ବଜାରକୁ ଆସିବ ଓମ୍‌ଫେଡ୍‌ ପାଣି, ଚକୋଲେଟ୍‌

ଭୁବନେଶ୍ୱର,୧୮ା୧୨(ଅନୁରାଧା ମହାରଣା):ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜରାଟର ଆନନ୍ଦଠାରେ ଥିବା ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତ ନ୍ୟାଶନାଲ ଡାଏରୀ ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି) ପରିଦର୍ଶନରେ ଯାଇଛନ୍ତି। ଏହି ଅବସରରେ ପରିଚାଳକଙ୍କ ତାଲିମ, କ୍ରୟ, ବିକ୍ରୟ ଏବଂ ପ୍ରକ୍ରିୟାକରଣ ସହିତ ଓମ୍‌ଫେଡର ସାମଗ୍ରିକ ବିକାଶ ପାଇଁ ଏନ୍‌ଡିଡିବି ସହ ଓମ୍‌ଫେଡର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ମନ୍ତ୍ରୀ ଗୋପାଳନକୁ ଗୁରୁତ୍ୱ ଦେବା ସହ ଓମ୍‌ଫେଡ୍‌ କିପରି ନୂଆ ନୂଆ ଉତ୍ପାଦ ବଜାରକୁ ଆଣିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଉତ୍ପାଦନ ବୃଦ୍ଧି କରିବା ସହ ତା’ର ବିକ୍ରି ପାଇଁ ମାର୍କେଟ ସୃଷ୍ଟି କରିବାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ଓମ୍‌ଫେଡ୍‌ ପାଣି, ଚକୋଲେଟ ଆଦି ନୂଆ ଉପତ୍ାଦ ବଜାରକୁ ଆଣିବାକୁ ଯାଉଛି ବୋଲି ସୂଚନା ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କ୍ଷୀରଧାରା କେନ୍ଦ୍ର ଖୋଲିଛି। ଏଠାରେ କ୍ଷୀର ସଂଗ୍ରହ ହେବା ସହ ଓମଫେଡ୍‌ ଉତ୍ପାଦ ଯଥା କ୍ଷୀର, ଖଟା ଓ ମିଠା ଦହି, ରାବିଡି, ଛେନାପୋଡ଼, ଗୁଆ ଘିଅ, ଓମ୍‌ଫେଡ୍‌ କ୍ଷୀର ପାଉଡର, ଫେଭର ମିଲ୍କ, ଲସି ଇତ୍ୟାଦି ବିକ୍ରି କରିବାର ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି।
ଏହି ଟିମ୍‌ରେ ଓମ୍‌ଫେଡ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ପରିଚାଳନା ନିଦ୍ଦେର୍ର୍ଶକ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଓମଫେଡ୍‌ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଏ ସମ୍ପର୍କରେ କୁଲାଙ୍ଗେ କହିଛନ୍ତି, ଓମଫେଡ୍‌ ଉତ୍ପାଦର ଗୁଣବତ୍ତାରେ କୌଣସି ସାଲସ୍‌ କରାଯିବ ନାହିଁ। ଓମ୍‌ଫେଡର ଉତ୍ପାଦନ ଓ ବିକ୍ରି ବୃଦ୍ଧି ପାଇଲେ ହିଁ ରାଜ୍ୟର ଆର୍ଥିକ ବିକାଶରେ ଏକ ପ୍ରମୁଖ ଯୋଗଦାନ ହେବ। ଏହାସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri