଳେ କଂଗ୍ରେସ ନେତା ରାହୁଲ ସେହି ସ୍ଥାନ ଦେଇ ଯାଉଥିଲେ। ପ୍ରତାପଙ୍କୁ ଦେଖି ରାହୁଲ କିଛି ସମୟ ଅଟକି ଗଲେ, ସେତେବେଳେ ନିଶିକାନ୍ତ ଦୁବେଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସମସ୍ତ ଭାଜପା ଏମ୍‌ପି ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଭିଡିଓରେ ନିଶିକାନ୍ତ ଦୁବେ କଂଗ୍ରେସ ନେତା ରାହୁଲଙ୍କୁ କହୁଛନ୍ତି, ତୁମେ ଗୁଣ୍ଡାଗର୍ଦ୍ଦି କରୁଛ। ତୁମେ ବୃଦ୍ଧଙ୍କୁ ତଳକୁ ଠେଲି ଦେଲ।

ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ତାଙ୍କ ଉପରେ ପଡ଼ିଥିବା ଜଣେ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି। ଷଡ଼ଙ୍ଗୀଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ଉପରେ ରାହୁଲ କହିଛନ୍ତି, କ୍ୟାମେରାରେ ସବୁକିଛି କଏଦ ହୋଇଛି। ଏଥିସହ ସେ ଭାଜପା ଏମ୍‌ପିମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସ ଏକ ଭିଡିଓ ଜାରି କରି ଦାବି କରିଛି ଯେ, ଭାଜପା ସଦସ୍ୟମାନେ ରାଜ୍ୟ ସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଓ୍ବାୟନାଡ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସଂସଦ ଭବନ ପରିସରରେ ବହୁ ମହିଳା ଏମ୍‌ପିଙ୍କୁ ଧକ୍କା ମୁଥ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri