ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୯ ମୃତ

ଦେଇର ଅଲ୍‌-ବଲାହ,୧୧ା୧୨: ଇସ୍ରାଏଲୀ ସେନା ମଙ୍ଗଳବାର ରାତିରୁ ଗାଜାଷ୍ଟ୍ରିପ୍‌ରେ ବୋମାମାଡ଼ ଜାରି ରଖିଥିବାବେଳେ ଏଥିରେ ଅନୂ୍ୟନ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଗାଜା ଉତ୍ତର ଭାଗରେ ବିସ୍ଥାପିତ ଲୋକେ ଆଶ୍ରୟ ନେଇଥିବା ଏକ ଘର ଉପରେ ବୋମାମାଡ଼ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ଜଣେ ମେଡିକାଲ ଅଫିସର କହିଛନ୍ତି।ଏହା ବ୍ୟତୀତ ବୁଧବାର ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଓ ତାଙ୍କର ୨ ପିଲା ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରୀୟ ଗାଜାରେ ଥିବା ନୁସେଇରାତ୍‌ ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଇସ୍ରାଏଲ୍‌ ଲେବାନନ୍‌ର ହେଜ୍‌ବୋଲ୍ଲା ସହ ଯୁଦ୍ଧବିରତି କରିଥିବାବେଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ କ୍ଷମତାଚ୍ୟୁତ ହେବା ପରେ ସେଠାରେ ଆକ୍ରମଣ ଚଳାଇଛି। ଏହା ସତ୍ତ୍ୱେ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଏବଂ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏହି ଯୁଦ୍ଧର ପରିସମାପ୍ତି ଘଟତିବ ବୋଲି ଆଶାବାଦୀ ଥିବାବେଳେ ଅସ୍ତ୍ରବିରତି ଆଲୋଚନା ଅନେକ ମାସ ଧରି ଚାଲିଥିଲେ ମଧ୍ୟ କୌଣସି ଅଗ୍ରଗତି ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri