ନୂଆ ଦେଶ ଗଠନ କରିବାକୁ ଚାହୁଁଛି ବାଂଲାଦେଶ, ଭାରତର ଏହି ସବୁ ରାଜ୍ୟକୁ ନେବା ପାଇଁ ଚଳାଇଛି ମସୁଧା

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶରେ ଶେଖ୍‌ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇଟି ମୌଳବାଦୀ ସଂଗଠନ ଅତ୍ୟନ୍ତ ଖୁସି। ସେଥିମଧ୍ୟରୁ ଗୋଟିଏ ହେଉଛି ଜମାତ-ଇ-ଇସ୍‌ଲାମି ଏବଂ ଅନ୍ୟଟି ହେଉଛି ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ସଂଗଠନ ଏକ ନୂତନ ବାଂଲାଦେଶ ଗଠନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଏଥିରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ମ୍ୟାନ୍‌ମାର ସମେତ ଭାରତର କିଛି ଅଂଶ ନେବାକୁ ଚାହୁଁଛି ବାଂଲାଦେଶ।

ଉଭୟ ମୌଳବାଦୀ ସଂଗଠନର ଇଚ୍ଛା ନୂଆ ବାଂଲାଦେଶ ସୃଷ୍ଟି କରିବା ଏବଂ ସେଠାରେ ଶରିୟା ଆଇନ କାର୍ଯ୍ୟକାରୀ କରିବା। ଏହି ଦାବି ମଧ୍ୟ ଶକ୍ତି ଗୋଟାଇବାରେ ଲାଗିଛି। କାରଣ ଅବୁଲ ଫାୟାଜ ଖାଲିଦ ହୁସେନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଦାୟିତ୍ୱ ପାଇଛନ୍ତି। ଖାଲିଦ ହୁସେନ ଜଣେ ମୌଳବାଦୀ ମୌଲାନା ଭାବରେ ପରିଚିତ। ବର୍ତ୍ତମାନ ସେ ଏହି ଏଜେଣ୍ଡାକୁ ଆଗକୁ ନେଉଛନ୍ତି।

ଖାଲିଦ ହୁସେନ ମୌଳବାଦୀ ସଂଗଠନ ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ ସହିତ ଜଡ଼ିତ। ଏହି ସଂଗଠନ ଅନେକ ଥର ମୌଳିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଦେଖିବାକୁ ମିଳିଛି। ଏସିଆରେ ଦ୍ୱିତୀୟ ଆଫଗାନିସ୍ତାନ ସୃଷ୍ଟି କରିବାକୁ ହିଫାଜତ୍‌-ଇ-ଇସ୍‌ଲାମ ବାଂଲାଦେଶ ଲକ୍ଷ୍ୟ ରଖିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ଏହି ଏଜେଣ୍ଡା ଗ୍ରେଟର ବାଂଲାଦେଶର ନାଁ ପାଇଛି। ବାଂଲାଦେଶରେ ହିଂସା ବଢ଼ିବା ଏବଂ ଭାରତ ବିରୋଧୀ ଏଜେଣ୍ଡା ପାଇଁ ଉଭୟ ସଂଗଠନ ଜଣାଶୁଣା।

ବାଂଲାଦେଶର ଅସ୍ଥିରତାର ସୁଯୋଗ ନେଇ ଖାଲିଦ ହୁସେନ ମଧ୍ୟ ତାଙ୍କର ଏକ ବିପଜ୍ଜନକ ଯୋଜନା ପୂରଣ କରିବାକୁ ଚାହୁଁଛନ୍ତି। ଖାଲିଦ ବର୍ତ୍ତମାନ ଧାର୍ମିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି ଏବଂ ସେ ତାଙ୍କ କ୍ୟାଡର ଲୋକଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ଚାପ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri