୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ଗଠିତ ହୋଇଛି। ଅଥଚ ୧୪ା୯ା୨୦୧୬ ପରେ ତଥା ଠିକ ୮ ବର୍ଷ ପରେ ଶନିବାର ଯାଜପୁର ରୋଡ୍‌ ସେଲିବ୍ରେଶନ ମଣ୍ଡପଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଆର୍‌ପିଡିଏସି ବୈଠକ ବସିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି। ଏହି ୮ ବର୍ଷ ମଧ୍ୟରେ ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ ସମସ୍ୟା, ଅଣଓଡ଼ିଆ ଠିକାସଂସ୍ଥାର ରାଜ, ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଜମି ଅଧିଗ୍ରହଣ, କାରଖାନା ନାମରେ ଜମି ନେଇ ମୋରମ ଲୁଟ ଇତ୍ୟାଦି ସମସ୍ୟାର କେତେଦୂର ସମାଧାନ ହୋଇ ପାରୁଛି ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି। ଆର୍‌ପିଡିଏସି ବୈଠକ ନ ହେବା ଏବଂ ମାଳମାଳ ସମସ୍ୟା ବଢ଼ିବା ଶିଳ୍ପ ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ସମ୍ବେଦନହୀନ ବୋଲି ସବୁଠି ଚର୍ଚ୍ଚା ହେଉଛି।
ରାଜ୍ୟ ସରକାରଙ୍କ ପ୍ରଣିତ ପୁନର୍ବାସ ଓ ଥଇଥାନ ନୀତିକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ଶିଳ୍ପସଂସ୍ଥା ମାଲିକଙ୍କୁ ଖୁସି କରିବା ପାଇଁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟା ପ୍ରତି ଆଖିବୁଜି ଦିଆଯାଉଛି। ବିଶେଷକରି ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକରେ ସ୍ଥାନୀୟ ନିଯୁକ୍ତିକୁ ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଫଳରେ ଏହି ବର୍ଷକ ମଧ୍ୟରେ ଏକାଧିକ ଆନ୍ଦୋଳନ, ଅର୍ଥନୈତିକ ଅବରୋଧ ଭଳି ପ୍ରତିବାଦ ହୋଇଥିବା ଦେଖାଯାଇଛି। ଓଡ଼ିଶା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା । କିନ୍ତୁ ୮ ବର୍ଷ ଧରି ଏହି ବୈଠକ ନ ହେବା ବିସ୍ଥାପିତମାନଙ୍କ ପ୍ରତି ସରକାରୀ ଦରଦ କେତେ ତାହା ସ୍ପଷ୍ଟ ହେଉଛି ବୋଲି ମତପ୍ରକାଶ ପାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ୧୬୬ ପରିବାରଙ୍କ ତ୍ୟାଗ ଓ ବଳିଦାନର ଫଳ ଏବେ ଭୋକ ଉପାସ ହୋଇଛି। ୫ ବର୍ଷ ହେବ ବନ୍ଦ ପଡିଥିବା ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ କମ୍ପାନୀ ମାଲିକଙ୍କ ସହଯୋଗୀ ହୋଇଛି ପ୍ରଶାସନ। ଯୋଡ଼ା ଅଞ୍ଚଳରୁ ଖଣି ଚୋରି ଅଭିଯୋଗରେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ମେସ୍କୋ ଷ୍ଟିଲକୁ ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଜରିମାନା କରାଯାଇଛି। କିନ୍ତୁ ରାଜ୍ୟ ସରକାର ଏହି ଜରିମାନା ଆଦାୟ କରିବା ପରିବର୍ତ୍ତେ ଓଲଟା କମ୍ପାନୀ ମାଲିକଙ୍କ ସହଯୋଗୀ ସାଜିଛନ୍ତି। ଏହି କାରଖାନାର ପୁନଃ କାର୍ଯ୍ୟକ୍ଷମ ପାଇଁ କର୍ମଚାରୀମାନେ ବର୍ଷକୁ ପ୍ରାୟ ୨୦ଥର ଆନ୍ଦୋଳନ କରୁଥିଲେ ବି ସରକାର ନୀରବ ରହିଛି। ସେହିପରି ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ଗ୍ରାମବାସୀ ଭିସିଆଇ କେମିକାଲ ପ୍ରାଇଭେଟ ଲିଃ ଏବଂ ଅନ୍ୟ କମ୍ପାନୀଗୁଡିକୁ ଇଡ୍‌କୋ ଜରିଆରେ ମିଳିଥିବା ଜମିର ଅତିରିକ୍ତ କ୍ଷତିପୂରଣ ବାବଦକୁ ଏକର ପ୍ରତି ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି। କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ଅଧିଗୃହୀତ ଜମିରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରିବା ସହ ବିନା ଅନୁମତିରେ ବିପୁଳ ମୋରମ ଖନନ କରି ରାତିରେ ବାହାରକୁ ଚାଲାଣ କରୁଛି। ଏନେଇ ଲଘୁ ଖଣି ବିଭାଗ ପକ୍ଷରୁ ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲେ ବି ବେଆଇନ ମୋରମ ଲୁଟ୍‌ ବନ୍ଦ ହୋଇ ନଥିବା ଅଭିଯୋଗ ହେଉଛି।
ଶିଳ୍ପ ସଂସ୍ଥା ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରି ଇଡ୍‌କୋ ଜରିଆରେ ଶତାଧିକ ଏକର ଜମି ହାତେଇ ସାରିଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୨୯ଟି ରାଜସ୍ବ ମୌଜାକୁ ପାଖାପାଖି ୧୦୦ ବର୍ଷ ହେବ ସରକାର ଭୂ-ବନ୍ଦୋବସ୍ତରୁ ବଞ୍ଚିତ ରଖିଛନ୍ତି। ଫଳରେ ଶହଶହ ବର୍ଷ ଦଖଲରେ ଥିବା ଜମିର ମାଲିକାନା ସ୍ବତ୍ୱ ପାଇ ପାରିନାହାନ୍ତି। ଏହାର ସମାଧାନ କରିବା ସହ କଳିଙ୍ଗନଗର ଗୁଳିକାଣ୍ଡରେ ଶହୀଦ ହୋଇଥିବା ଆଦିବାସୀ ପରିବାରବର୍ଗଙ୍କୁ ମାସିକ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ବିସ୍ଥାପିତ ଜମିହରା ଉନ୍ନୟନ କମିଟି ପୂର୍ବରୁ ଦାବି କରି ଆସୁଛି। ଏହାବାଦ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସ୍ବତନ୍ତ୍ର ପରିବାର ମାନ୍ୟତା ଦେଇ ବିସ୍ଥାପିତ କରିବାକୁ ଦାବି କରି ଆସୁଥିଲେ ବି କେହି ଶୁଣୁ ନାହାନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରାୟ ୩୦୦ ଅଣଓଡ଼ିଆ ଠିକାସଂସ୍ଥା ନିୟୋଜନ କରି ସେମାନଙ୍କ ଜରିଆରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ସ୍ଥାନୀୟ ଠିକାସଂସ୍ଥାଗୁଡିକ କାମ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ଯାଇ ନୟାନ୍ତ ହେଉଥିଲେ ବି ସେମାନଙ୍କୁ କାମ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ଆର୍‌ପିଡିଏସି ବୈଠକ କେତେଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri