ପୂଜାବ୍ରତରେ କାହିଁକି ପିଆଜ ରସୁଣ ମନା

ହିନ୍ଦୁଧର୍ମରେ ଅନେକ ମାନ୍ୟତା ରହିଛି। ତନ୍ମଧ୍ୟରେ ପୂଜାବ୍ରତ ସମୟରେ ପିଆଜ ରସୁଣ ସେବନ ନ କରିବା ଅନ୍ୟତମ। ପିଆଜ ରସୁଣ ଯୁକ୍ତ ଖାଦ୍ୟ ଈଶ୍ୱରଙ୍କୁ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଇ ନ ଥାଏ। ଯଦିଓ ପିଆଜ ରସୁଣ ମଧ୍ୟରେ ଔଷଧୀୟ ଗୁଣ ଭରି ରହିଛି। ତେବେବି ଏହାକୁ ପୂଜା ବ୍ରତରେ ସେବନ କରିବା ନିଷିଦ୍ଧ। ହେଲେ କାହିଁକି, ଜାଣନ୍ତୁ ସେ ସମ୍ପର୍କରେ…

ହିନ୍ଦୁଧର୍ମରେ ଖାଦ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ସାତ୍ତ୍ୱିକ। କ୍ଷୀର, ଦହି, ଘିଅ, ଚାଉଳ, ମୁଗ, ପନିପରିବା ଆଦି ସାତ୍ତ୍ୱିକ ଆହାର ଅନ୍ତର୍ଭୁକ୍ତ। ଏହି ଖାଦ୍ୟ ସକାରାତ୍ମକତା, ଶାନ୍ତି, ସଞ୍ଜମତା, ଜ୍ଞାନ ଆଦି ବୃଦ୍ଧି କରିଥାଏ। ତେଣୁ ଏସବୁକୁ କେବଳ ଉପବାସ ସମୟରେ ନୁହେଁ ସବୁଦିନ ଗ୍ରହଣ କଲେ ଭଲ। ଦ୍ୱିତୀୟ ହେଉଛି ରାଜସିକ। ରାଗ, ଖଟା, ଅଧିକ ଲୁଣି, ଚଟପଟା ଆଦି ଖାଦ୍ୟ ଯାହା ରଜୋଗୁଣ ବଢାଏ ସେଗୁଡ଼ିକ ରାଜସିକରେ ଅନ୍ତର୍ଭୁକ୍ତ। ଏହା ପାଟିକୁ ସ୍ବାଦିଷ୍ଟ ହେଲେ ବି ଶରୀର ପାଇଁ ଭଲ ନୁହେଁ। ତୃତୀୟ ହେଉଛି ତାମସିକ। ପିଆଜ, ରସୁଣ, ଛତୁ, ମାଛ ମାଂସ, ଅଣ୍ଡା ଆଦି ତମୋଗୁଣ ବଢାଇଥାଏ। ଏହି ଖାଦ୍ୟ ଉତ୍ତେଜନା, ଅହଂକାର, କ୍ରୋଧ, ଆଳସ୍ୟ, ଅଜ୍ଞାନତା, ବିଳାସୀ ଆଦି ଗୁଣ ବଢାଇଥାଏ। ତେଣୁ ଏହି ଖାଦ୍ୟ ନା ଶରୀର ପାଇଁ ନା ମନ ପାଇଁ ଭଲ।
ଶ୍ରୀମଦ ଭଗବଦ ଗୀତାର ୧୭ମ ଅଧ୍ୟାୟରେ ଲେଖାଯାଇଛି ଯେ, ବ୍ୟକ୍ତି ଯେମିତି ଭୋଜନ କରନ୍ତି ସେହିଭଳି ତାଙ୍କ ପ୍ରକୃତି ହୋଇଥାଏ। ଯେଉଁ ଭୋଜନ କଲେ ପାଟିରୁ ଦୁର୍ଗନ୍ଧ ବାହାରେ ତାକୁ ତାମସିକ ବୋଲି କୁହାଯାଏ। ପିଆଜ ରସୁଣ ତିବ୍ର ଗନ୍ଧଯୁକ୍ତ ତାମସିକ ଖାଦ୍ୟ। ଉତ୍ତେଜନା, ଅଜ୍ଞାନତା ବୃଦ୍ଧି କରୁଥିବା ଏହି ଖାଦ୍ୟକୁ ଖାଇଲେ ଆଧ୍ୟାତ୍ମିକ ମାର୍ଗରେ ଚାଲିବାରେ ବାଧା ଉତ୍ପନ୍ନ ହୋଇଥାଏ ଓ ବ୍ୟକ୍ତିଙ୍କ ଚେତନା ପ୍ରଭାବିତ ହୁଏ। ତେଣୁ ସାଧୁସନ୍ଥ ଏଭଳି ଖାଦ୍ୟଠୁ ଦୂରେଇ ରୁହନ୍ତି। ବୈଷ୍ଣବ ଓ ଜୈନ ଧର୍ମର ପ୍ରାୟ ଲୋକ ପିଆଜ ରସୁଣ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ ପ୍ରାୟତଃ ବ୍ରତରେ ରୁହନ୍ତି ଓ ନିୟମର ପାଳନ କରନ୍ତି।
ପୌରାଣିକ କଥାବସ୍ତୁରେ ପିଆଜ: କୁହାଯାଏ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଯେବେ ସମୁଦ୍ର ମନ୍ଥରୁ ବାହାରିଥିବା ଅମୃତକୁ ଦେବତାଙ୍କ ମଧ୍ୟରେ ବାଣ୍ଟୁଥିଲେ ସେତେବେଳେ ରାହୁ ନାମକ ଦୈତ୍ୟ ଦେବତା ବେଶ ଧାରଣ କରି ଲୁଚି ଲୁଚି ଆସି ଦେବତାଙ୍କ ଧାଡିରେ ବସି ଯାଇଥିଲେ। ଆଉ ଭଗବାନ ବିଷ୍ଣୁ ରାହୁ ପାଟିରେ ବି ଅମୃତ ଢାଳି ଦେଇଥିଲେ। ଏହି ସମୟରେ ଚନ୍ଦ୍ର ଦେବତା ଜାଣି ନେଇଥିଲେ ଯେ ଏ ଦେବତା ନୁହେଁ ଦୈତ୍ୟ ରାହୁ ବୋଲି। ଭଗବାନ ବିଷ୍ଣୁ ତତ୍‌କ୍ଷଣାତ ନିଜ ଅସଲ ରୂପକୁ ଆସି ସୁଦର୍ଶନ ଚକ୍ର ପେଶଣ କରି ରାହୁର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ଫଳରେ ଅମୃତ ରାହୁର ତଣ୍ଟିରୁ ତଳକୁ ଖସି ପାରି ନ ଥିଲା। ରାହୁର କଟାମୁଣ୍ଡରୁ ଯେଉଁ ରକ୍ତ ଭୂମିରେ ପଡ଼ିଲା ସେଇଥିରୁ ପିଆଜ ରସୁଣଗଛ ସୃଷ୍ଟି ହୋଇଥିବା କୁହାଯାଏ। ଯେହେତୁ ଏଥିରେ ଅମୃତ ଓ ରକ୍ତ ଉଭୟ ମିଶିଥିଲା ସେଥିପାଇଁ ଏହି ଗଛରେ ଅନେକ ଔଷଧୀୟ ଗୁଣ ମହଜୁଦ ଅଛି। ହେଲେ ଏଥିରେ ଦାନବ ରକ୍ତ ବି ଥିବାରୁ ଏହା ତୀବ୍ର ଗନ୍ଧଯୁକ୍ତ ଓ ଅପବିତ୍ର ବୋଲି ମନେ କରାଯାଏ। ଆଉ ଏହା ତାମସିକ ଗୁଣ ବି ବୃଦ୍ଧି କରାଏ ।
ଆୟୁର୍ବେଦ ଅନୁସାରେ ପିଆଜ ରସୁଣ ଶରୀର ପାଇଁ ଉପକାରୀ। ତେବେ କିଛି ଗବେଷଣା କହେ ରସୁଣ ଏକ ଭଲ ଆଣ୍ଟିବାଇଓଟିକ ହୋଇଥିଲେ ହେଁ ବେଳେବେଳେ ଏହା ଖରାପ ଜର୍ମ ସହ ଭଲ ବାକ୍ଟେରିଆକୁ ବି ନାଶ କରିଦିଏ। ସେହିଭଳି ସଲଫର୍‌ରେ ପରିପୂର୍ଣ୍ଣ ପିଆଜ ରସୁଣ ଶରୀରକୁ ଗରମ କରାଏ। ଏହା ପିତ୍ତ ଅଂଶକୁ ବି ବଢାଏ। ତେଣୁ ଯେଉଁମାନେ ଅଲସର୍‌, କୋଲାଇଟିସ୍‌, ହାର୍ଟବର୍ନ, ଇଣ୍ଟେଷ୍ଟିନାଲ ଇନଫ୍ଲେମେସନ୍‌ ଆଦିରେ ଆକ୍ରାନ୍ତ ସେମାନେ ପିଆଜ ରସୁଣ ଖାଇବା ଭଲ ନୁହେ। କାରଣ ଏହାକୁ ସେବନ କଲେ ଏସବୁ ରୋଗ ବଢିବାର ଆଶଙ୍କା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri