ସିଂହଦ୍ୱାର ସମ୍ମୁଖରେ ଭାସିଲା ପେଯ ନଳା ପାଣି

ପୁରୀ,୧୮ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୩ଘଣ୍ଟା ଧରି ଭକ୍ତ ସେବାୟତମାନେ ଡ୍ରେନ୍‌ରୁ ବାହାରୁଥିବା ପେଯ ଓ ନଳା ପାଣି କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପ୍ରଶାସନର ଦାୟିତ୍ୱହୀନତାରୁ ଏଭଳି ଘଟିଲା ବୋଲି ସେବାୟତମାନେ କହିଛନ୍ତି।
ଶନିବାର ସକାଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯନଳାରୁ ନିର୍ଗତ ପାଣି ଭାସିଥିଲା। ପେଯ ପାଣି ବହିବା କାରଣରୁ ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ଭୋଗିଥିଲେ। କେବଳ ଭକ୍ତ ନୁହନ୍ତି, ମହାପ୍ରଭୁଙ୍କ ଦୈନନ୍ଦିନ ପାଳି ଖଟୁଥିବା ସେବକମାନେ ମଧ୍ୟ ଏହି ପେଯ ପାଣିକୁ ପାଦରେ ମାଡ଼ି ଶ୍ରୀମନ୍ଦିରକୁ ଯାଉଥିଲେ। ଅପରପକ୍ଷରେ ପେଯସ୍ରୋତକୁ ସଫା କରିବା ପାଇଁ ନାକେଦମ ହୋଇଥିଲେ ସଫେଇ କର୍ମଚାରୀ। ଦୀର୍ଘ ୩ଘଣ୍ଟା ଝାଡୁ ମାରିବା ପରେ ମଧ୍ୟ ବନ୍ଦ ହୋଇ ନ ଥିଲା ପାଣି ପ୍ରବାହ। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ ଯେନା ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଟାଟା ଅଧିକାରୀଙ୍କୁ ଡ୍ରେନ୍‌ ସଫା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୩ଘଣ୍ଟା ପରେ ଟାଟା ଅଧିକାରୀମାନେ ଡ୍ରେନ୍‌ ସଫା କରି ସ୍ଥିତିକୁ ସ୍ବାଭାବିକ କରିଥିଲେ। ଡ୍ରେନ୍‌ ସଫା ହେବାପରେ ପେଯନଳା ପାଣି ଡ୍ରେନ ଦେଇ ଯାଇଥିଲା ଓ ସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପରେ ମହାପ୍ରସାଦରୁ ବାହାରୁଥିବା ପେଯ ଓ ପାଣି ଶ୍ରୀମନ୍ଦିର ରୋଷଶାଳାରୁ ଏକ ନିର୍ଦ୍ଦିଷ୍ଟ ନାଳ ଦେଇ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ଏକ ନାଳଦେଇ ବାହାରକୁ ଆସିଥାଏ। ଉକ୍ତ ନାଳକୁ ପେଯନଳା ବୋଲି କୁହାଯାଇଥାଏ। ପରେ ପେଯଗୁଡିକ ଏକ କୁଣ୍ଡ ଦେଇ ଡ୍ରେନକୁ ଯାଇଥାଏ। ମାତ୍ର ଡ୍ରେନ ଯାମ ହେବା କାରଣରୁ ପେଯ ଓ ନଳା ପାଣି ଓଭର ଫ୍ଲୋ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭାସିଥିଲା, ଯାହାକୁ ସେବାୟତଙ୍କଠାରୁ ଆରମ୍ଭକରି ଭକ୍ତମାନେ କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପରିକ୍ରମା ପ୍ରକଳ୍ପର ତରବରିଆ ଭାବରେ ନିର୍ମାଣ ହେବା କାରଣରୁ ଏପରି ସମସ୍ୟା ଦେଖାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସେବାୟତଙ୍କ କହିବା ଅନୁଯାୟୀ ଏପରି ଘଟଣା ପ୍ରଥମ ଥର ହୋଇନାହିଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଏନେଇ ପ୍ରଶାସନକୁ ଯଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ଗୁରୁତ୍ୱର ସହ ନେଉନାହିଁ। ଏହାଦ୍ୱାରା ସେବାୟତଙ୍କ ସହ ଭକ୍ତମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଏପରି ଘଟଣାର ସ୍ଥାୟୀ ସମାଧାନ ହେବା ଆବଶ୍ୟକ ବୋଲି ସେବାୟତମାନେ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ କୁମାର ଯେନା କହିଛନ୍ତି, ଡ୍ରେନ୍‌ ଚୋକ୍‌ ଯୋଗୁ ଏଭଳି ସମସ୍ୟା ଉପୁଯିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri