Posted inଫୁରସତ

କାହିଁକି ଟ୍ରେନ୍‌ର ରଙ୍ଗ ଲାଲ,ନୀଳ ହୋଇଥାଏ, ଏମାନଙ୍କ ଭିତରେ କ’ଣ ରହିଛି…

ଟ୍ରେନ୍‌ରେ ଯଦି ସବୁଦିନ ଯାତ୍ରା କରୁଛନ୍ତି ତେବେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ଲାଲ ଓ ନୀଳ ରଙ୍ଗ ଦୁଇପ୍ରକାରର ଟ୍ରେନ୍‌ ଥାଏ। ହେଲେ କେବେ ଭାବିଛନ୍ତି କି ଏହି ଦୁଇ ରଙ୍ଗର ଟ୍ରେନ୍‌ ଭିତରେ ଫରକ କ’ଣ? ଏଥର ଜାଣନ୍ତୁ ସେ ସମ୍ପର୍କରେ..

ଭାରତରେ ରେଳପଥ ହେଉଛି ଗମନାଗମନର ପ୍ରମୁଖ ମାଧ୍ୟମ। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଏଥିରେ ଯାତାୟାତ କରନ୍ତି। ତେଣୁ ପ୍ରାୟ ସମସ୍ତେ ଦେଖିଥିବେ କେଉଁ ଟ୍ରେନ୍‌ର କୋଚ୍‌ ଲାଲ ତ କେଉଁ ଟ୍ରେନ୍‌ର କୋଚ୍‌ ନୀଳ ରଙ୍ଗର ହୋଇଥାଏ। ଆଉ ଏହି ଦୁଇ ରଙ୍ଗ ହିଁ କୋଚ୍‌ ଭିତରର ଫରକକୁ ଦର୍ଶାଏ। ପ୍ରକୃତରେ କୋଚ୍‌ ଦୁଇ ପ୍ରକାର। ଟ୍ରେନ୍‌ର ନୀଳ ରଙ୍ଗର କୋଚ୍‌କୁ ‘ଆଇସିଏଫ୍‌’ ଅର୍ଥାତ୍‌ ‘ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି’ କୁହାଯାଏ। ଆଉ ଲାଲ ରଙ୍ଗର କୋଚ୍‌କୁ ‘ଏଲ୍‌ଏଚ୍‌ବି’ ଅର୍ଥାତ୍‌ ‘ଲିଙ୍କ ହଫ୍‌ମ୍ୟାନ୍‌ ବୁଶ’ କୁହାଯାଏ। ଏହି ଦୁଇ କୋଚ୍‌ରେ କେବଳ ରଙ୍ଗର ଫରକ ନ ଥାଏ। ବରଂ ଉଭୟ କୋଚ୍‌ ପରସ୍ପରଠାରୁ ବହୁତ ଭିନ୍ନ ମଧ୍ୟ।
ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି: ନୀଳରଙ୍ଗର ଏହି କୋଚ୍‌ର କାରଖାନା ତାମିଲନାଡୁର ଚେନ୍ନାଇରେ ଅଛି। ଯାହାର ସ୍ଥାପନା ୧୯୫୨ ମସିହାରେ ହୋଇଥିଲା। ସେବେଠାରୁ ହିଁ ଏଠାରେ ଏହି କୋଚ୍‌ ନିର୍ମାଣ କରାଯାଉଛି। ଏହି ନୀଳରଙ୍ଗର କୋଚ୍‌ ଲୁହାରେ ତିଆରି। ଏଥିରେ ଏୟାର ବ୍ରେକ୍‌ ବ୍ୟବହାର ହୋଇଥାଏ। ଏହି କୋଚ୍‌ର ମାକ୍ସିମମ୍‌ ପର୍ମିସେବଲ୍‌ ଗତି ଘଣ୍ଟା ପ୍ରତି ୧୧୦ କି.ମି. ହୋଇଥାଏ। ଏହି କୋଚ୍‌ରେ ସ୍ଲିପର୍‌ କ୍ଲାସ୍‌ରେ ୭୨ ସିଟ୍‌ ଥାଏ। ଆଉ ତୃତୀୟ କ୍ଲାସ୍‌ ଏସିରେ ୬୪ଟି ସିଟ୍‌ ଥାଏ। ଆଇସିଏଫ୍‌ କୋଚ୍‌କୁ ୧୮ ମାସରେ ଥରେ ପିରିୟଡିକ ଓଭରହଲିଂର ଆବଶ୍ୟକତା ପଡ଼େ। ତେଣୁ କୋଚ୍‌ର ରକ୍ଷଣାବେକ୍ଷଣରେ ବହୁତ ଖର୍ଚ୍ଚ ହୁଏ। ଏହି କୋଚ୍‌ ପରସ୍ପର ସହ ଡୁଆଲ ବଫର୍‌ ସିଷ୍ଟମ ଦ୍ୱାରା ଯୋଡି ହୋଇଥାଏ। ତେଣୁ ଦୁର୍ଘଟଣା ସମୟରେ ଏହି କୋଚ୍‌ରେ ବିପଦ ଥାଏ କି ଏହା ଗୋଟାକ ଉପରେ ଗୋଟେ ଚଢି ଯାଇପାରେ।
ଲିଙ୍କ ହଫମ୍ୟାନ୍‌ ବୁଶ୍‌: ଲିଙ୍କ ହଫମ୍ୟାନ୍‌ ବୁଶ୍‌ର କୋଚ୍‌କୁ ୨୦୦୦ ମସିହାରେ ଜର୍ମାନୀରୁ ଭାରତ ଅଣାଯାଇଥିଲା। ଏହି କୋଚ୍‌ ତିଆରି କରିବା ଫ୍ୟାକ୍ଟ୍ରି ପଞ୍ଜାବର କପୁରଥାଲାରେ ଅଛି। ଏହି କୋଚ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ତିଆରି ଓ ଏଥିରେ ଡିସ୍କ ବ୍ରେକ୍‌ର ବ୍ୟବହାର କରାଯାଏ। ଏହି କୋଚ୍‌ରେ ସେଣ୍ଟର ବଫର୍‌ କାଉଲିଂ ସିଷ୍ଟମ ଲାଗିଥାଏ। ଫଳରେ ଦୁର୍ଘଟଣା ସମୟରେ କୋଚ୍‌ଗୁଡିକ ଗୋଟାକ ଉପରେ ଗୋଟେ ଚଢି ନ ଥାଏ। ଏହି କୋଚଗୁଡିକୁ ୨୪ ମାସରେ ଥରେ ଓଭରହଲିଂର ଆବଶ୍ୟକତା ପଡ଼ିଥାଏ। ଫଳରେ ଏହାର ରକ୍ଷଣାବେକ୍ଷଣରେ କମ୍‌ ଖର୍ଚ୍ଚ ହୋଇଥାଏ। ଏହି କୋଚ୍‌ଗୁଡିକର ମାକ୍ସିମମ୍‌ ପର୍‌ମିସିବଲ୍‌ ସ୍ପିଡ ଘଣ୍ଟା ପ୍ରତି ୨୦୦ କି.ମି. ଓ ଅପରେଶନାଲ ସ୍ପିଡ ଘଣ୍ଟା ପ୍ରତି ୧୬୦ କି.ମି.। ଏହି କୋଚ୍‌ର ସ୍ଲିପର୍‌ କ୍ଲାସ୍‌ରେ ୮୦ ସିଟ୍‌ ଥାଏ। ତୃତୀୟ କ୍ଲାସ୍‌ ଏସିରେ ୭୨ ସିଟ୍‌ ଥାଏ।
ଏଇଥିରୁ ଜାଣିପାରୁଥିବେ ଯେ, ଲିଙ୍କ୍‌ ହଫମ୍ୟାନ ବୁଶ କୋଚ୍‌ ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିଠାରୁ ଉନ୍ନତମାନର। ତା’ସହ ଏଲ୍‌ଏଚ୍‌ବି କୋଚ୍‌, ଆଇସିଏଫ୍‌ କୋଚ୍‌ଠାରୁ ୧.୭ ମିଟର ଅଧିକ ଲମ୍ବା। ସେଥିପାଇଁ ଏଥିରେ ବସିବା ପାଇଁ ଜାଗା ଅଧିକ ଥାଏ। ଲାଲ ରଙ୍ଗର ଏଲ୍‌ଏଚ୍‌ବି କୋଚ୍‌ର ସ୍ପିଡ ବି ଅଧିକ। ଏହା ଷ୍ଟେନ୍‌ଲେସ୍‌ ଷ୍ଟିଲରେ ତିଆରି ହୋଇଥାଏ। ତେଣୁ ଏହାର ଓଜନ କମ୍‌ ହୋଇଥାଏ। ତା’ସହ ଦୁର୍ଘଟଣା ସମୟରେ ଲାଲରଙ୍ଗର କୋଚ୍‌ ନୀଳରଙ୍ଗର କୋଚ୍‌ଠାରୁ ଅଧିକ ସୁରକ୍ଷିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri