Posted inଜାତୀୟ

ଭାଜପାକୁ ମେଣ୍ଟ ଟେନଶନ, ଫାଇନାଲ ହୋଇପାରୁନି ସିଟ ଶେୟାରିଂ, ନୀତିଶ କଲେଣି ବଡ଼ ପ୍ଲାନ

ନୂଆଦିଲ୍ଲୀ,୧୫।୧୦: ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ନିର୍ବାଚନ ଘୋଷଣା ହେବା ସହ ରାଜନୈତିକ ତାତି ବି ଶିଖର ଛୁଇଁଛି। ଏବେ ନୂଆ ନୂଆ ଭାଜପା ହରିୟାଣାରେ ହ୍ୟାଟ୍ରିକ ମାରିବା ସହ ୧୦ବର୍ଷ ପରେ ହୋଇଥିବା ଜମ୍ମୁ-କଶ୍ମୀର ନିର୍ବାଚନରେ ୨୯ଟି ସିଟ୍‌ ଜିତିବା ପରେ ଆଗାମୀ ନିର୍ବାଚନକୁ ନେଇ ଉତ୍ସାହିତ ଅଛି। ତେବେ ମଙ୍ଗଳବାର ଇସି ଏହି ଦୁଇ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଜାତୀୟ ଦଳ ତୁଳନାରେ ଏହି ଦୁଇ ରାଜ୍ୟରେ ଆଞ୍ଚଳିକ ଦଳ ବର୍ଷ ବର୍ଷ ଧରି ଏକ ଶକ୍ତିଶାଳୀ ସ୍ଥିତିରେ ଅଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରରେ ରହିପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ବି ଆସନ ବଣ୍ଟନ ପ୍ରସଙ୍ଗ ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ସମାଧାନ ହୋଇନାହିଁ।

ଉଭୟ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ସିଟ ବୁଝାମଣା ନେଇ ଅନେକ ପ୍ରକାରର ଆଲୋଚନା ଚାଲିଛି। ଯଦି ଉଭୟ ରାଜ୍ୟରେ ସହଯୋଗୀ ଭାଗିଦାରୀ ମଧ୍ୟରେ ଆସନ ବାଣ୍ଟିବାର ସମସ୍ୟାର ସମାଧାନ ହୁଏ, ତେବେ ନିର୍ବାଚନ ପାଇଁ ଅଧା ପ୍ରସ୍ତୁତି ସରିଯିବା ପରି ହେବ। ଆଗାମୀ ଦିନରେ ଏହି ଦୁଇ ରାଜ୍ୟରେ ଆସନ ବୁଝାମଣା ନେଇ ରାଜନୀତି ତେଜିପାରେ। କାରଣ, ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ଏକ ଦୃଢ ସମର୍ଥନ ରହିଛି। କଂଗ୍ରେସ ତୁଳନାରେ ଭାଜପା ଏହି ଦୁଇ ରାଜ୍ୟରେ ସାମାନ୍ୟ ଶକ୍ତିଶାଳୀ ସ୍ଥିତିରେ ଅଛି। କିନ୍ତୁ, ଦେଖିବାକୁ ମିଳିଛି ଯେ ସିଟ୍‌ ସେୟାରିଂରେ ଭାଜପା ନିଜର ସହଯୋଗୀଙ୍କୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନୁହନ୍ତି।

କେବଳ ଝାଡଖଣ୍ଡର ରାଜନୈତିକ ଘଟଣାକୁ ନଜର ପକାଇବା। ଜେଡିୟୁ ମଧ୍ୟ ଏଠାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ସୁଦେଶ ମହତୋଙ୍କ AJSU ପୂର୍ବରୁ ଭାଜପା ସହିତ ଅଛି। କିଛି ଦିନ ପୂର୍ବରୁ ସୁଦେଶ ଅମିତ ଶାହାଙ୍କୁ ଭେଟିଥିଲେ। କୁହାଯାଉଛି ଯେ AJSU ପ୍ରାୟ ଏକ ଡଜନ ସିଟ ଦାବି କରୁଛି। କିନ୍ତୁ ଭାଜପା ୫ରୁ ଅଧିକ ସିଟ ଦେବାକୁ ପ୍ରସ୍ତୁତ ନୁହେଁ। ଏହି କାରଣରୁ ଏପର୍ଯ୍ୟନ୍ତ ମହାମେଣ୍ଟ ସିଟ୍‌ ବୁଝାମଣା ଚୂଡାନ୍ତ କରିପାରୁନାହିଁ। ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟ ଝାଡଖଣ୍ଡରେ ନିର୍ବାଚନ ଲଢିବାକୁ ଚାହୁଁଛି। କିନ୍ତୁ ଭାଜପା ୨ରୁ ଅଧିକ ସିଟ ଦେବାକୁ ଚାହୁଁନାହିଁ।

ଯଦି ଆମେ ମହାରାଷ୍ଟ୍ର ବିଷୟରେ କହିବା, ଏଠାରେ ଚାରୋଟି ଆଞ୍ଚଳିକ ଦଳ ମଧ୍ୟରେ ୨୮୮ଟି ଆସନର ଜଟିଳ ସିଟ୍‌ ଗଣିତ ରହିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହାୟୁତି ମେଣ୍ଟରେ ଭାଜପା ୧୫୦ରୁ ୧୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ଏଥି ସହିତ ଶିବସେନା (ଶିନ୍ଦେ ଗୋଷ୍ଠୀ) ୯୦ରୁ ୧୦୦ସିଟ ଏବଂ ଏନସିପି (ଅଜିତ ପାୱାର) ୫୦ ରୁ ୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛିି। ଏହି କାରଣରୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏଥି ସହିତ ମହା ବିକାଶ ଆଗାଡିରେ ଶିବସେନା (ଉଦ୍ଧବ ଦଳ) ୧୦୦ରୁ ୧୧୦, କଂଗ୍ରେସ ୧୦୦ ରୁ ୧୧୦ ଏବଂ ଏନସିପି (ଶରଦ ପାୱାର) ୭୦ରୁ ୮୦ ସିଟ୍‌ ରେ ଲଢିବାକୁ ଚାହୁଁଛି। କିନ୍ତୁ, ଏହି ତିନି ଦଳ ଆହୁରି ଅଧିକ ସଂଖ୍ୟକ ସିଟ୍‌ ଦାବି କରୁଛନ୍ତି।

ଯଦି ଆମେ ଝାଡଖଣ୍ଡ ବିଷୟରେ କହିବା, ମୋଟ ସିଟ ହେଉଛି ୮୧। କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ଛୁଇଁବାକୁ ହେଲେ ୪୧ ମ୍ୟାଜିକ ନମ୍ବର ଛୁଇଁବାକୁ ପଡିବ। ଏହାକୁ ହାସଲ କରିବା ପାଇଁ ଛୋଟ ଛୋଟ ଗୋଷ୍ଠୀକୁ ମିଶାଯାଉଛି। ବିହାରର ଭାଜପାର ସହଯୋଗୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଝାଡଖଣ୍ଡରେ ନିର୍ବାଚନ ଲଢିବକା ଚାହୁଁଛି। ଆଉ ଦଳ ୧୧ଟି ଆସନ ଦାବି କରିଛି।

ଏଥି ସହିତ ଇଣ୍ଡିଆ ମେଣ୍ଟର ଜେଏମଏମ ୪୯ ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି। ବାକି ୩୨ଟି ଆସନରେ ଜେଏମଏମ କଂଗ୍ରେସ, ଆରଜେଡି ଏବଂ ସିପିଆଇ ଏମଏଲ ରଖିବାକୁ ଚାହୁଁଛି। କିନ୍ତୁ, ଏହି ପ୍ରସ୍ତାବ ପାଇଁ କଂଗ୍ରେସ ପ୍ରସ୍ତୁତ ନୁହେଁ। ଗତ ଥର କଂଗ୍ରେସ ଝାଡଖଣ୍ଡର ୩୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥର କଂଗ୍ରେସ ଏକାକୀ ୩୩ଟି ଆସନ ଦାବି କରୁଛି।

ସୂଚନାଥାଉ କି, ନଭେମ୍ବର ୧୮ ଏବଂ ନଭେମ୍ବର ୨୦ ରେ ଝାଡଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ, ୨୦ ନଭେମ୍ବରରେ ଏକକ ପର୍ଯ୍ୟାୟରେ ୨୮୮ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri