ଅଜନା ରୋଗ୍‌ରେ ପୀଡ଼ିତ ଭାଇବହେନ୍‌: ଚିକିଛା ସାହାଯ୍‌ ଲାଗି ଗୁହାରି କଲେ ମା’ବାପ୍‌

ଖପ୍ରାଖୋଲ, ୨୩ା୮ (ଡି.ଏନ୍‌.ଏ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାର ସମାରୁ ଭୋଇକଁର ଝି’ ପଦ୍ମିନୀ(୩୦) ଆର ପୁଓ ପୁସ୍ତମ(୨୫) ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ପାଖାପାଖି ୧୫ ବଛର ହେଲା ଦୁଇ ଭାଇ ବହେନ୍‌ ଚାଲବୁଲ କି କଥା କହି ନାଇଁ ପାରବାର। ଯେନ୍‌ଥିରଲାଗି ଭାଇ ଭହେନ୍‌କୁ ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁରେ ମା’ବାପ୍‌ର ସାହାଯ୍‌ ଦରକାର ପଡ଼ୁଛେ। ଗଲା ୧୫ ବଛର ହେଲା ସମାରୁ ଝି’ପୁଓକେ ଭିନେ ଭିନେ ଡାକ୍‌ତରଖାନା ନେଇ ଚିକିଛା କରଉଛନ୍‌। ହେଲେ ଆଏଜ୍‌ତକ ଦୁଇ ଭାଇ ବହେନ୍‌କେ କାଏଁ ରୋଗ୍‌ ହେଇଛେ ଜନା ନାଇଁ ପଡ଼ବାର। ଛୋଟ ବେଲୁ ଭାଇ ବହେନ୍‌ ନିରୁଜ୍‌ ଥିଲେ, ଘରେ ଚାଷ୍‌ବାସରେ ବି ସହଯୋଗ କରୁଥିଲେ। ଦରକାର ପଡ଼ଲେ ଉନିଅଁା ଲୁକ୍‌କର କାମ୍‌ବୁତା କରି ଦୁଇ ପଏସା କମଉଥିଲେ। ଏନ୍‌ତା କି ମା’ବାପ୍‌ ସଂଗେ ଦାଦନ୍‌ ଯାଇ କାମ୍‌ କରୁଥିଲେ। ହେଲେ ଆଏଜ୍‌କେ ପାଖାପାଖି ୧୫ ବଛର ତଲୁ ଦୁଇ ଭାଇ ବହେନ୍‌କର ଦିହିପା ଦୁରବଲ ହେବାର ସଂଗେ ତାକର ଗୋଡ଼ହାତ୍‌ ଠିକ୍‌ରେ କାମ୍‌ ନାଇଁ କଲା। ଦିନୁଦିନ୍‌କେ ଦୁଇଝନ କଥା କହେବାର ଶକ୍‌ତି ବି ହରେଇ ଦେଲେ। ଏହେଦେ ରୋଗ୍‌ ପରଭାବରେ ଦୁଇ ଭାଇ ଭହେନ୍‌ ମାନ୍‌ସିକ, ଶାରୀରିକ୍‌ ସ୍ତରରେ ଦୁରବଲ ହେବାର ସଂଗେ ଭିନ୍ନକ୍ଷମ ପାଲଟିଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଝି’ପୁଓର ସେବା ଯତନ୍‌ କରବାରେ ଦିନ୍‌ ଯାଉଛେ। ଇଆଡ଼େ ପଦ୍ମିନୀକେ ସରକାରୀ ଯୋଜନାରେ ଚାଉଲ ଆର ଭତା ମିଲୁଥିଲବେଲେ ପୁସ୍ତମ ଏଭ୍‌ତକ ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଉପେ ଶୂଇନ୍‌ ଗରିବ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଝି’ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ଆପଣକଁରନୁ ଇ ସୂଚନା ପାଇଲି। ଭାଇ ବହେନ୍‌ର ଦିହିପା ବାବ୍‌ଦେ ସ୍ବାସ୍ଥ୍ୟ ବିଭାଗ ସଂଗେ ଆଲୋଚନା କରମି ଆର ଯେନ୍‌ଟା ହେବା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା। ଯେତେ ଜଲ୍‌ଦି ହେବା ପୁସ୍ତମକେ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri