Posted inଫୁରସତ

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନଥାନ୍ତି। ଯେତେ ଶିକାର କଲେ ମଧ୍ୟ ସେମାନଙ୍କର ପେଟ କେବେ ମଧ୍ୟ ପୂରି ନ ଥାଏ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇବା ପରେ ମଧ୍ୟ କୁମ୍ଭୀରମାନେ ନିଜ ଶିକାରକୁ ଦେଖିବା ମାତ୍ରେ ଆକ୍ରମଣ କରିଥାନ୍ତି।
ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍‌ ୱାଲର୍‌ଡ କଞ୍ଜରଭେଶନ୍‌ ସେଣ୍ଟର’ରେ ରହୁଥିବା ହେନ୍‌ରୀ ନାମକ ଏକ କୁମ୍ଭୀର ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ କୁମ୍ଭୀରର ଆଖ୍ୟା ପାଇଛି। ଏହି କୁମ୍ଭୀରର ଓଜନ ପ୍ରାୟ ୭୫୦ କିଲୋଗ୍ରାମ। ଏହାର ୬ଟି ସ୍ତ୍ରୀ ଓ ୧୦ ହଜାର ସନ୍ତାନ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ୧୯୦୦ ମସିହା ଡିସେମ୍ବର ୧୬ରେ ଆଫ୍ରିକୀୟ ଦେଶ ବୋତ୍‌ସ୍ବାନାର ବିଶ୍ୱସ୍ତରୀୟ ‘ଓକାବାଙ୍ଗୋ ଡେଲ୍ଟା’ରେ ଏହି କୁମ୍ଭୀର ଜନ୍ମ ହୋଇଥିଲା। ତେଣୁ ଏବେ ଏହି ବୟସ୍କ କୁମ୍ଭୀରକୁ ୧୨୪ ବର୍ଷ ହେବ। ଏହାର ଲମ୍ବ ଏକ ମିନିବସ୍‌ର ଲମ୍ବ ସଦୃଶ ହେବ। ତେବେ ଗତ ୩ ଦଶନ୍ଧି ଧରି ହେନ୍‌ରୀ ଦକ୍ଷିଣ ଆଫ୍ରିକାର ‘କ୍ରୋକ୍‌ ୱାଲର୍‌ଡ କଞ୍ଜରଭେଶନ୍‌ ସେଣ୍ଟର’ରେ ରହି ଆସୁଛି।
ହେଉଛି ଏକ ନୀଳ କୁମ୍ଭୀର। ଏହି ପ୍ରଜାତି ମୁଖ୍ୟତଃ ଆଫ୍ରିକୀୟ ଦେଶଗୁଡିକରେ ଦେଖାଯାଇଥାନ୍ତି। ଏହି କୁମ୍ଭୀରମାନେ ହ୍ରଦ, ନଦୀ, ଜଳାଶୟ ସମେତ ବିଭିନ୍ନ ଜଳୀୟ ପରିବେଶରେ ବାସ କରନ୍ତି। ଘୃଣ୍ୟ ଶିକାରୀ ଭାବରେ ଏହି ପ୍ରଜାତିର କୁମ୍ଭୀର ବେଶ୍‌ ଜଣାଶୁଣା। ପ୍ରତିବର୍ଷ ଶହ ଶହ ଲୋକ ନୀଳ କୁମ୍ଭୀରମାନଙ୍କର ଆକ୍ରମଣରେ ପ୍ରାଣ ହରାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri