ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ ରୋକିବା ପାଇଁ ୭୦ରୁ ୮୦ ଦଶକରେ ବନ ବିଭାଗ ପକ୍ଷରୁ ସମୁଦ୍ର କୂଳିଆ ଆଇଲାଣ୍ଡ ବାଲିଢ଼ିପରେ ବିସ୍ତୃତ ଅଞ୍ଚଳରେ ଝାଉଁ ଚାରା ରୋପଣ କରାଯାଇଥିଲା। ଫଳରେ ସମୁଦ୍ର ଢେଉରୁ ରକ୍ଷା ପାଇବା ପାଇଁ ଝାଉଁ, ହେନ୍ତାଳ ଓ ଲୁଣା ଜଙ୍ଗଲ ସୃଷ୍ଟି ହୋଇଥିଲା। ହେଲେ ସମୁଦ୍ର କରାଳ ଗର୍ଭରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେଉଥିବା ଅଗରନାସୀ ୫ କିମି ପର୍ଯ୍ୟନ୍ତ ଝାଉଁ ଜଙ୍ଗଲ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭକୁ ଚାଲିଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହା ପରେ ଲଞ୍ଚଘୋଲାଠାରେ ସମୁଦ୍ର ଅଧା ଝାଉଁ ଜଙ୍ଗଲକୁ ଗିଳି ସାରିଲାଣି। ସମୁଦ୍ରର ବଡ଼ ବଡ଼ ଢେଉ ମାଡ଼ରେ ଝାଉଁ ଜଙ୍ଗଲ ଧରାଶାୟୀ ହୋଇ ଯାଉଥିବା ଦେଖିବାକୁ ମିଳୁଛି।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ହୁକିଟୋଲା ଅନତି ଦୂରରେ ଲଞ୍ଚଘୋଲା, ମାଦଳୀ, ଷୋଳମୁହାଣ ଜଙ୍ଗଲକୁ ଅଧା ସମୁଦ୍ର ଗିଳିଗଲାଣି। ଆଗାମୀ କିଛିବର୍ଷ ମଧ୍ୟରେ ସମୁଦ୍ର ଏହି ଜଙ୍ଗଲକୁ ଗ୍ରାସ କରି ସ୍ଥଳ ଭାଗରେ ପହଞ୍ଚତ୍ ବିପୁଳ ପରିମାଣରେ କ୍ଷତି ପହଞ୍ଚାଇବ ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ସ୍ଥାନୀୟ ସମୁଦ୍ରକୂଳିଆ ଅଞ୍ଚଳର ଲୋକମାନେ ସଚେତନ ହେବା ସହ ପ୍ରଚୁର ପରିମାଣରେ ଗଛ ଲଗାଇଲେ ଏହି ମହାବିପଦରୁ ରକ୍ଷା ମିଳିବ ବୋଲି ବତିଘର, ଜମ୍ବୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ କହିଛନ୍ତି। ଅପରପକ୍ଷରେ ବତିଘର ପଞ୍ଚାୟତ ମହାନଦୀ ମୁହାଣ ସଂଲଗ୍ନ ହେଟାମୁଣ୍ଡିଆ ସଂରକ୍ଷିତ ଝାଉଁ ବଣର ବହୁ ଗଛ ଲହଡ଼ି ମାଡ଼ରେ ଧରାଶାୟୀ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ଏହି ନିଷିଦ୍ଧ ଅଞ୍ଚଳ ଆଇଲାଣ୍ଡ ବାଲିଢିପରେ ଆଡ୍ଡା ଜମାଇବା ସହ ଝାଉଁ ଗଛରେ ଡଙ୍ଗାକୁ ବାନ୍ଧିବା ଦ୍ୱାରା ଝାଉଁ ଗଛ ଧୀରେ ଧୀରେ ସମୁଦ୍ର ଢେଉ ମାଡ଼ରେ ଉପୁଡ଼ି ଯାଉଥିବା ଜଣେ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏହି ଆଇଲାଣ୍ଡ ବାଲିଢିପରେ ଆଡ୍ଡା ଜମାଇଥିବା ମତ୍ସ୍ୟଜୀବୀମାନେ ମାଛ ଧରିବା ସହ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏପରିକି ନିଶା ଦ୍ରବ୍ୟ କାରବାର ଓ ବିକ୍ରିବଟା, ସାମୁଦ୍ରିକ ମୂଲ୍ୟବାନ ମାଛକୁ ଅତି ସହଜରେ ନିକଟ ପାରାଦୀପ ମାଛ ଗଦିକୁ ଚାଲାଣ କରିଥାନ୍ତି। ଏହି ଅଞ୍ଚଳ ନିର୍ଜନ ହୋଇଥିବାରୁ ଶହ ଶହ ସଂଖ୍ୟାରେ ମତ୍ସ୍ୟଜୀବୀ ଅନାୟାସରେ ବସବାସ କରୁଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ସମୁଦ୍ର ଉଚ୍ଚ ତରଙ୍ଗ ମାଡ଼ରେ ଅଗରନାସୀ ଓ ବାବୁବାଲି ଆଇଲାଣ୍ଡ ସମୁଦ୍ର ଗର୍ଭକୁ ଚାଲିଯାଇଛି। ପ୍ରକୃତିର କରାଳ ରୂପ ଉପକୂଳ ଅଞ୍ଚଳର ପ୍ରାକୃତିକ ପରିବେଶ ବଦଳାଉଛି। ଉକ୍ତ ସ୍ଥାନର ବିଭିନ୍ନ ସମସ୍ୟା ଓ ଦିଗ ପ୍ରତି ବିଭାଗ ଯତ୍ନବାନ ଅଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri