Posted inUncategorized

ଦୈନିକ ଆସିବ ୧ ଲକ୍ଷ ମେଟ୍ରିକ ଟନ୍: ନରମିଲେ ମମତା, ବ୍ୟବସାୟୀ ଖୁସି

ଭୋଗରାଇ, ୨୦।୮ ( ପ୍ରଦୀପ ଦାସ ): ଦୀର୍ଘ ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁରପ୍ତାନି କଟକଣା ଲଗାଇବା ପରେ ମଙ୍ଗଳବାର ନିଷେଧାଜ୍ଞା ପରଦା ହଟାଇଛନ୍ତି। ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଘନ ଘନ ସରକାରଙ୍କ ଉପରେ ଚାପ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିବେଦନ ଓ ନିଜରାଜ୍ୟରେ ଆର. ଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ବଳତ୍କାର ଓ ହତ୍ୟାରେ ଚିନ୍ତିତ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ନରମୀ ବାକୁ ବାଧ୍ୟ୍ୟ ହୋଇଛନ୍ତି।

ମଙ୍ଗଳବାର ଅପରାହ୍ନରେ କଲକାତା ନବାନ୍ନରେ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି, ଶୀତଳ ଭଣ୍ଡାରର ମାଲିକ, ଟାସ୍କ ଫୋର୍ସ ଏବଂ ପଶ୍ଚିମବଙ୍ଗ କୃଷିବିପଣୀ ମନ୍ତ୍ରୀ ବିଚାରାମ ମାନ୍ନା, ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ମଜୁମଦାର, ମୁଖ୍ୟ ଶାସନ ସଚିବ ବି.ପି ଗୋପାଳିକାଙ୍କ ସହ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଦୀର୍ଘ ସମୟ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଓଡିଶାକୁ ଆଳୁ ରପ୍ତାନି ନେଇଁ ସବୁଜ ସଂକେତ ଦେଇଛନ୍ତି।

ତେବେ ଏହି ଘୋଷଣାରେ ମୁଖ୍ୟମନ୍ତ୍ରୀ କେଁ ରଖିଛନ୍ତି। ନିଜ ରାଜ୍ୟରେ ୭ ଦିନ ମଧ୍ୟରେ ଆଳୁର ବଜାରଦର ନିୟନ୍ତ୍ରଣ ରହିଲେ ଓଡିଶାକୁ ଆଳୁ ରପ୍ତାନି ସ୍ୱାଭାବିକ ହେବ ବୋଲି କହିଛନ୍ତି। ଏହି ଘୋଷଣା ହେବାପରେ ବଙ୍ଗୀୟ ଏବଂ ଓଡିଶା ଆଳୁବ୍ୟବସାୟୀ ମାନେ ଖୁସିବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ, ମାସେଧରି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁରପ୍ତାନିପାଇଁ କଟକଣା ଲଗାଇଥିବାବେଳେ ଓଡ଼ିଶାରେ ଆଳୁର ସଙ୍କଟ ଦେଖାଦେଇଥିଲା। ଓଡ଼ିଶାକୁ ଗଳାବାଟଦେଇ ଦେଇ ଲୁଚା ଛପାରେ ଆଳୁ ଆସୁଥିବା ବେଳେ ବିଭିନ୍ନ ଜିଲାରେ ଆଳୁ କେଜିପ୍ରତି 50 ଟଙ୍କାରୁ 70 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏଭଳି ସ୍ଥିତିରେ ଓଡିଶା ସରକାର ୟୁପିରୁ ଆଳୁ ଆଣିବା ନେଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସହିତ ଆଲୋଚନା କରିଥିବା ଘୋଷଣା କରିଥିଲେ। ୟୁପି ଆଳୁ ବ୍ୟବସାୟୀ ଓ ଖାଉଟିଙ୍କ ପସନ୍ଦ ନଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡିଶାକୁ ଆଳୁରପ୍ତାନି ଘୋଷଣା ବ୍ୟବସାୟୀ ଓ ଖାଉଟିଙ୍କୁ ଖୁସି ଆଣିଦେଇଛି।

ଓଡିଶାକୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ଆଳୁ ରପ୍ତାନି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ବଙ୍ଗୀୟ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ମହାସଚିବ ଲାଲୁ ମୁଖାର୍ଜୀ ଧରିତ୍ରୀକୁ ସ୍ୱତନ୍ତ୍ର ଭାବେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଫୋନ କରିଥିଲେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କ ଫୋନ ରିସିଭ କରିନଥିବାର ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ରପ୍ତାନି କଟକଣା ହଟିବାପରେ ଓଡ଼ିଶାରେ ଆଳୁର ସଙ୍କଟ ଦୂର ହୋଇଥିବାର କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri