ମାନଚିତ୍ର ବଦଳିଯାଇପାରେ

ଭାରତକୁ ବିଶ୍ୱସ୍ତରରେ ଅନ୍ୟତମ କ୍ଷମତାଶାଳୀ ଦେଶ ଭାବେ ଏଠାକାର ରାଷ୍ଟ୍ରୀୟ ନେତାମାନେ ପ୍ରଦର୍ଶନ କରିଚାଲିଛନ୍ତି। ବିଭିନ୍ନ ମଞ୍ଚରେ ଭାରତର ଉତ୍ଥାନ ବିଷୟରେ ଅନେକ ନେରେଟିଭ୍‌ ବା ବ୍ୟାଖ୍ୟାନ କରାଯାଉଛି। କେତେକେ ଭାରତ ଭୂମିର ସଫଳତାର ଊର୍ଦ୍ଧ୍ୱକୁ ଉଠି ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ବଖାଣୁଛନ୍ତି। ଏତେ ଭିତରେ ଅଶାନ୍ତ ମଣିପୁର ବିଷୟଟି ଅନ୍ଧାରରେ ଦୀର୍ଘ ଦେଢ଼ବର୍ଷ ଧରି ଘାଣ୍ଟି ହେଉଥିଲେ ମଧ୍ୟ ସେଥିପ୍ରତି ଜାତୀୟଠାରୁ ପ୍ରାନ୍ତୀୟ ସ୍ତରଯାଏ କାହାରି ନଜର ପଡ଼ୁ ନ ଥିଲା ଭଳି ମନେ ହେଉଛି। ୨୦୨୩ ମେ’ରୁ ହିଂସା କବଳିତ ମଣିପୁର ଦେଶର ଅନେକ ରାଜ୍ୟରେ ହୋଇଥିବା ନିର୍ବାଚନଠାରୁ ୨୦୨୪ ଲୋକ ସଭା ନିର୍ବାଚନ ଭଳି ସର୍ବଭାରତୀୟ ଭୋଟ ବ୍ୟାଙ୍କ ରାଜନୀତି ଦେଖିସାରିଲାଣି। ଏବେ ଝାଡ଼ଖଣ୍ଡ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ନିର୍ବାଚନ ହେବାକୁ ଯାଉଛି। ହେଲେ ମଣିପୁର ହିଂସା କୁନ୍ଥେଇ ମୁନ୍ଥେଇ କେଉଁଠି କେମିତି ନିର୍ବାଚନୀ ପ୍ରସଙ୍ଗ ପାଲଟି ପୁଣି ମିଳେଇ ଯାଉଛି। ଏଭଳି ଜନମାନସିକତାକୁ ଦେଖିଲେ ମନେ ହେଉଛି ସତେ ଯେମିତି ମଣିପୁର ଭାରତ ଭିତରେ ନାହିଁ। ଏହା ଜଣାଶୁଣା ଯେ ମଣିପୁର ସମେତ ଉତ୍ତର ପୂର୍ବାଞ୍ଚଳବାସୀଙ୍କ ପ୍ରତି ଅବଶିଷ୍ଟ ଭାରତୀୟଙ୍କ ଏକ ଭିନ୍ନ ଦୃଷ୍ଟି ଥିବାରୁ ସେଠାକାର ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥାଆନ୍ତି। ଭାରତ ସରକାର ସହି ଅଂଶକୁ ଅଣଦେଖା କରୁଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି।
ସଦ୍ୟ ହିଂସାକୁ ଦେଖିଲେ ମଣିପୁରରେ ମେଇତିଙ୍କ ଉପରେ କୁକି ଉଗ୍ରପନ୍ଥୀମାନେ ଭାରିପଡ଼ିଲେଣି। ଜରିବାମ୍‌ ଜିଲାରୁ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ୧୧ ନଭେମ୍ବରରେ ୬ ଜଣଙ୍କୁ ଅପହରଣ କରି ନେବାର ୫ ଦିନ ପରେ ସେମାନଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ହୋଇଥିବା ବେଳେ ଆଉ ୩ ଜଣ ଶିଶୁ। ଏହି ଘଟଣାକୁ ନେଇ ୧୬ ତାରିଖରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା କରିବା ସହ ଇମ୍ଫାଲରେ ଥିବା ୩ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଛନ୍ତି। ଏପରି କି ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ ବାସଭବନ ଆଡ଼କୁ ସେମାନେ ପ୍ରବେଶ ଉଦ୍ୟମ କରିଥିଲେ। ସାନି ହିଂସା ବ୍ୟାପିବା ପଛରେ ଜରିବାମ ଅଞ୍ଚଳରେ ନଭେମ୍ବର ୧୧ରେ କିଛି ଲୋକ ଥାନା ଉପରେ ଆକ୍ରମଣ କରିଥିବା ଦେଖାଯାଇଥିଲା। ସୁରକ୍ଷାକର୍ମୀ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ପ୍ରତିଆକ୍ରମଣ କରିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ସେମାନେ କୁକି ଉଗ୍ରପନ୍ଥୀ ଥିଲେ ବୋଲି କୁହାଯାଉଛି। ପରବର୍ତ୍ତୀ ସମୟରେ ଉଗ୍ରପନ୍ଥୀ ଗୋଷ୍ଠୀ ପ୍ରତିହିଂସାପରାୟଣ ହୋଇ ମେଇତିମାନେ ରହୁଥିବା ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ୬ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ସକାଶେ ଇମ୍ଫାଲ ନିକଟବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍‌କୁ ବନ୍ଦ କରି ଦିଆଯାଇଛି। ଇତିମଧ୍ୟରେ କୋଅର୍ଡିନେଟିଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି (କୋକୋମି) ହିଂସା ଘଟାଇଥିବା ଉଗ୍ରପନ୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବିଭିନ୍ନ ଜିଲାରେ ଚଳିତ ମାସ ପ୍ରାରମ୍ଭରୁ ପୁନଃଲାଗୁ କରାଯାଇଥିବା ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଆଫ୍‌ସା) ହଟେଇ ଦେବାକୁ ଦାବି କରିଛି। ଉଲ୍ଲେଖଯୋଗ୍ୟ, ଏହି କଠୋର ଆଇନ ଲାଗୁ ହୋଇଥିବା ଅଞ୍ଚଳରେ ସେନା ଲୋକଙ୍କ ଉପରେ ଜୁଲମ କରିଥିବାର ଇତିହାସ ଅନେକ ରହିଆସିଛି।
ଦେଶରେ ଆଭ୍ୟନ୍ତରୀଣ ବ୍ୟାପାର ପରିଚାଳନା ଦାୟିତ୍ୱ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ଥାଏ। ଦେଢ଼ ବର୍ଷ ହେଲାଣି ମଣିପୁର ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ସତେ ଯେମିତି ବିଭିନ୍ନ ଅପଶକ୍ତି ଏହି ରାଜ୍ୟକୁ ହିଂସାର ପ୍ରୟୋଗଶାଳା କରିଦେଲେଣି। ସେଠାକାର ସ୍ଥିତି ଯାଞ୍ଚ କରିବା ଲାଗି ୧୭ ନଭେମ୍ବରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ(ସିଆର୍‌ପିଏଫ୍‌) ମହାନିର୍ଦ୍ଦେଶକ ଅନିସ ଦୟାଲ ସିଂ ଇମ୍ଫାଲରେ ପହଞ୍ଚତ୍ଛନ୍ତି। ତେଣୁ ହିଂସା ଯେଭଳି ଉଗ୍ର ହେବାରେ ଲାଗିଛି କେନ୍ଦ୍ର ତାହାକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାର ସହିତ ଉଭୟ ଗୋଷ୍ଠୀକୁ ଶାନ୍ତି ଟେବୁଲକୁ ଡାକି ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଉଚିତ। ଏପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ନିଆଯାଉଥିବାର ଖବର ମିଳୁନାହିଁ। ପ୍ରତ୍ୟେକ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ନିଆଁ ଲିଭାଇବାର ସବୁ ପ୍ରକାର ଉଦ୍ୟମ କରାଗଲେ ଏହି ଉତ୍ତର ପୂର୍ବାଞ୍ଚଳ ଭାରତ ସାଙ୍ଗରେ ରହିବ। ନଚେତ୍‌ ଭବିଷ୍ୟତର ମାନଚିତ୍ର ବଦଳିଯିବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri