ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ଥାଇ ମଧ୍ୟ ଅଧିକ ଦେଖାଇ ମଧ୍ୟାହ୍ନ ଭୋଜନ ରନ୍ଧାଯାଇଥିବା ଭଳି ଘଟଣା ଷ୍ଟାଣ୍ଡିଙ୍ଗ କମିଟି ନଜରକୁ ଆସିଛି।

ଏହି ଟିମ୍‌ରେ ରତିକାନ୍ତ ପଣ୍ଡା, ଅରୁଣ କୁମାର ମିଶ୍ର, ଡାଲିମ୍ବ ଭତରା, କୃଷ୍ଣା ମଞ୍ଜରୀ ବିଷୋୟୀ, ଧନସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ବିମଳ ତ୍ରିପାଠୀ ପ୍ରମୁଖ ରହିଥିଲେ। ଜିଲାପରିଷଦ ଅଧ୍ୟକ୍ଷ ମୋତିରମ ନାୟକଙ୍କ ସମେତ କମିଟି ସଦସ୍ୟମାନେ ଉମରକୋଟ ବ୍ଲକ ରାଉତଗୁଡ଼ା, ବଙ୍ଗପାଲିଗୁଡ଼ା, ସିନ୍ଧିଗାଁ, ଝରିଗାଁ ବ୍ଲକର ଝଳିଆଗୁଡ଼ା, ଡାବୁଗାଁ ବ୍ଲକ କେନ୍ଦୁଗୁଡ଼ା, ପାପଡ଼ାହାଣ୍ଡି ବ୍ଲକ ଜାମ୍ବଗୁଡ଼ା, ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡ଼ା, କୁଜାଜାନିଗୁଡ଼ା ଓ ନନ୍ଦାହାଣ୍ଡି ବ୍ଲକ ହିର୍ଲିଆଗୁଡ଼ା ଭଳି ୨୫ଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟରେ ଏଯାଏ ଅନେକ ପିଲା କ୍ରମିକ ସଂଖ୍ୟା ଜାଣି ନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି କିନ୍ତୁ ଧାନ କଟା ଯୋଗୁ ଛୁଟିରେ ରହିଯାଇଛନ୍ତି। ପିଲାଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା କମିଟି ସଦସ୍ୟ ଦେଖିଥିଲେ। ସେହିଭଳି ଗ୍ରାମାଞ୍ଚଳରେ ଶିକ୍ଷକ ରାହୁନାହାନ୍ତି। ନିଜ ପିଲାଙ୍କୁ ସହରରେ ପାଠପଢା ସୁବିଧା ଥିବା ଯୋଗୁ ଅନେକ ଶିକ୍ଷକ ଗ୍ରାମଞ୍ଚଳରେ ନିଯୁକ୍ତି ପାଇଁ ସହରମୁହାଁ ହୋଇଥିବା ଜାଣି କମିଟି ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri