ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା, ଡ୍ୟୁଟି ସମୟରେ କର୍ମଚାରୀ ଖେଳୁଛନ୍ତି ଲୁଡୁ!

କଟକ,୧୫ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏପରିକି କର୍ମଚାରୀମାନେ ଡ୍ୟୁଟି ସମୟରେ କାର୍ଯ୍ୟାଳୟ ମୁଖ୍ୟ ଫାଟକର ପ୍ରବେଶ ପଥ ନିକଟରେ ରୁଣ୍ଡହୋଇ ମୋବାଇଲରେ ଲୁଡ଼ୁ ଖେଳୁଥିବା ନଜରକୁ ଆସିଛି। କାର୍ଯ୍ୟାଳୟକୁ ଆସିଥିବା କେତେଜଣ ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଥିବାବେଳେ ଏହା ଉପରେ ଜିଲାର ଲୋକ ନିର୍ଭର କରି ରହିଥାନ୍ତି। ହେଲେ କର୍ମଚାରୀମାନେ ଡ୍ୟୁଟି ସମୟରେ କାମ ନ କରି ଲୁଡ଼ୁ ଖେଳିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟାଳୟର ମୁଖ୍ୟ ଭାବେ ଜିଲା ଚିକିତ୍ସାଧିକାରୀ ରହିଛନ୍ତି।

ଏଠାରେ କୋଣଅନୁକୋଣରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏହାକୁ ତଦାରଖ ଖୋଦ୍‌ ଜିଲା ଚିକିତ୍ସାଧିକାରୀ କରିଥାନ୍ତି। କିନ୍ତୁ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ଏଭଳି ଅବହେଳା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଗୀତା ରଥଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଟୋ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଗୁଣପୁର,୧୫ା୫(ସୁଜାତା ପାଢ଼ୀ): କୋରାପୁଟ-ରାୟଗଡ଼ା ସୀମାନ୍ତ ୩୨୬ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାୟଗଡ଼ା ଜିଲାର କୁଟୁଲୀ ଅଞ୍ଚଳରେ ବାଇକ ଓ ଅଟୋ…

ରୋଶଣି ନେଇ ବରଘରକୁ ଗଲେ କନିଆ: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):ସାଧାରଣତଃ ହିନ୍ଦୁ ବିବାହରେ ବର ରୋଶଣିକରି ବ୍ୟାଣ୍ଡ୍‌ ବାଜା ସହ ନାଚଗୀତକରି ଓ ବାଣ ଫୁଟାଇ କନ୍ୟାଘରକୁ ଯାଇଥାଏ। ସେଠାରେ ରୀତିନୀତିରେ ବାହାଘର ପରେ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ଆଉ ୪ଦିନ କାଳବୈଶାଖୀ: ମୌସୁମୀ ଆସିବା ପୂର୍ବରୁ ବଢ଼ିଲା ତାତି

ଭୁବନେଶ୍ୱର, ୧୫ା୫(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ଏକାଠି ହେଲେ ଭାଜପା-ବିଜେଡି ଲୋକ ପ୍ରତିନିଧି: ୧୯ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ୧୯ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଭଞ୍ଜନଗର ଯାତ୍ରା ରାଜନୀତିରୁ ଉର୍ଦ୍ଧ୍ୱରେ ରହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri