ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଅଧିନାୟିକତ୍ୱରେ କ୍ରିକେଟ ଖେଳିଛନ୍ତି। ଆରଜେଡି ନେତା ଏକ ସାକ୍ଷାତକାରରେ ଏପରି କହି ନିଜର ମନର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ତେବେ ତାଙ୍କ ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ତେଜସ୍ବୀଙ୍କ କ୍ରିକେଟ ମାନିଆ। ତେଜସ୍ବୀଙ୍କ ବୟାନ ପରେ ଏବେ ଜାତୀୟ ରାଜନୀତି ସହ କ୍ରିକେଟ ଦୁନିଆରେ ମଧ୍ୟ ଚହଳ ପଡିଛି। ତେଜସ୍ବୀ ଏବେ ଜାତୀୟ ରାଜନୀତିର ବଡ଼ ଚେହେରା। ବିହାର ରାଜନୀତି ପରି ଲାଲୁ ଯାଦବଙ୍କ ପୁଅ ତେଜସ୍ବୀଙ୍କ ଜାତୀୟ ରାଜନୀତିରେ ମଧ୍ୟ ଦବ୍‌ଦବା ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଜନୀତିରେ ଗୋଟି ଚାଳନା କରିବାରେ ଧୁରନ୍ଧର ଏହି ନେତାଙ୍କ କ୍ରିକେଟରେ ପାରଙ୍ଗମ କେମିତି? ତାଙ୍କ ଅଧିନରେ ବିରାଟ କିପରି ମ୍ୟାଚ୍‌ ଖେଳିଛନ୍ତି? ଆସନ୍ତୁ ଜାଣିବା।

ଜାତୀୟ ରାଜନୀତିର ଏହି ଷ୍ଟାର ନେତା ସେତେବେଳେ କ୍ରିକେଟ ଦୁନିଆରେ ଥିଲେ ଷ୍ଟାର ପ୍ଲେୟାର। ଏବେ ବିରାଟଙ୍କୁ ଆପଣ ଯେମିତି ଦେଖୁଛନ୍ତି ସେହି ସମୟରେ ତେଜସ୍ବୀ ମଧ୍ୟ ଦେଖାଉଥିଲେ କ୍ରିକେଟରେ ଜଲଓ୍ବା। କିନ୍ତୁ କ୍ରିକେଟରୁ ସେ ଓହରି ଆସିଥିବାରୁ କରୁଛନ୍ତି ମନଦୁଖ। ତାଙ୍କ କ୍ରିକେଟ କ୍ୟାରିୟର ଅଧା ରହି ଯାଇଥିବାରୁ ସେ ଖୁସି ନାହାନ୍ତି। ସେତେବେଳେ ସେ ଘରୋଇ କ୍ରିକେଟରେ ତାଙ୍କ ଜଲଓ୍ବା ଦେଖାଉଥିଲେ। ସେହି ସମୟ ମଧ୍ୟରେ ଥିବା ଅନେକ ଖେଳାଳି, ତାଙ୍କର ବ୍ୟାଚମେଟ୍‌ ଥିଲେ।

ତେଜସ୍ବୱୀ ଯାଦବ ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ୩୪ ବର୍ଷୀୟ ରାଜନେତା କହିଛନ୍ତି, ମୁଁ ଜଣେ କ୍ରିକେଟର ଥିଲି ଏବଂ ଆଜିକାଲି କେହି ଏ ବିଷୟରେ ଆଲୋଚନା ମଧ୍ୟ କରନ୍ତି ନାହିଁ। ବିରାଟ କୋହଲି ମୋର ଅଧିନାୟକତ୍ୱରେ ଖେଳିଛନ୍ତି। କିନ୍ତୁ କେହି କେବେ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି କି? ଜଣେ ପେସାଦାର କ୍ରିକେଟର ଭାବରେ ମୁଁ ଭଲ କ୍ରିକେଟ ଖେଳିଛି । ଟିମ ଇଣ୍ଡିଆର ଅନେକ ଖେଳାଳି ମୋର ବ୍ୟାଚମେଟ୍‌ ହୋଇଛନ୍ତି।

ଆରଜେଡି ନେତା ଆହୁରି କହିଛନ୍ତି ଯେ, ମୋର ଉଭୟ ଲିଗାମେଣ୍ଟ ଭାଙ୍ଗି ଯାଇଥିବାରୁ ମୋତେ ଖେଳ ଛାଡିବାକୁ ପଡିଥିଲା।
ତେଜସ୍ବୀଙ୍କ ଏହି ବାର୍ତ୍ତାଳପ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ ନେଇ କ୍ରିକେଟ ପ୍ରେମୀମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ କି, ତେଜସ୍ବୀ ଯାଦବ ୧ ଫାଷ୍ଟ କ୍ଲାସ, ୨ ଲିଷ୍ଟ ‘ଏ’ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ସେ ଝାଡଖଣ୍ଡ ଦଳର ଅଧିନାୟକ ମଧ୍ୟ ରହିଛନ୍ତି। ସେ ନଭେମ୍ବର ୨୦୦୯ରେ ବିଦର୍ଭଙ୍କ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ତେଜସ୍ବୀ ଫେବୃଆରୀ ୨୦୧୦ରେ ତ୍ରିପୁରା ଏବଂ ଓଡ଼ିଶା ବିପକ୍ଷରେ ୨ ଲିଷ୍ଟ ଏ ମ୍ୟାଚ ଖେଳିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଧାନବାଦରେ ଓଡ଼ିଶା, ଆସାମ, ବଙ୍ଗଳା ଏବଂ ତ୍ରିପୁରା ବିପକ୍ଷରେ ୪ଟି ଟି-୨୦ ମ୍ୟାଚରେ ଭାଗ ନେଇଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ଭାରତୀୟ ପ୍ରିମିୟର ଲିଗ ୨୦୦୮ ପାଇଁ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ (ଦିଲ୍ଲୀ କ୍ୟାପିଟାଲ) ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତାଙ୍କୁ ୨୦୦୮ରୁ ୨୦୧୨ପର୍ଯ୍ୟନ୍ତ ଏହି ଗ୍ରୁପ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri