ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ ସେ ପୂର୍ବତନ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ପେସାଦାର ବକ୍ସର ଜେକ୍‌ ପାଲ୍‌ଙ୍କୁ ଭେଟିବେ। ୫୮ ବର୍ଷିୟ ମାଇକ ଟାଇସନ୍‌ ପୁଣି ଥରେ ରିଙ୍ଗକୁ ଫେରିବାକୁ ଯାଉଛନ୍ତି। ୨୦୦୫ ମସିହାରୁ ଟାଇସନ ରିଙ୍ଗକୁ ଓହ୍ଲାଇ ନାହାନ୍ତି। ତାଙ୍କର ବୃତ୍ତିଗତ ରେକର୍ଡ ହେଉଛି ୫୦-୬, ଯେଉଁଥିରେ ୪୪ ନକ୍‌ଆଉଟ୍‌ ଏବଂ ଦୁଇଟି ନୋ-କଣ୍ଟେଷ୍ଟ ରହିଛି। ତେବେ ମାଇକ ଟାଇସନଙ୍କ କ୍ୟାରିଅର୍‌ ଦେଖିଲେ ଏହା ସଫଳତା ସହିତ ବିବାଦରେ ଜଡ଼ିତ। ଏଥି ସହିତ, ଟାଇସନ କେଉଁ ଧର୍ମ ଅନୁସରଣ କରନ୍ତି ତାହା ମଧ୍ୟ ସର୍ବଦା ଆଲୋଚନାରେ ଥାଏ।
ଟାଇସନ କେଉଁ ଧର୍ମ ଅନୁସରଣ କରନ୍ତି?
ମାଇକ ଟାଇସନ୍‌ ୩୦ ଜୁନ ୧୯୬୬ ରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଖ୍ରୀଷ୍ଟିଆନ ପରିବାରରେ ବଡ଼ ହୋଇଥିଲେ। ହେଲେ ପରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ। ମାଇକ ଟାଇସନଙ୍କୁ ଜୁଲାଇ ୧୯୯୧ ରେ ବଳାତ୍କାର ଅଭିଯୋଗରେ ଛନ୍ଦି ହୋଇଥିଲେ। ଏହା ପରେ ତାଙ୍କୁ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ। ଜେଲରେ ଥିବାବେଳେ ମାଇକ ଟାଇସନ ଇସଲାମ ଧର୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଇସଲାମ ଧର୍ମରେ ବିଶ୍ୱାସ କରନ୍ତି ଏବଂ ତାଙ୍କର ମୁସଲମାନ ନାମ ମଲିକ ଅବଦୁଲ ଅଜିଜ ଅଟେ। ମାଇକ ଟାଇସନ ଜୁଲାଇ ୨୦୧୦ ରେ ଉମ୍‌ରା ମଧ୍ୟ କରିଥିଲେ। ନିକଟରେ, ଡିସେମ୍ବର ୨୦୨୨ ରେ, ସେ ଡିଜେ ଖାଲିଦଙ୍କ ସହିତ ମକ୍କାରେ ଉମ୍‌ରା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ମାଇକ ଟାଇସନ୍‌ କେତେ କୋଟିର ମାଲିକ?
ମାଇକ ଟାଇସନ ତାଙ୍କ ସମୟର ସବୁଠାରୁ ଧନୀ କ୍ରୀଡ଼ାବିତ୍‌ ମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ଅଧିକ ନାହିଁ। ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ମାଇକ ଟାଇସନଙ୍କ ସମ୍ପତ୍ତି ମୂଲ୍ୟ ୧୦ ମିଲିୟନ ଡଲାର (୮୪ କୋଟି ଟଙ୍କା) ରହିଛି। ଟାଇସନଙ୍କ ପରି ଜଣେ ମହାନ କ୍ୟାରିଅର୍‌ ପାଇଥିବା ବ୍ୟକ୍ତିଙ୍କ ପାଇଁ ଟଙ୍କାପଇସାରେ ଅସୁବିଧା ହେବା ବିରଳ। କିନ୍ତୁ ଟାଇସନ କ୍ଷେତ୍ରରେ ଏହାର ଓଲଟା ହୋଇଥିଲା। ଅନେକ କ୍ରୀଡାବିତ୍‌ଙ୍କ ଭଳି ଟାଇସନ ମଧ୍ୟ ନିଜର ରୋଜଗାର ବଢ଼ାଇବା ସହିତ ମହଙ୍ଗା ଘର, ଚିକ୍‌ମିକ୍‌ କାର୍‌ ଏବଂ ପୋଷା ବାଘ ଉପରେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।
ମିଡିଆ ରିପୋର୍ଟ ଅନୁଯାୟୀ, ମାଇକ ଟାଇସନ ତାଙ୍କ କ୍ୟାରିଅରରେ ୬୮୫ ନିୟୁତ ଡଲାର (୫୭୦୦ କୋଟି ଟଙ୍କା) ରୋଜଗାର କରିଥିଲେ। କିନ୍ତୁ ମକଦ୍ଦମା ସହ ଅନ୍ୟାନ୍ୟ ଆମୋଦପ୍ରମୋଦ ଦ୍ରବ୍ୟରେ ଖର୍ଚ୍ଚ କରି ସେ ଧୀରେ ଧୀରେ ସବୁକିଛି ହରାଇଥିଲେ। ୨୦୦୩ରେ ଟାଇସନ ତାଙ୍କର ୨୩ ମିଲିୟନ ଡଲାର୍‌ ଋଣ ଥିବା କହି ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଟାଇସନ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ଯେତେବେଳେ ସେ ୧୬ ନଭେମ୍ବର ୨୦୨୪ ରେ ଜେକ ପାଲଙ୍କ ସାମ୍ନା କରିବେ, ସେତେବେଳେ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇବ।ଏକ ରିପୋର୍ଟ ଅନୁଯାୟୀ, ଏହି ସଂଗ୍ରାମ ପାଇଁ ଟାଇସନଙ୍କୁ ୨୦ ମିଲିୟନ ଆମେରିକୀୟ ଡଲାର (୧୬୮ କୋଟି ଟଙ୍କା

Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri