ଶିଳ୍ପ ବିକାଶକୁ ଝଟକା:ଇଥାନଲ୍‌ ପ୍ରକଳ୍ପରୁ ଓହରିଗଲା ଏଚ୍‌ପିସିଏଲ୍‌

ନବରଙ୍ଗପୁର,୬।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ହେବାକୁ ଥିବା ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌) କମ୍ପାନୀ ଓହରିଯାଇଥିବା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ଚରକବନରେ ଖବରଦାତାମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତରେ କହିଛନ୍ତି। ଜିଲାରେ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପେଟ୍ରୋଲିୟମ ଓ କୃଷିମନ୍ତ୍ରୀଙ୍କ ସହ ଆଲୋଚନାକରି ପ୍ରକଳ୍ପ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଚିନି କାରଖାନାର ବିଫଳତା ଓ ଏବେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ କମ୍ପାନୀ ଓହରିଯିବା ଘଟଣା ଜିଲାର ଶିଳ୍ପ ବିକାଶକୁ ଶକ୍ତ ଝଟକା ଦେଇଛି।
୨୦୧୯ ନିର୍ବାଚନରେ ଭାଜପାର କେନ୍ଦ୍ରୀୟ ନେତା ଉମରକୋଟରେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପର ଘୋଷଣା କରିଥିଲେ। ଏହି ପ୍ରକଳ୍ପକୁ ଏଚ୍‌ପିସିଏଲ୍‌ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଭଳିକି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପରେ ମଧ୍ୟ ଇଥାନଲ୍‌ ପ୍ରକଳ୍ପ ପାଇଁ ୭୦ ଏକର ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ପ୍ରକଳ୍ପ ଅଟକିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଚ୍‌ପିସିଏଲ୍‌ କମ୍ପାନୀ ଏହି ପ୍ରକଳ୍ପରୁ ହାତ ଛାଡ଼ି ଦେଇଥିବା ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଥିଲା। ଏବେ ଜିଲାରେ ଇଥାନଲ୍‌ ପ୍ରକଳ୍ପକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି। ଏହି ପ୍ରକଳ୍ପରେ କେବଳ ୨୪୦ଜଣ ନିଯୁକ୍ତି ସୁଯୋଗ ମୁଖ୍ୟ ନୁହେଁ, ବରଂ ପରୋକ୍ଷରେ ହଜାର ହଜାର ଚାଷୀ ଉତ୍ପାଦିତ ମକା ଅଭାବୀ ବିକ୍ରିର ଶିକାରରୁ ମୁକୁଳିପାରିଥାନ୍ତେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି। ଆଗାମୀ ଦିନରେ ଯଦି କୌଣସି ଶିଳ୍ପର ବିକାଶ ପାଇଁ ରାସ୍ତା ନ ଫିଟିବ ତାହା ହେଲେ ଜିଲାବାସୀ ନିରାଶ ହେବେ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆଗାମୀ ଦିନରେ ନବରଙ୍ଗପୁର ଜିଲାରେ ରେଳ, କଳ ଓ ଜଳ ମୁଖ୍ୟ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri