ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ନିଳାଦ୍ରୀବିହାର ଓ ସତ୍ୟନଗର ସ୍ଥିତ ୨ ଟି ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ଟଙ୍କା ମାଗୁଥିଲେ । ଅଭିଯୋଗ ପରେ ଉକ୍ତ ଜନସେବା କେନ୍ଦ୍ରର ୩ କର୍ମଚାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

ଏହି ମାମଲାରେ ଚନ୍ଦ୍ରଶେଖରପୁର ପୋଲିସ ସ୍ବାମୀ-ସ୍ତ୍ରୀ ଓ ଖାରବେଳ ନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୀଳାଦ୍ରୀବିହାର ଅଞ୍ଚଳର ଜନସେବା କେନ୍ଦ୍ର ଚଲାଉଥିବା ସସ୍ମିତା ଜେନା ଓ ତାଙ୍କ ସ୍ବାମୀ ରଞ୍ଜିତ ଜେନା ଅନ୍ୟ ଜଣେ ହେଲେ ସତ୍ୟନଗର ଅଞ୍ଚଳର ଜନସେବା କେନ୍ଦ୍ର କରିଥିବା ରତିକାନ୍ତ ସାହୁ । ତେବେ ରତିକାନ୍ତ ସୁଭଦ୍ରା ଫର୍ମ ବିତରଣ ପାଇଁ ଅନୁମତି ନପାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଡିସିପି ପ୍ରତୀକ ସଂ ଖବରଦାତା ସମ୍ମିଳନୀ କରି କହିଛନ୍ତି ।

ସୂଚନାନୁସାରେ ସ୍ବର୍ଣ୍ଣ ମଞ୍ଜରୀ ବେହେରା ନାମୀ ଜଣେ ମହିଳା ହିତାଧିକାରୀ ନିଳାଦ୍ରୀବିହାର ସ୍ଥିତ ଜନଜେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଜନସେବା କେନ୍ଦ୍ରରେ ବସିଥିବା ଅଭିଯୁକ୍ତା ସସ୍ମିତାଙ୍କୁ ସୁଭଦ୍ରା ଯୋଜନାର ଫର୍ମ ମାଗି ଅନଲାନରେ ପଞ୍ଜିକରଣ କରାଇଦେବାକୁ ମହିଳା ହିତାଧିକାରୀ ସ୍ବର୍ଣ୍ଣ ତାଙ୍କୁ କହିଥିଲେ। ଏହାପରେ ସସ୍ମିତା ୨୦୦ ଟଙ୍କା ସ୍ବର୍ଣ୍ଣଙ୍କୁ ମାଗିଥିଲେ। ଏନେଇ ସ୍ବର୍ଣ୍ଣ ସ୍ଥାନୀୟ ବିଏମସି ଅଫିସକୁ ଯାଇ ଜୋନ କମିଶନରଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ ।

ଏହାପରେ ଜୋନ କମିଶନର ନିଳାଦ୍ରୀବିହାରସ୍ଥିତ ଜନସେବା କେନ୍ଦ୍ରକୁ ଯାଇ ଯାଞ୍ଚ କରିବା ପରେ ଟଙ୍କା ମାଗିବାରୁ ପ୍ରମାଣ ପାଇ ଚନ୍ଦ୍ରଶେଖରପୁର ଥାନାରେ ଜଣାଇଥିଲେ। ଅନ୍ୟପଟେ ତୋଷାଳି ଭବନ ପାଖରେ ଜନସେବା କେନ୍ଦ୍ରରେ ଅଭିଯୁକ୍ତ ରତିକାନ୍ତ ଫର୍ମ ପିଛା ହିତାଧିକାରୀଙ୍କଠାରୁ ୨୦ ଟଙ୍କା ନେଉଥିବାର ଅଭିଯୋଗ ଆସିବା ପରେ ବିଏମସିର ଦକ୍ଷିଣ-ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଥିବା ରାଜଲକ୍ଷ୍ମୀ ସାହୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri