ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଦୌଡ଼ିବାକୁ ବାଧ୍ୟ କରିଛି। ଶେଷ ମୁହୂର୍ତ୍ତରେ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଆଧାର ସଂଶୋଧନ ପାଇଁ ଆସିଥିବା ସୋର ମୁଖ୍ୟ ଡାକଘର ଆଗରେ ଦଳା ଚକଟା ପୃଥିତ୍ୱୀ ଉପୁଜିଛି। ଭୋର ୫ଟା ରୁ ଲୋକ ମାନେ ଆସି ଧାଡି ରେ ଛିଡା ହୋଇଥିବା ବେଳେ ୧୦ ଟା ସମୟ ରେ ଗେଟ ଖୋଲିବା ପରେ ଲୋକ ମାନେ ଏକା ସାଙ୍ଗରେ ପଶିବା ବେଳେ ତଳେ ପଡିଯାଇଥିଲେ କିଛି ମହିଳା ଏବଂ ଛୋଟ ପିଲା l ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଶୃଙ୍ଖଳିତ ଭାବରେ ଆଧାର ସଂଯୋଗ ପାଇଁ ଧାଡିରେ ଛିଡା କରିବା ପରେ ସୋର ମୁଖ୍ୟ ଡାକ ଘରେ ଆଧାର ସଂଯୋଗ ଚାଲିଛି।

ଭୁଲ ସୂଚନା ଏବଂ ଅଜ୍ଞତା ହେତୁ ଅନେକ ନବ ବିବାହିତ ମହିଳା ସେମାନଙ୍କର ଉପନାମ ଏବଂ ଠିକଣା ବଦଳାଇବାକୁ ଏବଂ ସେମାନଙ୍କ ନାମରେ ବନାନ ତ୍ରୁଟି ସଂଶୋଧନ କରିବାକୁ ଦୌଡୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ମୋବାଇଲ୍ ନମ୍ବରକୁ ଆଧାର ସହିତ ଯୋଡି ନାହାଁନ୍ତି।

ଫଳରେ ଆଧାର କାର୍ଡକୁ ଅପଡେଟ୍ କରିବା ପାଇଁ ସମସ୍ତେ ଆଧାର ସେଣ୍ଟରକୁ ଦୌଡୁଛନ୍ତି। ଯାହାକି ସୁଭଦ୍ରା ଟଙ୍କା ପାଇଁ ଯୋଗ୍ୟ ହେବା ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ। ପୂର୍ବରୁ ଏଭଳି ସ୍ଥିତି ଜନସେବା କେନ୍ଦ୍ର ଆସୁଥିଲେ। କିନ୍ତୁ ସୁଭଦ୍ରା ଯୋଜନା ଲାଗି ଆଧାର ସଂଶୋଧନ ପାଇଁ ଶହ ଶହ ସଂଖ୍ୟାରେ ମହିଳାଙ୍କ ଆଧାର କେନ୍ଦ୍ରରେ ପହଞ୍ଚିବାରୁ ଦଳାଚକଟା ସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri