Posted inଜାତୀୟ

ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ଦେବା ଘଟଣା! ରାହୁଲଙ୍କୁ ହେବ କି ଜେଲ୍‌…

ନୂଆଦିଲ୍ଲୀ,୧୯।୧୨: ସଂସଦ ପରିସରରେ ଖଣ୍ଡଯୁଦ୍ଧକୁ ନେଇ ରାଜନୀତି ଉଠୁଛି ପଡୁଛି। ଏବେ ଭାଜପା ଲୋକ ସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଦଳର ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଠେଲି ଦେଇଥିବା ଅଭିଯୋଗ ଆଣି ଭାଜପା ପୋଲିସ ପାଖରେ ଫେରାଦ ହୋଇଛି। ଅନ୍ୟପଟେ ରାହୁଲ ଦାବି କରିଛନ୍ତି ଯେ, ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଷଡଙ୍ଗୀ ତାଙ୍କୁ ଠେଲି ଦେଇଛନ୍ତି। ତେବେ ସଂସଦ ପରିସରରେ ହୋଇଥିବା ଘଟଣାରେ ଜଣେ ଏମପିଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଆସିଲେ କଣ ତାଙ୍କୁ ଜେଲ ହେବ କି? ସରକାର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେବେ କି।

ନିୟମ ଅନୁଯାୟୀ, ଯଦି ଏହି ମାମଲାର କୌଣସି ଭିଡିଓ ପ୍ରମାଣ ନଥାଏ, ତେବେ ଏହା କେବଳ ଦୁଇ ଏମ୍ପିଙ୍କ ମଧ୍ୟରେ କଥା କଟାକଟି ଭାବରେ ଦେଖାଯିବ। ଲୋକ ସଭାର ପୂର୍ବତନ ସାଧାରଣ ସମ୍ପାଦକ ପିଡିଟି ଆଚାର୍ଯ୍ୟ କହିଛନ୍ତି ଯେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଡିଓ ପ୍ରମାଣ। ଯଦି କୌଣସି ଭିଡିଓ ନାହିଁ, ଜଣେ ଏମପିଙ୍କୁ ଅନ୍ୟ ଏମପିଙ୍କ ମିଛ ଅଭିଯୋଗ ବୋଲି ଧରାଯିବ।

ସଂସଦ ନିୟମ ଅନୁଯାୟୀ, ଯଦି କୌଣସି ସଦସ୍ୟ ସଂସଦର କାର୍ଯ୍ୟକାଳ ସମୟରେ କିମ୍ବା ସଂସଦକୁ ଯିବା ସମୟରେ କୌଣସି ଅସୁବିଧା କିମ୍ବା ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତେବେ ଏହା ଏକ ବିଶେଷାଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯିବ।

ଯେହେତୁ ଭାଜପା ପୋଲିସ ପାଖରେ ଅଭିଯୋଗ ଦାଖଲ କରିଛି, ରାହୁଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ଏବେ ତାହା ସବୁଠାରୁ ବଡ ପ୍ରଶ୍ନ। ନିୟମ ଅନୁସାରେ ମାମଲାର ତଦନ୍ତ କରିପାରିବ ପୋଲିସ। କିନ୍ତୁ ସଂସଦ ପରିସରରେ ଘଟଣା ଘଟିଥିବାରୁ ବାଚସ୍ପତିଙ୍କ ଅନୁମତି ଲୋଡ଼ିପାରେ ପୋଲିସ। ଆଉ ଠେଲାପେଲା ମାମଲାରେ ଯେଉ ଭିଡିଓ ସାମ୍ନାକୁ ଆସୁଛି ତାହା ଏବେ ସବୁଠୁ ବଡ଼ ପ୍ରମାଣ। ଭିଡିଓ ସହ କିଛି ସାକ୍ଷୀଙ୍କ ବୟାନ ମଧ୍ଯ ପୋଲିସ ନେଇପାରେ ଯାହାକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri