ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧ ଥର ବାତ୍ୟା ହେଲାଣି। ସେଗୁଡିକ ହେଲା ୨୦୧୩ରେ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୬ ତିତ୍‌ଲି, ୨୦୧୮ ଡାଏ, ୨୦୧୯ ଫନି ଓ ବୁଲ୍‌ବୁଲ୍‌, ୨୦୨୦ ଅମ୍ଫାନ, ୨୦୨୧ ଗୁଲାବ ଓ ୟାସ୍‌, ୨୦୨୨ ଆସାନି ଏବଂ ୨୦୨୪ର ଦାନା। କିନ୍ତୁ ମହାବାତ୍ୟା ଭଳି ବିପର୍ଯ୍ୟୟ ଏପର୍ଯ୍ୟନ୍ତ ଓଡ଼ିଶାରେ ଘଟିନାହିଁ। ୧୯୯୯ ଅକ୍ଟୋବର ୨୯ରେ ଯେଉଁ ପ୍ରଳୟ ପାରାଦୀପ ଓ ଏରସମା ଅଞ୍ଚଳରେ ଘଟିଥିଲା, ସେଥିରେ ୭୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରୀ ଭାବେ ଦର୍ଶାଯାଇଛି। କିନ୍ତୁ ନିଖୋଜଙ୍କ ସଂଖ୍ୟା ଓ ବାସ୍ତବ ଆକଳନ କଲେ ଏହି ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ବୋଲି କୁହାଯାଉଛି। ମହାବାତ୍ୟା ସମୟରେ ଯେଉଁମାନେ ନିଜ ସମ୍ପର୍କୀୟମାନଙ୍କୁ ହରାଇଥିଲେ, ସେମାନେ ଏବେବି ଅକ୍ଟୋବର ମାସ ଆସିଲେ ନିଜ ମଧ୍ୟରେ ଗୁମୁରି ଗୁମୁରି କାନ୍ଦୁଛନ୍ତି।
ସେମିତି ଜଣେ ବ୍ୟକ୍ତି ହେଲେ ପାରାଦୀପର ଶଙ୍କର ନନା। ପୂରା ନାମ ଶଙ୍କର୍ଷଣ ମିଶ୍ର(୬୪)। ପୈତୃକ ଗ୍ରାମ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତ୍ତୋ ଗାଁରେ। ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କ ବାପା ପୂଜକ ଭାବେ ରହୁଥିଲେ। ଶଙ୍କର ନନା ମଧ୍ୟ କୌଳିକ ବୃତ୍ତି ଶିଖି ଯଜମାନ କାମ ଆରମ୍ଭ କରିଦେଇଥିଲେ। ସେ ଶିବ ମନ୍ଦିର ପୂଜକ ହେବା ସହ ଯଜମାନ କାମ କରନ୍ତି। ମହାବାତ୍ୟା ସମୟରେ ତାଙ୍କର ପୂର୍ଣ୍ଣାଙ୍ଗ ପରିବାର ଥିଲା। ମା’ବାପାଙ୍କ ସହ ସ୍ତ୍ରୀ ଗୌରୀ, ୪ ଝିଅ ଓ ବର୍ଷକର ପୁଅ ଥିଲା। ମହାବାତ୍ୟାରେ ଶଙ୍କର ନନା ଓ ତାଙ୍କ ବାପା ଭଗବାନ ମିଶ୍ର ପୂଜା କରିବାକୁ ଯାଇ ବର୍ତ୍ତି ଯାଇଥିଲେ, କିନ୍ତୁ ପରିବାରର ଅନ୍ୟ ୫ ଜଣ ବାତ୍ୟାରେ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ସନ୍ଧାନ ମିଳିନାହିଁ ବୋଲି ଶଙ୍କର ନନା କୁହନ୍ତି। ମହାବାତ୍ୟା ସମ୍ପର୍କରେ ସେ କୁହନ୍ତି, ସେତେବେଳେ କାର୍ତ୍ତିକ ମାସ। ମନ୍ଦିର ଧୁଆଧୋଇ ଓ ନୀତିକାନ୍ତି ପାଇଁ ରାତି ୪ଟାରୁ ଶଙ୍କର ନନା ଓ ତାଙ୍କ ବାପା ମନ୍ଦିର ପଳାଇ ଆସିଥିଲେ। ଏହି ସମୟରେ ମନ୍ଦିର ବେଢ଼ା ପଛପଟେ ଥିବା ଝୁମ୍ପୁଡି ଘରେ ସ୍ତ୍ରୀ, ୩ ଝିଅ ଓ ପୁଅ ସହ ୫ ଜଣ ଥିଲେ। ମା’ସେତେବେଳେ ଚାନ୍ଦବାଲି ଗାଁକୁ ଯାଇଥିଲେ। ସକାଳ ପ୍ରାୟ ୬ଟା ୩୦ ବେଳକୁ ବର୍ଷା, ପବନ ସହ ପାଣି ମାଡ଼ି ଆସିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଶଙ୍କର ନନାଙ୍କ ପାଖରେ ଥିବା ବାପା ମଧ୍ୟ ପହଞ୍ଚତ୍ ପାରି ନ ଥିଲେ। ଶିବ ମନ୍ଦିର ଭିତରେ ପାଣି ପଶି ଯାଇଥିଲା। ଯେଉଁଠି ପାର୍ବତୀ ମୂର୍ତ୍ତି ରହିଛି ତା’ ପାଖରେ ଗୋଟିଏ ଗୋଡ଼ ସାହାଯ୍ୟରେ ଠିଆ ହୋଇ ଶଙ୍କର ନନା ୭୨ ଘଣ୍ଟା ବିତାଇଥିଲେ। ୩ ଦିନ ପରେ ଜଣେ ବ୍ୟକ୍ତି କିଛି ଖେଚୁଡ଼ି ଆଣି ଖାଇବାକୁ ଦେଇଥିଲେ। ଏହାପରେ ସେଠାରୁ ବହୁ କଷ୍ଟରେ ବାହାରି ଶଙ୍କର ଘରକୁ ଯାଇଥିଲେ, ମାତ୍ର ସେତେବେଳକୁ କିଛି ନଥିଲା। ଘର କି ପରିବାର କିଛି ନ ଥିଲା। ପାଖରେ ଥିବାଝୁମ୍ପୁଡି ଘର ଭାସି ଯାଇଥିଲା। ସେଥିରେ କେତେଜଣଙ୍କ ମୃତଦେହ ମିଳିଥିଲା। କିନ୍ତୁ ଶଙ୍କର ନନା ପରିବାର ଲୋକଙ୍କ ମୃତଦେହ ଏପର୍ଯ୍ୟନ୍ତ ପାଇ ନଥିବା କହିଛନ୍ତି। ସେହି ଲୋମଟାଙ୍କୁରା ଘଟଣା ମନେପଡିଲେ ଏବେବି ଭୟ ସୃଷ୍ଟି ହୁଏ। ବାତ୍ୟା ପରେ ପରିବାର ଆତ୍ମୀୟ ସ୍ବଜନଙ୍କ କଥାରେ ଦ୍ୱିତୀୟ ବିବାହ କରିଥିଲି। ୩ ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର ଚାଲିଛି। ସେହି ବାତ୍ୟାରେ ୩ ଝିଅ ଓ ଗୋଟିଏ ପୁଅ ହରାଇଥିଲି। ପ୍ରଭୁ ମୋତେ ପୁଣି ସେମିତି ଫେରେଇଛନ୍ତି। ସେପରି ଦୁଃଖ ଆଉ କାହା ଜୀବନରେ ନ ଆସୁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri