ବିଶ୍ରାମ ନେଉଥିଲେ ଯୁବକ: ହଠାତ ପହଞ୍ଚିଗଲା ଚିତାବାଘ, ତା’ପରେ…

ନବରଙ୍ଗପୁର/ରାଇଘର, ୫।୧୨(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ଓଡ଼ିଶା ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଦାଗାଁ ବଜାରପାରା ନିବାସୀ ଦ୍ୱାରକା ଦେଉରି।

ବୁଧବାର ସନ୍ଧ୍ୟା ପ୍ରାୟ ୭ଟା୩୦ରେ ବଜାର କାମ ସାରି ଚାଲି ଚାଲି ନିଜ ଘରକୁ ଫେରୁଥିଲେ। ଥକି ଯିବାରୁ ସେ ଏକ ସ୍ଥାନରେ ବିଶ୍ରାମ ନେଉଥିଲେ। ଏହି ସମୟରେ ହଠାତ୍‌ ଏକ ଚିତାବାଘ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା। କେତେଜଣ ପଥଚାରୀ ରକ୍ତ ଛିଟା ଓ ଚପଲ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଗ୍ରାମବାସୀ ଏକାଠି ହୋଇ ରାସ୍ତାଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦ୍ୱାରିକାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri