ଭିତରକନିକା ଜାତୀୟ ଉଦ୍ୟାନକୁ ୫୦ବର୍ଷ

ରାଜନଗର, ୨୬ା୮(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନ ଏବେ ୫୦ ବର୍ଷରେ ପାଦ ଥାପିଛି। ଏହି ସୁଦୀର୍ଘ ସମୟ ଭିତରେ ଭିତରକନିକା ଜାତୀୟ ଉଦ୍ୟାନ ବିଭିନ୍ନ କ୍ଷେତ୍ରରେ ଅଜସ୍ର ସ୍ମୃତି ସାଉଁଟି ସାରିଛି। ଜାତୀୟ ଉଦ୍ୟାନର ଅସଂଖ୍ୟ ଘଟଣାବଳୀ ମଧ୍ୟ ଭିତରକନିକା ଛାତି ଭିତରେ ଅଲିଭା ସବୁଜ ହସ୍ତାକ୍ଷର ଲେଖା ସରିଛି। ୧୯୭୫ ମସିହା କଥା, ଆମେରିକାର ୱାଶିଂଟନ ଡିସି ସହରରେ ବିଶ୍ୱସ୍ତରୀୟ ବନ୍ୟପ୍ରାଣୀ କର୍ମଶାଳାରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ବଂଶ ହ୍ରାସ ପାଇଁ ଉଦ୍‌ବେଗ ପ୍ରକାଶ ପାଇବା ସହ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌.ଆର୍‌.ବଷ୍ଟାର୍ଡଙ୍କୁ ଏହାର କାରଣ ସମ୍ପର୍କରେ ଜାଣିବାକୁ ଦାୟିତ୍ୱ ଦିଆଗଲା। ସେ ଭିତରକନିକା ଘଞ୍ଚ ଅରଣ୍ୟରେ ପାଦ ରଖି ବିଶ୍ୱର ସର୍ବପ୍ରଥମ ବଉଳା କୁମ୍ଭୀରର କୃତ୍ରିମ ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ସେହିବର୍ଷ ଜୁଲାଇରେ ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ସଙ୍ଗମ ସ୍ଥଳରେ ଥିବା ଭିତରକନିକାର କାଳିଭଞ୍ଜଡିଆ ଦ୍ୱୀପରୁ ଗୋଟିଏ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ହେନ୍ତାଳ ଓ ଖରଖରି ପତ୍ର ସଂଗ୍ରହ କରି କୁମ୍ଭୀର ବସା ନିର୍ମାଣ କରି ସେଥିରେ ସେହି ଅଣ୍ଡାଗୁଡିକ ରଖିଥିଲେ। ୬୦ଦିନ ପରେ ସେହି ଅଣ୍ଡାଗୁଡିକରୁ ୨୪ଟି ଛୁଆ ଜନ୍ମ ନେଇଥିଲେ। ସେଥିମଧ୍ୟରୁ ଶଙ୍ଖ ଭଳି ଧଳା ଦେଖାଯାଉଥିବା ଶାବକ କୁମ୍ଭୀରର ସ୍ବତନ୍ତ୍ର ଭାବେ ଯତ୍ନ ନେଇଥିଲେ। ପରବର୍ତ୍ତୀ ସମୟରେ ତା’ର ରୂପ ଲାବଣ୍ୟକୁ ଦେଖି ତା’ର ନାମ ଗୋରୀ ଦିଆଯାଇଥିଲା। ସେହି ଗୋରୀ ମା’ କୁମ୍ଭୀରଟି ଆରମ୍ଭରୁ ଆବଦ୍ଧ ପୁଷ୍କରିଣୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଛି। ଏବେ ଗୋରୀ ଯୌବନର ଅପରାହ୍ନରେ ପାଦ ଦେଇଥିଲେ ବି ମା’ହେବାର ସୌଭାଗ୍ୟ ତା’ ଭାଗ୍ୟ ଆକାଶରେ ଜୁଟିନି। ଦେଶ ବିଦେଶରୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକ ହୁଅନ୍ତୁ ବା ପ୍ରାଣୀ ବୈଜ୍ଞାନିକ, ଗବେଷକ ସଭିଁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି ନିରିମାଖୀ ଗୋରୀ। ଗୋରୀକୁ ଆବିଷ୍କାର କରି ସାରା ଜଗତରେ କୁମ୍ଭୀର ମଣିଷ ଭାବେ ପରିଚିତ ଡ. ଏଚ୍‌. ଆର. ବଷ୍ଟାର୍ଡ ଏବେ ୯୦ ବର୍ଷରେ ପାଦ ଦେଇଥିବା ବେଳେ ୨୦୧୯ ମସିହାରେ ଭିତରକନିକା ଗସ୍ତରେ ଆସି ଗୋରୀ ସହିତ କୁମ୍ଭୀର ପ୍ରଜନନ କେନ୍ଦ୍ର ପରିଦର୍ଶନ କରି ଆନନ୍ଦିତ ହୋଇଥିଲେ।

କୁମ୍ଭୀର-ମଣିଷ ଲଢ଼େଇର କେବେ ହେବ ଅନ୍ତ

ସମୟର ବିବର୍ତ୍ତମାନରେ ଏବେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୮୧୧ ହୋଇ ସାରିଲାଣି। ସୀମିତ ଜଳରାଶିରେ ସେମାନଙ୍କ ବାସସ୍ଥାନ ସଙ୍କୁଚିତ ହୋଇଯିବାରୁ ସେମାନେ ଅନେକ ସମୟରେ ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ନଦୀଗୁଡିକରେ ପ୍ରବେଶ କରି ନଈକୂଳିଆ ଗଁାଗୁଡିକରେ ଆତଙ୍କ ସୃଷ୍ଟି କରୁଛନ୍ତି। ଗଭୀର ପାଣି ଭିତରେ ଆମତ୍ଗୋପନ କରି ନଦୀ ଉପରେ ନିର୍ଭର କରି ଆସୁଥିବା ଲୋକଙ୍କୁ ଝାମ୍ପି ନେଇ ଖାଉଛନ୍ତି। ଅନେକ ସମୟରେ କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥାଏ। କେଉଁଠି କୁମ୍ଭୀର ମଣିଷକୁ ଝାମ୍ପି ନେଇ ଯାଉଥିବା ବେଳେ ତ କେଉଁଠି ମଣିଷ କୁମ୍ଭୀର ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇ ପାରିଥାଏ। ତେବେ ମଣିଷ-କୁମ୍ଭୀର ଲଢେଇର ଶେଷ କେବେ ହେବ, ତାହା କିଏ କହିବ। ଏହାକୁ ନେଇ ଜାତୀୟ ସ୍ତରରେ ବିତର୍କ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri