ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ, ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇଲା

ନୂଆଦିଲ୍ଲୀ,୨୬।୯: ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ସୁଧାର ଆସିଛି। ଏଥିସହ ବିଶ୍ବରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି। ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସ୍ବରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି।

୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର ମୂଲ୍ୟାଙ୍କନ କରୁଛି। ୨୦୨୪ର ଏହି ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ ୩୮.୯ ପଏଣ୍ଟ ମିଳିଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ୨୭ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା ୮୧.୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri