୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ…

ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍‌ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ ପୁଣି ସବ୍‌ ଲିଜ୍‌ ଧାତ୍ରୀ ମାଇନ୍ସ ରିସୋସୋର୍ସ ଠିକାସଂସ୍ଥାକୁ ଦେଇଛି। ଡମ୍ପିଂୟାର୍ଡରେ ଠିକାସଂସ୍ଥା ଧାତ୍ରୀ ମାଇନ୍ସ ରିସୋର୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଲାଗିଥିବା ଏକ ଡୋଜର ସହିତ ଚାଳକ ଅବିନାଶ କେରକେଟା ଗତ ରାତି ପ୍ରାୟ ୨୫୦ ଫୁଟ ତଳକୁ ଡୋଜର ସହ ଖସି ଯାଇଥିଲେ। ଆଜି ସକାଳେ ଏହି ଖବର ପାଇ ଘଟଣାସ୍ଥଳରେ ଲହୁଣିପ ପୋଲିସ ଓ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଖୋଜିବା ପରେ ଏବେ ଡୋଜର ଚାଳକ ଅବିନାଶଙ୍କ ମୃତଦେହ ପଥର ତଳୁ ଠାବ କରିବା ପରେ ଉଦ୍ଧାର କରିଥିବା ସୂଚନା ହସ୍ତଗତ ହୋଇଛି। ମୃତକ ବରସୁଆଁ ତଳବଜାର ବାସିନ୍ଦା କିଶୋର କେରକେଟା ଏବଂ ମା’ ସୁଷମା କେରକେଟାଙ୍କ ବଡ଼ ପୁଅ ଅବିନାଶ କେରକେଟା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳକୁ ଘର ଲୋକଙ୍କୁ ଖଣି କର୍ତ୍ତୃପକ୍ଷ ଛାଡ଼ି ନ ଥିବାରୁ ଲୋକମାନେ ଉତ୍ତ୍ୟକ୍ତ ହେବାର ଦେଖିବାକୁ ମିଳିଥିଲା। ପୂର୍ବରୁ ୨୪ ଘଣ୍ଟା ଡିଉଟି କରି ସାରିବା ପରେ ମଧ୍ୟ ତାକୁ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଇ ଥିଲା। ଯାହା ଫଳରେ ଏହି ଅଘଟଣ ଘଟିଛି ବୋଲି ସାଥୀ ଶ୍ରମିକମାନେ ଆଲୋଚନା କରିବାର ଶୁଣିବାକୁ ମିଳିଥିଲା। ଏହା ସମ୍ପୂର୍ଣ୍ଣ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି ସାଧାରଣରେ ଆଲୋଚନା ହେଉଥିବା ସହିତ ଏବେ ଶ୍ରମିକ ଓ ମୃତକର ପରିବାର ଖଣି କାର୍ଯ୍ୟାଳୟକୁ ଘେରାଉ କରି ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?