ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ ନିୟମ ଥିଲା। ବର୍ଣ୍ଣାଡ ଶ ତାଙ୍କର ଦୈନନ୍ଦିନ ସାଧାରଣ ପୋଷାକ ପରିଧାନ କରି କ୍ଲବର ସଭାଗୃହକୁ ପ୍ରବେଶ କଲାବେଳେ ଦ୍ୱାରରକ୍ଷୀ ତାଙ୍କୁ ଅଟକାଇ ଦେଲା। ନିର୍ଦ୍ଧାରିତ ପୋଷାକ ପିନ୍ଧି ନ ଆସିଲେ କ୍ଲବ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ସେ ଫେରିଆସିଲେ ଓ ଅନୁମୋଦିତ ପୋଷାକ ପିନ୍ଧି କ୍ଲବ୍‌କୁ ଗଲେ। ସଭାଗୃହ ଭରପୂର ଥାଏ। ସମସ୍ତେ ତାଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରିଥାନ୍ତି। ଶ ଛିଡ଼ାହେଲେ ଓ ସମ୍ବୋଧନ କଲେ। ତାଙ୍କର କୋଟ୍‌ ଓ ଟାଇ ଖୋଲିଦେଇ ଚୌକି ଉପରେ ରଖିଦେଲେ ଓ କହିଲେ, ”ମୁଁ ଆଜି ଆପଣମାନଙ୍କୁ କିଛି କହିବି ନାହିଁ।“ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କାରଣ ପଚାରନ୍ତେ ସେ କହିଲେ, ”ଏହି କ୍ଲବର ପୃଷ୍ଠପୋଷକମାନଙ୍କ ପାଇଁ ବ୍ୟକ୍ତିତ୍ୱ ବା ମସ୍ତିଷ୍କ ନୁହେଁ, କୋଟ୍‌ ଓ ଟାଇ ପିନ୍ଧିବା ବେଶି ଗୁରୁତ୍ୱପୂର୍ଣ୍ଣ, କାରଣ ମୁଁ ଏହା ପିନ୍ଧି ନ ଥିବାରୁ କ୍ଲବ୍‌କୁ ପ୍ରବେଶ ଅନୁମତି ମିଳି ନ ଥିଲା। ଏଣୁ କୋଟ୍‌ ଉପଯୁକ୍ତ ସ୍ଥାନରେ ଥୋଇଦେଇଛି।“ ଏତିକି କହି ସେ ସଭାଗୃହରୁ ବାହାରିଗଲେ। ସୁନ୍ଦର ଓ ଚାକଚକ୍ୟମୟ ପରିଧାନ ସର୍ବଦା ବ୍ୟକ୍ତିତ୍ୱର ପରିଚାୟକ ନୁହେଁ- ଏ କଥା ଶ ସେଦିନ ସୂଚାଇ ଦେଇଥିଲେ।
ଅନେକ ସମୟରେ ଆମେ ବ୍ୟକ୍ତିର ପୋଷାକ ପରିପାଟୀରୁ ତା’ର ବ୍ୟକ୍ତିତ୍ୱ ଆକଳନ କରିବାକୁ ଚେଷ୍ଟା କରୁ। ମାତ୍ର ପରିଧାନ ସବୁବେଳେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ନାହିଁ। ଆମେରିକାରେ ସ୍ବାମୀ ବିବେକାନନ୍ଦ ଗୈରିକ ବସ୍ତ୍ର ଓ ପଗଡ଼ି ପରିଧାନ କରିଥିବାରୁ ଉପହସିତ ହୋଇଥିଲେ। ମାତ୍ର ଏହି ବେଶଭୂଷାରେ ସେ ଶିକାଗୋ ଧର୍ମସଭାରେ ହିନ୍ଦୁଧର୍ମର ବିଜୟପତାକା ଉଡ଼ାଇଥିଲେ। ତାଙ୍କ ଜୀବନର ଆଉ ଏକ ଘଟଣା। ଥରେ ସେ ହାଓଡ଼ାରୁ ଟ୍ରେନ୍‌ ଯୋଗେ ମାଡ଼୍ରାସ ଯାଉଥିଲେ। ସେହି ଡବାରେ ଯାଉଥିଲେ ଦୁଇଜଣ ଗୋରା ସେନା ଅଫିସର। ସେମାନେ ଗୈରିକ ବସ୍ତ୍ର ପରିଧାନ କରିଥିବା ସ୍ବାମିଜୀଙ୍କ ରୂପ ଦେଖି ବିଦୃପ କରୁଥିଲେ। ଇଂଲିଶରେ କହୁଥିଲେ, ଭାରତରେ ଏଭଳି ଅନେକ ଗୈରିକ ବସ୍ତ୍ର ପରିଧାନ କରି ଆରାମରେ ଖାଇପିଇ ବଳିଷ୍ଠ ଶରୀର ଧାରଣ କରିଛନ୍ତି। ଏମାନେ ହେଲେ ମଣିଷ ମୂଷା। ଟ୍ରେନ୍‌ ମାଡ଼୍ରାସ ପୂର୍ବରୁ ଗୋଟିଏ ଷ୍ଟେଶନରେ ଅଟକିଲା। ପ୍ଲାଟଫର୍ମରେ ଶହ ଶହ ଅନୁଗାମୀ ଅପେକ୍ଷା କରିଥାନ୍ତି। ସ୍ବାମିଜୀ ପ୍ଲାଟଫର୍ମକୁ ଓହ୍ଲାଇ ସେମାନଙ୍କୁ ଇଂଲିଶରେ ପାଞ୍ଚମିନିଟ ଉଦ୍‌ବୋଧନ ଦେଲେ। ପୁଣି ଟ୍ରେନ ଚାଲିଲା। ସେହି ଡବାରେ ବସିଥିବା ସେହି ଦୁଇ ଗୋରା ସୈନିକ ସ୍ବାମିଜୀଙ୍କୁ ପ୍ରଶ୍ନ କଲେ ସେମାନେ ତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ ମଧ୍ୟ ସେ କାହିଁକି ପ୍ରତିବାଦ କଲେ ନାହିଁ? ସେମାନଙ୍କ ଧାରଣା ଥିଲା ସେ ଇଂଲିଶ ବୁଝିପାରୁନାହାନ୍ତି। ମାତ୍ର ତାଙ୍କ ଇଂଲିଶ ଉତ୍କୃଷ୍ଟ ଥିଲା ବୋଲି ସ୍ବୀକାର କରିବା ସଙ୍ଗେ ସଙ୍ଗେ ସେମାନେ ଲଜ୍ଜିତ ହେଲେ। ମହାମତ୍ା ଗାନ୍ଧୀଙ୍କ ଆଣ୍ଠୁ ଲୁଚୁ ନ ଥିବା ଧୋତି ଓ ବାଡ଼ି ଦେଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତାଙ୍କୁ ଅର୍ଦ୍ଧନଗ୍ନ ଫକିର କହିଥିଲେ। ମାତ୍ର ସେ ସ୍ବାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତର ସ୍ବାଧୀନତା ଆଣିଥିଲେ। ଏଣୁ ଅନାକର୍ଷଣୀୟ ପରିଧାନ ଅନ୍ତରାଳରେ ମଧ୍ୟ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥାଇପାରେ-ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ।
ଥରେ ଜଣେ ଉଚ୍ଚଶିକ୍ଷିତ ଯୁବକ ଗୋଟିଏ ରେଳଷ୍ଟେଶନରେ ଗୋଟିଏ ଆଟାଚି ଧରି ଓହ୍ଲେଇଲେ ଓ କୁଲି କୁଲି ବୋଲି ପାଟିକଲେ। ପାଖରେ ଠିଆ ହୋଇଥାନ୍ତି ସାଧାରଣ ଧୋତି କୁର୍ତ୍ତା ପିନ୍ଧିଥିବା ଜଣେ ଭଦ୍ରଲୋକ। ସେ କୁଲି ହୋଇଥିବ ଭାବି ଆଟାଚିଟା ତାଙ୍କୁ ଧରାଇଦେଲେ ଓ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ଲେ। ପରବର୍ତ୍ତୀ ସମୟରେ ଏକ ସଭାରେ ସେହି ଭଦ୍ରବ୍ୟକ୍ତିଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଶୁଣି ନିଜେ ଲଜ୍ଜିତ ହେଲେ। ସେ ଥିଲେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। ଏଣୁ ପରିଧାନରୁ ଜଣକର ବ୍ୟକ୍ତିତ୍ୱ ଆକଳନ କରିବା ସଂପୂର୍ଣ୍ଣ ଭ୍ରମାମତ୍କ।
ଇନ୍‌ଫୋସିସ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତି ବାଙ୍ଗାଲୋର ଫେରିବା ପାଇଁ ଲଣ୍ଡନ ବିମାନ ବନ୍ଦରରେ ଅପେକ୍ଷା କରିଥାନ୍ତି। ସେ ପିନ୍ଧିଥାନ୍ତି ସାଧାରଣ ସଲୱାର କାମିଜ। ବିମାନ ଭିତରକୁ ପ୍ରବେଶ କରିବାକୁ ଘୋଷଣା ହେଲା। ସୁଧା ଧାଡ଼ିରେ ଛିଡ଼ା ହେଲେ। ତାଙ୍କ ଆଗରେ ଛିଡ଼ା ହୋଇଥାନ୍ତି ଯନତ୍ଶୀଳ ଭାବରେ ପ୍ରସାଧନ କରିଥିବା ଓ ଏକ ସୁନ୍ଦର ସିଲ୍‌କ ଜାମା ପିନ୍ଧିଥିବା ଜଣେ ସମ୍ଭ୍ରାନ୍ତ ମହିଳା। ତାଙ୍କ ସାଙ୍ଗରେ ଥାନ୍ତି ତାଙ୍କ ଜଣେ ବାନ୍ଧବୀ। ସେ ପିନ୍ଧିଥାନ୍ତି ଏକ ମୁକ୍ତାହାର କାନଫୁଲ ଓ ହୀରାର ଚୁଡ଼ି। ଉଭୟେ ଦେଖାଯାଉଥିଲେ ଧନୀ ଓ ସୌଖୀନ। ତାଙ୍କ ଠିକ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଭଦ୍ରମହିଳା ହଠାତ୍‌ ସୁଧାଙ୍କୁ ତାଙ୍କ ବୋର୍ଡ଼ିଂପାସ୍‌ (ବିମାନକୁ ପ୍ରବେଶ ଅନୁମତି ପତ୍ର) ଦେଖାଇବାକୁ କହିଲେ। ସୁଧା ତା’ର କାରଣ ପଚାରନ୍ତେ ସେ କହିଲେ ”ଆପଣ ଯେଉଁ ଧାଡ଼ିରେ ଛିଡ଼ା ହୋଇଛନ୍ତି ଏହା କେବଳ ଉଚ୍ଚଶ୍ରେଣୀ ଟିକେଟ୍‌ (ବିଜନେସ୍‌ କ୍ଲାସ୍‌) ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ସେ ସୁଧା ମୂର୍ତ୍ତିଙ୍କ ସାଧାରଣ ବେଶଭୂଷାରୁ ଧରି ନେଇଥିଲେ ସେ ଜଣେ ଉଚ୍ଚଶ୍ରେଣୀର ମହିଳା ନୁହନ୍ତି। ତାଙ୍କ ପାଖରେ ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ୍‌) ଟିକେଟ ଥିବ। ତାଙ୍କ ପାଇଁ ରହିଛି ଅଲଗା ଧାଡ଼ି। ସୁଧା ତାଙ୍କ ମନୋଭାବ ବୁଝିପାରିଲେ। ସେହି ମହିଳାଙ୍କ ବେଶଭୂଷା ଓ କଥନଭଙ୍ଗୀରେ ପ୍ରକାଶ ପାଉଥିଲା ଆଭିଜାତ୍ୟର ଅହଂକାର। ସୁଧାଙ୍କ ପାଖରେ ଉଚ୍ଚଶ୍ରେଣୀ ଟିକେଟ ଥିଲା, ତଥାପି ସେ ନୀରବ ରହନ୍ତେ ସେହି ଭଦ୍ରମହିଳା ପୁଣି କହିଲେ, ”ଦେଖନ୍ତୁ, ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ) ଅପେକ୍ଷା ଉଚ୍ଚଶ୍ରେଣୀ (ବିଜନେସ କ୍ଲାସ) ଟିକେଟର ମୂଲ୍ୟ ଅଢ଼େଇଗୁଣ ଅଧିକ।“ ତାଙ୍କ ବାନ୍ଧବୀ ପୁଣି ଯୋଡ଼ି ଦେଇ କହିଲେ, ”ଏହି ଶ୍ରେଣୀରେ ଅନେକ ସ୍ବତନ୍ତ୍ର ଆରାମଦାୟକ ସୁବିଧା ରହିଛି।“ ସେମାନେ ସୁଧାଙ୍କୁ ସେହି ଧାଡ଼ିରୁ ବାହାରିଯାଇ ସାଧାରଣ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ିରେ ଛିଡ଼ା ହେବାକୁ ପରାମର୍ଶ ଦେଲେ। ସୁଧା ତାଙ୍କ କଥା ନ ଶୁଣି ସେହି ଧାଡ଼ିରେ ଛିଡ଼ା ହୋଇ ରହନ୍ତେ ସେହି ମହିଳା କହିଲେ, ”ଆପଣମାନଙ୍କ ଭଳି ଗୋରୁଶ୍ରେଣୀର (Cattle Class) ଲୋକଙ୍କୁ ବୁଝାଇ ହେବ ନାହିଁ।“ ଏହି ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ)ରେ ଯାତ୍ରୀଙ୍କ ପାଇଁ ସୀମିତ ସ୍ଥାନ ଓ ସୁବିଧା ଥିବାରୁ ଏହି ଶ୍ରେଣୀକୁ ପରିହାସରେ ”ଗୋରୁ ଶ୍ରେଣୀ“ କୁହାଯାଏ। ସୁଧା ମୂର୍ତ୍ତିଙ୍କୁ ସେହି ଭଦ୍ର ମହିଳାଙ୍କ କଥା ଆଘାତ ଦେଲା। ସେ ବିମାନ କର୍ମଚାରୀଙ୍କୁ ତାଙ୍କ ଉଚ୍ଚଶ୍ରେଣୀର ପ୍ରବେଶ ପତ୍ର ଦେଖାଇଲେ ଓ ଅଗ୍ରସର ହେଲେ। ଭଦ୍ରମହିଳା ଦୁଇଜଣଙ୍କ ଧାରଣା ଭୁଲ ପ୍ରମାଣିତ ହେଲା। ସେମାନଙ୍କ ଅହଂକାରକୁ ଏକ ଧକ୍କା ଆସିଲା। ଟିକିଏ ଆଗକୁ ଯାଇ ସୁଧା ସେମାନଙ୍କୁ କହିଲେ, ”ଉଚ୍ଚ ଶ୍ରେଣୀର ଅର୍ଥ ନୁହେଁ ଅଜସ୍ର ଅର୍ଥ ଠୁଳ କରିବା। ଅର୍ଥ ରୋଜଗାର କରିବା ପାଇଁ ବହୁ ଅନୈତିକ ମାର୍ଗ ଅଛି। ସେହିଭଳି ମାର୍ଗରେ ଅଜସ୍ର ଅର୍ଥ ରୋଜଗାର କରିହେବ ଓ ବହୁମୂଲ୍ୟ ପୋଷାକ ଓ ଅଳଙ୍କାର ପିନ୍ଧିହେବ।“ ଏହା କହି ସୁଧା ଚାଲିଗଲେ। ଚାକଚକ୍ୟମୟ ପରିଧାନ ମଣିଷର ଅହଂକାର ସୂଚାଏ ସିନା, ନମ୍ରତା ସୂଚାଏ ନାହିଁ। ଅପରପକ୍ଷରେ ଜଣେ ସାଧାରଣ ପୋଷାକ ପିନ୍ଧିପାରେ, ମାତ୍ର ତାରି ଭିତରେ ଲୁକ୍କାୟିତ ଥାଇପାରେ ଏକ ଅସାଧାରଣ ମହାନ୍‌ ବ୍ୟକ୍ତିତ୍ୱ। ସେଦିନ ସେହି ସମ୍ଭ୍ରାନ୍ତ ମହିଳା ଦୁଇଜଣ ଏହି କଥା ବୁଝିପାରି ନ ଥିଲେ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri