ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ: ପୁଚୁକି ଗାଲିରୁ…

କଟକ, ୨୦।୧୧(ଶିଳ୍ପା ପ୍ରିୟଦର୍ଶିନୀ):  ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆକର୍ଷଣ ସାଜିଥିଲେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ। ତୁମ୍‌ ସେ କରକେ ମିଠି ମିଠି ବାତେ, କେହେ ଦୋ ନାଁ ୟୁ ଆର ମାଇଁ ସୋନିଆ, ଗୁମ୍‌ସୁମ୍‌ ଗୁମ୍‌ସୁମ୍‌ ରେହନେ ୱାଲି, ସୋନିଓ ଓ ସୋନିଓ, ପାପା ମେରି ଜାନ୍‌, କଭି ଅଲ୍‌ବିଦା ନାଁ କେହେନା, ସୁରଜ ହୁଆ ମଧମ, ଦିଲ୍‌ ଡୁବା ତେରି ଆଖୋ ମେ ୟେ ଦିଲ୍‌ ଡୁବା, ପ୍ୟାର୍‌ ହୁଆ ଇକରାର ହୁଆ, ମେରେ ସପନୋ କେ ରାନୀ କବ ଅଏଗୀ ତୁ, ବଚନା ଏ ହସିନୋ, ଅଲ୍‌ ଇଜ୍‌ ୱେଲ, ସନ୍ଦେସେ ଆତେ ହେଁ ଭଳି ସୋନୁଙ୍କ ମନଛୁଆଁ ସଙ୍ଗୀତରେ ଦର୍ଶକ ଝୁମିଥିଲେ। ଏଥିସହ ସେ ଓଡ଼ିଆ ଗୀତ ‘ନନ୍ଦିଘୋଷରେ ତୁ ଯିବୁ ମୁଁ କୋକେଇରେ ଯିବି, ତୋ ଆଖି ମୋ ଆଇନା, ପୁଚୁକି ଗାଲି’ ବୋଲି ଦର୍ଶକଙ୍କୁ ମତୁଆଲା କରିଥିଲେ। ସେହିପରି ଶ୍ରୀଲଙ୍କାର ସାଂସ୍କୃତିକ ଗ୍ରୁପ୍‌ ଓ ପୁରୀ ରଙ୍ଗଶାଳା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷିତ ହୋଇଥିଲା।
ଅପରପକ୍ଷରେ ଅକ୍ଷୟ ମହାନ୍ତି ମଞ୍ଚରେ ଓଲିଉଡ଼ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ସଙ୍ଗୀତ ପରିବେଷଣ କରିଥିଲେ। ସ୍ମୃତି ଏକ ରୂପା ଜହ୍ନ, ସେଇ ଝିଅଟି ତୁ, ଫଗୁଣରେ ଫଗୁଣ ଇତ୍ୟାଦି ମନଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଶଶାଙ୍କ ଆନମନା କରିଥିଲେ। ସେହିପରି କଟକର ଅମୃତ ମ୍ୟୁଜିକ ପକ୍ଷରୁ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ଇଜେଡ୍‌ସିସି ପକ୍ଷରୁ ଛଉନୃତ୍ୟ, ଜାତୀୟ ସାଂସ୍କୃତିକ କଳା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଭୁବନେଶ୍ୱର ଶିଳ୍ପୀକା ସୋସାଇଟି ଅଫ୍‌ କଲଚର ପକ୍ଷରୁ ପାରମ୍ପରିକ ନୃତ୍ୟ, କଟକ ମହାନଗର ନିଗମ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ମାହାରି ନୃତ୍ୟ, ଯାଜପୁର ବିରଜା କଲଚରାଲ ଏକାଡେମୀ ଓ ସରସ୍ବତୀ କଳାକେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri