ସାକ୍ଷୀଗୋପାଳ ମନ୍ଦିର ଝୁଲଣ କୁଞ୍ଜରେ ଜୋତାପିନ୍ଧା ମୂର୍ତ୍ତି

ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ ନିର୍ମିତ ଜୋତା ପିନ୍ଧିଥିବା ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାବ୍ୟତୀତ ୨୦ଟି ସଖୀ, ରୋହିଣୀ, ଯଶୋଦା, କୃଷ୍ଣ ଓ ବଳରାମଙ୍କ ମୂର୍ତ୍ତି ଝୁଲଣ କୁଞ୍ଜରେ ମନ୍ଦିର ପ୍ରଶାସନ ଖଞ୍ଜିଥିବା ଦେଖାଯାଇଛି। ପୂର୍ବରୁ ଶୋଲ, ନଡ଼ା, କପଡ଼ା, କାଗଜ ଅଠା ଓ ଚିକ୍‌ମିକ୍‌ ଜରି ଜମୁରାରେ ଝୁଲଣ କୁଞ୍ଜ ସଜାଯାଉଥିବା ବେଳେ ଚଳିତବର୍ଷ ମନ୍ଦିର ପରମ୍ପରାକୁ ଏଡ଼ାଇଯାଇ ଅନାବଶ୍ୟକ ଭାବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଫାଇବର ମୂର୍ତ୍ତି ସ୍ଥାପନକୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ଏମ୍‌ପି ସମ୍ବିତ ପାତ୍ର ଏବଂ ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ମନ୍ଦିର ପ୍ରଶାସନ ଦୋଷ ଲୁଚାଇବାକୁ ଯାଇ ଜୋତାପିନ୍ଧା ମୂର୍ତ୍ତିଙ୍କ ପାଦକୁ ଠାକୁରଙ୍କ ପାଟବସ୍ତ୍ରରେ ଢାଙ୍କିଦେବା ଘଟଣା ଭକ୍ତମାନଙ୍କୁ ଚକିତ କରିଛି। ସେବାୟତ ସଂଘ ତଥା ମନ୍ଦିର ପରିଚାଳନା ପରିଷଦ ସଭ୍ୟ ପ୍ରତାପ ମହାପାତ୍ର ଜୋତାପିନ୍ଧା ମୂର୍ତ୍ତି ରଖାଯାଇଥିବା ବିଷୟରେ ଜାଣି ନ ଥିଲେ ଏବଂ ଏହାକୁ ଅପସାରଣ କରାଯିବ ବୋଲି କହିଛନ୍ତି। ଏହି ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟୀ କରି ସେବାୟତ ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ପୂର୍ବରୁ ମନ୍ଦିର ପାରମ୍ପରିକ ପର୍ବପର୍ବାଣିରେ କେଉଁଠି ଫାଇବର ବ୍ୟବହାର କରାଯାଇନାହିଁ। କାହା ନିର୍ଦ୍ଦେଶରେ ଏହା କରାଯାଇଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ସେହିପରି ପରମ୍ପରାରେ ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟ ମନ୍ଦିରରେ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଦାୟୀ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇବାକୁ ଜୟପୁର ପଞ୍ଚାୟତ ସମିତିର ସଭ୍ୟ ଦୀପକ ଶତପଥୀ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହିଛନ୍ତି, ପୁରୁଣା ମୂର୍ତ୍ତିଗୁଡ଼ିକ ଭାଙ୍ଗିଯାଇଥିବାରୁ ନୂଆ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ମୂର୍ତ୍ତିଗୁଡ଼ିକ ଆଣି ଝୁଲଣ କୁଞ୍ଜରେ ଖଞ୍ଜାଯିବା ସମୟରେ କୌଣସି ଅଭିଯୋଗ ଆସି ନ ଥିଲା। ଝୁଲଣ ଶେଷ ପର୍ଯ୍ୟାୟରେ ଏଭଳି ଅଭିଯୋଗ ଆସିଛି। ତୁରନ୍ତ ଏହାକୁ କାଢ଼ି ଦିଆଯିବ ଏବଂ ଆସନ୍ତା ବର୍ଷ ଏହା ଲଗାଯିବ ନାହିଁ ବୋଲି ତ୍ରିପାଠୀ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri