ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍‌ ନେଟ୍‌ୱର୍କ

ମୁମ୍ବାଇ,୬।୧୧: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ଭାବେ ପରିଗଣିତ ହୋଇଛି। ଏପରିକି ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ହୋଇ ରହିଛି। ୨୦୨୪ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ବ୍ୟବହୃତ ହୋଇଥିବା ଡାଟା ଅନୁଯାୟୀ ଏହି ସଫଳତା ହାସଲ କରିଛି, ଏପରିକି ୨୦୨୪ ବର୍ଷର ପ୍ରଥମ ତିନୋଟି ତ୍ରୈୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚାଇନା କମ୍ପାନୀ ମୋବାଇଲ୍‌ଠାରୁ କ୍ରମାଗତ ଭାବେ ଆଗରେ ରହିଛି। ଅପରପକ୍ଷରେ ବିଶ୍ୱ ଦୂରସଞ୍ଚାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟର ସୂଚନା ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ୍‌ ପରେ ଅନ୍ୟ ଏକ ଚାଇନା କମ୍ପାନୀ ଚାଇନା ଟେଲିକମ୍‌ ଡାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଟେଲିକମ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି। ଏପରିକି ଭାରତୀୟ ମୋବାଇଲ କମ୍ପାନୀ ଭୋଡା-ଆଇଡିଆ ମଧ୍ୟ ଏହି ସୂଚୀର ଷଷ୍ଠ ସ୍ଥାନରେ ସାମିଲ ହୋଇଛନ୍ତି।
ସେହିଭଳି ଟେଫିସିଏଣ୍ଟ ତା’ର ସୋସିଆଲ ମିଡିଆ ପ୍ଲାଟଫର୍ମ (ଟୁଇଟ)ରେ ଉଲ୍ଲେଖ କରିଛି, ଚାଇନା କମ୍ପାନୀ ଚାଇନା ମୋବାଇଲ୍‌ ସମ୍ଭବତଃ ନିଜର ପ୍ରଭାବ ହରାଇଛି। ଏପରିକି ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି। ସେହିପରି ୫ଜି ନେଟୱର୍କର ଦୃଢ଼ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍‌ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ ବିସ୍ତୃତ ଭାବେ ତା’ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦର୍ଶାଇଛି। ଏଥିସହିତ ୫ଜି ଚାଇନାର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରିନାହିଁ।
ସେହିପରି ୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଯୋଗୁ ଜିଓ ବିଶ୍ୱରେ ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପରିକି ଗତ ତିନି ବର୍ଷ ମଧ୍ୟରେ ଜିଓ ଅନେକ ସଫଳତା ହାସଲ କରିଛି। ଜିଓ ନେଟୱର୍କରେ ଡାଟା ଟ୍ରାଫିକ୍‌ ପ୍ରାୟ ଦ୍ୱିଗୁଣିତ ହୋଇଛି, ବର୍ତ୍ତମାନ ଜିଓ ୫ଜି ନେଟୱର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡ଼ି ହୋଇଛନ୍ତି। ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୟମାସରେ ଜିଓର ମୋଟ ଡାଟା ଟ୍ରାଫିକ୍‌ ୪୫ ଏକ୍ସାବାଇଟ୍‌ ଅତିକ୍ରମ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri