Posted inଜାତୀୟ

ମହାରାଷ୍ଟ୍ର ନିର୍ବାଚନରେ ଭାଜପା ଖେଳିଲା ବଡ଼ ଗେମ୍‌, ସହଯୋଗୀ ଦଳକୁ ବଡ଼ ଝଟ୍‌କା!

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପରେ ଗୋଟିଏ ରୋଚକ ମୋଡ ନେବାରେ ଲାଗିଛି । ପୂର୍ବେ ରାଜ୍ୟର ଚାରୋଟି ଦଳ ଥିଲା, କିନ୍ତୁ ଏଥର ଦୁଇଟି ଦଳ ଭାଗ ହେବା ପରେ ୬ ପାର୍ଟି ନିର୍ବାଚନ ଲଢୁଛନ୍ତି । ଏହି କାରଣରୁ ନିର୍ବାଚନ ପରେ ଜଟଳି ସ୍ଥିତି ସୃଷ୍ଟି ହୋଇପାରେ । ଏହାର ଗୋଟିଏ କାରଣ ଏହା ଯେ ୬ ଦଳ ମଧ୍ୟରେ କାହାକୁ ବି ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା ବହୁତ କମ ରହିଛି । ତେଣୁ ମେଣ୍ଟ ସରକାର ହେବ ଏବଂ ନିର୍ବାଚନ ପରବର୍ତ୍ତୀ ସମୀକରଣ ଅଧିକ ରୋଚକ ହୋଇପାରେ । ଖାସକରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଦେଖିବାକୁ ମିଳିବ । ଏଥିରେ ଆସନ ସଂଖ୍ୟା ଗୁରୁତ୍ୱ ବହନ କରିବ । ଏହି ଦୃଷ୍ଟିରୁ ଭାଜପା ପୂର୍ବରୁ ହିଁ ସତର୍କ ଥିବା ପରି ମନେ ହେଉଛି ଏବଂ ଏପରି ଏକ ରଣନୀତି କରିଛି, ଯାହାକୁ ଦେଖି ରାଜନୈତିକ ବିଶେଷଜ୍ଞମାନେ ତାଜୁବ ହୋଇଯାଇଛନ୍ତି।

ଭାଜପା ମୋଟ ୧୪୮ ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇଛି । ଅନ୍ୟପଟେ ନିଜର ୧୨ ନେତା ପାଇଁ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିରୁ ଟିକଟ ହାସଲ କରିବାରେ ସଫଳ ହୋଇଛି । ରାଜନୀତି ବିଶେଷଜ୍ଞଙ୍କ ମତରେ ଭାଜପା ରଣନୀତିକାର ଯେକୌଣସି ସ୍ଥିତିରେ ୧୬୦ ଆସନରେ ନିର୍ବାଚନ ଲଢିବାକୁ ଚାହାନ୍ତି । ଏଥିପାଇଁ ମହାୟୁତିରେ ଦୀର୍ଘ ଦିନ ଯାଏ ଅସହମତି ମଧ୍ୟ ରହିଥିଲା । କିନ୍ତୁ ଶେଷରେ ଯେଉଁ ବୁଝାମଣା ହେଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଭାଜପାର ୮ ନେତାଙ୍କୁ ଏକନାଥ ଶିନ୍ଦେର ଶିବସେନାରୁ ଟିକଟ ମିଳିଛି ଏବଂ ୪ ଜଣଙ୍କୁ ଏନସିପିରୁ ଟିକଟ ମିଳିଛି । ଏହିପରି ଭାଜପା ଯଦିଓ ନିଜ ଚିହ୍ନରେ ୧୪୮ ଆସନରେ ଲଢିବ, କିନ୍ତୁ ତାର ୧୬୦ ନେତା ନିର୍ବାଚନ ଲଢିବେ ।

ଏବେ ଚର୍ଚ୍ଚା ହେଉଛି ଯେ ଏହି ୧୨ ଆସନରେ ପରିମାଣ ନିର୍ବାଚନ ପରେ ଅଧିକ ଗୁରୁତ୍ୱ ରଖିବ । ଯଦି କୌଣସି ଦଳକୁ ବହୁମତ ନ ମିଳେ ଏବଂ ଭାଜପା ସବୁଠାରୁ ବଡ଼ ପାର୍ଟି ହୋଇ ସରକାର ଗଢିବା ଦୌଡ଼ରେ ରୁହେ ତେବେ ଏହି ଆସନରୁ ଚାପ ପକାଇପାରିବ । ଏଥିପାଇଁ ଭାଜପା ଅନ୍ୟ ଦଳରୁ ନିଜର ୧୨ ନେତାଙ୍କୁ ମୈଦାନକୁ ଓହ୍ଲାଇଥିବା କୁହାଯାଇଛି । ଏମାନେ ସମସ୍ତେ ଭାଜପା ନେତା ଥିଲେ ଏବଂ ଟିକଟ ଘୋଷଣା ହେବା ପରେ ଶିବସେନା ଏବଂ ଏନସିପିରେ ସାମିଲ ହୋଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri