ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ: ଲକ୍ଷ ଭେଦ କଲେ ପ୍ରଭୁପାଦ ପ୍ରଧାନ

ଭବାନୀପାଟଣା,୧୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ବିଜୟା ଦଶମୀ ଅବସରରେ ସ୍ଥାନୀୟ ନକଟିଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି । ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଜୟଯାତ୍ରା ବା ରାଜ୍ୟଜୟର ପ୍ରତୀକ ଭାବେ ଏହି ପର୍ବ ପାଳିତ ହୁଏ । ଏହି ଅବସରରେ ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତ୍ରକୁ ଧରି ବାହୁକ,ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡା ଲାଖମରା ପଡିଆକୁ ଯାଇଥିଲେ । ସେଠାରର ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା ଓ ଛାଗଳ ବଳି ଦିଆଯାଇଥିଲା । ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ । ଏକ ସୁଉଚ୍ଚ ଖମୱରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ମାଟି ହାଣ୍ଡିରେ ମାଣିକେଶ୍ୱରୀଙ୍କ ପ୍ରସାଦ ଥାଏ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥିଲେ।ସେଥିମଧ୍ୟରୁ ଭବାନୀପାଟଣା ସହରର ପୁରୁଣା ପଡ଼ାର ପ୍ରଭୁପାଦ ପ୍ରଧାନ ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ କରି ପାରିଥିଲେ। ପରେ ଛତ୍ର ଜେନା ବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ । ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣ ମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି ।ପରେ ପରେ ମୂଳାଷ୍ଟମୀ ଠାରୁ ମାଣିକେଶ୍ୱରୀଙ୍କୁ ମୁଣ୍ଡବସା ପର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆଯାଇଥାଏ । ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ । ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri